ତମର ହାତ ଲେଖା ଚିଠିକେ
ହାତେ ମର ଧରଲେ
ହାଲକା କମ୍ପନଟେ
ହଲେଇ ଦେସି
ଇ ମର
ମାଏଟ ପାଏନ ର ଦେହେକେ ।
ସବୁ ଅକ୍ଷର ମାନକୁ
ହାତଥି ମୋର
ଛୁଇଁଲେ ଥରେ
ଯେନତା ଛାତିଥି ମୋର
ମୁଇଁ ଦେଖସି
ଆଖିର ପାଏନଥି
ତମର ମୁହୁଁ
ସତେ ଯେନତା
ଗହକିଥି ଶରାବନ
ବରଷି ଯାଏସି
ମୋର ଆଖିର ନୁ ।
ତମର ହାତ ଲେଖା ଅକ୍ଷରକେ
ପଢସି ଆକୁଳ ବ୍ୟାକୁଳ ହେଇ
ନାଇଁ ଦିଶେ ଅକ୍ଷର
ଆଖିର ଝାପସା ଝାପସା ସମୀୟା
ହଜସି ଝୁମୁରା
ଫୁଟସି ସେନେହର ଫୁଲ
ତମର ଓଠ କେ ଝୁରି ଝୁରି ।
ପହେଲ ଚିଠିର ଉତ୍ତରଟା ବି
ଏନ୍ତା ଘମଘମେଇ
ଝାଳ ବୁହାସି
ଲେଖି ନାହିଁ ହୁଏ ଧାଡେ
ଥର ଥରେଇ ଯାଏସି ହାତ
ଲିଭି ଯାଏସି ଡ଼ିବରି
ଝାକ ମକେଇ ଭାଙ୍ଗସି ସପନ
ମିଛ କି ସତ କି ମୁଇଁ
ଚେତି ଦେଖୁଥିସି ସପନ ।