ଓଡିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ କୁମେରପଟା ଗ୍ରାମର ବେଣୁଧର ସୁନା (୩୫) ଗତକାଲି ଗୁଜୁରାଟର ରାଜକୋଟର ଗୁରୁକୂଳ ଅଞ୍ଚଳରେ ଛଅ ମହଲା ବିଲଡିଂ କାମ କରୁଥିବା ବେଳେ ଖସିପଡି ପ୍ରାଣ ହରାଇଛନ୍ତି। ସେ ଗତ ୧୧ ତାରିଖରେ ନିଜ ସ୍ତ୍ରୀ ସହ ସେଠାକୁ କାମ କରିଯାଇଥିବା ବେଳେ ଏହି ଅଘଟଣ ଘଟିଛି। ମୃତ ବେଣୁଧର ସୁନାଙ୍କ ଗୋଟିଏ ପୁଅ ସଦାଇପାଲିରେ ଯୁକ୍ତ ଦୁଇ ପଢୁଥିବା ବେଳେ ସାନପୁଅ କୁମେରପଟାରେ ଷଷ୍ଠ ଶ୍ରେଣୀରେ ପଢୁଛି। କୁମେରପଟା ଗ୍ରାମର ସେନାପତି ସୁନା ଓ ଲକ୍ଷ୍ମୀ ସୁନାଙ୍କ ବଡପୁଅ ନିଜ ସ୍ତ୍ରୀ ସହିତ ଦାଦନ ଶ୍ରମିକ ଭାବେ କାମ କରି ଯିବା ପାଇଁ ୯ ଦିନ ତଳେ ଗୁଜୁରାଟ ଅଞ୍ଚଳକୁ ଯାଇଥିଲେ। କାମ କରୁଥିବା ମାଲିକ ଆମ୍ବୁଲାନ୍ସରେ ଶବ ନିଜ ପୈତୃକ ଗ୍ରାମ କୁମେରପଟାକୁ ପଠାଇଛନ୍ତି। ଶବ ମଙ୍ଗଳବାର ଦିନ ଗାଁରେ ପହଞ୍ଚିବ । ତାଙ୍କ ପରିବାରକୁ ସରକାରୀ ସହୟତା ଯୋଗାଇ ଦେବାକୁ ଦାବି ହେଉଛି ।