‘ସମ୍ବାଦ’ ଓ ‘ଆମ ଓଡିଶା’ ପକ୍ଷରୁ ଲାଞ୍ଜିଗଡ ହାଇସ୍କୁଲରେ ସ୍ୱାଭିମାନ ଦିବସ ପାଳନ

ଲାଞ୍ଜିଗଡ,୨୯/୪ : ‘ସମ୍ବାଦ’ ଓ ‘ଆମ ଓଡିଶା’ ପକ୍ଷରୁ ଲାଞ୍ଜିଗଡ ହାଇସ୍କୁଲ ଠାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ସ୍ୱାଭିମାନ ଦିବସ ପାଳନ କରାଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜମେଶ୍ୱର ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ବିଆରସିସି ଗୋପବନ୍ଧୁ ପୁଷ୍ଟି , ମୂଖ୍ୟ ବକ୍ତା ଭାବେ ଶିକ୍ଷକ ଜଗବନ୍ଧୁ ମହାପାତ୍ର ଓ ସମ୍ମାନୀତ ଅତିଥି ଭାବେ ନେହେରୁ ଯୁବକେନ୍ଦ୍ର ସମ୍ପାଦକ ସନାତନ ରାଉତ, ଶିକ୍ଷକ ଗୋରୁଗୋବିନ୍ଦ ମହାନ୍ତି ପ୍ରମୂଖ ଯୋଗ ଦେଇଥିଲେ।

ଏହି ଅବସରରେ ଅତିଥିମାନେ ମଧୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କ ଜିବନୀ ବିଷୟରେ ଆଲେକପାତ କରିଥିଲେ। ଶିକ୍ଷକ ରାଘବ ଗହୀର ସଭା ପରିଚାଳନା କରିଥିବାବେଳେ ଶିକ୍ଷକ ଚନ୍ଦ୍ରଚୁଡ଼ ମହାଖୁଡ଼ ଧନ୍ୟବାଦ ଅର୍ପଣ କରିଥିଲେ। ଲାଞ୍ଜିଗଡ ବ୍ଲକ ‘ସମ୍ବାଦ’ ପ୍ରତିନିଧି କ୍ଷମାନିଧି ମହାଖୁଡ଼ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଲାଞ୍ଜିଗଡ ପ୍ରତିନିଧି ଦୂଃଖିଶ୍ୟାମ ନାଗ (ନିଲେସ)ଙ୍କ ରିପୋର୍ଟ odiabarta.in

ହ୍ଵାଟ୍ସଆପରେ ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.