କଳାହାଣ୍ଡିଆ କବିତା : ତମର୍ ପହେଲ୍ ଚିଠି

ମର ହାତ ଲେଖା ଚିଠିକେ
ହାତେ ମର ଧରଲେ
ହାଲକା କମ୍ପନଟେ
ହଲେଇ ଦେସି
ଇ ମର
ମାଏଟ ପାଏନ ର ଦେହେକେ ।

ସବୁ ଅକ୍ଷର ମାନକୁ
ହାତଥି ମୋର
ଛୁଇଁଲେ ଥରେ
ଯେନତା ଛାତିଥି ମୋର
ମୁଇଁ ଦେଖସି
ଆଖିର ପାଏନଥି
ତମର ମୁହୁଁ
ସତେ ଯେନତା
ଗହକିଥି ଶରାବନ
ବରଷି ଯାଏସି
ମୋର ଆଖିର ନୁ ।

ତମର ହାତ ଲେଖା ଅକ୍ଷରକେ
ପଢସି ଆକୁଳ ବ୍ୟାକୁଳ ହେଇ
ନାଇଁ ଦିଶେ ଅକ୍ଷର
ଆଖିର ଝାପସା ଝାପସା ସମୀୟା
ହଜସି ଝୁମୁରା
ଫୁଟସି ସେନେହର ଫୁଲ
ତମର ଓଠ କେ ଝୁରି ଝୁରି ।

ପହେଲ ଚିଠିର ଉତ୍ତରଟା ବି
ଏନ୍ତା ଘମଘମେଇ
ଝାଳ ବୁହାସି
ଲେଖି ନାହିଁ ହୁଏ ଧାଡେ
ଥର ଥରେଇ ଯାଏସି ହାତ
ଲିଭି ଯାଏସି ଡ଼ିବରି
ଝାକ ମକେଇ ଭାଙ୍ଗସି ସପନ
ମିଛ କି ସତ କି ମୁଇଁ
ଚେତି ଦେଖୁଥିସି ସପନ ।

 

ତପନ କୁମାର ସାହୁ

ଟକାରୁମାଲ, ରିଞ୍ଜା, କଳାହାଣ୍ଡି
ମୋ : ୭୩୨୮୦୦୧୫୭୫
ହ୍ଵାଟ୍ସଆପରେ ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.