ଅମୃତପାଲଙ୍କୁ ଧରିବା ପାଇଁ ପୋଲିସ ନାକେଦମ

ଓଡ଼ିଆ ବାର୍ତ୍ତା/ ଚଣ୍ଡିଗଡ: ଖଲିସ୍ତାନ ସମର୍ଥକ ତଥା ବାରିସ ପଞ୍ଜାବ ଦେର ମୁଖ୍ୟ ଅମୃତପାଲ ସିଂଙ୍କ ସହ ତାଙ୍କ ସହଯୋଗୀଙ୍କ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଗତ ରବିବାର ବିଳମ୍ବିତ ରାତିରେ ଅମୃତପାଲ ସିଂହଙ୍କ ଚାଚା ହରଜିତ ସିଂହ ଏବଂ ତାଙ୍କର ଡ୍ରାଇଭର ପଞ୍ଜାବ ପୋଲିସ  ପାଖରେ ଆତ୍ମସମର୍ପଣ କରିଛନ୍ତି । ଅମୃତପାଲଙ୍କ ସହ ଗାଡିରେ ତାଙ୍କର ଚାଚା ହରିଜିତ ଉପସ୍ଥିତ ଥିଲେ । ପୋଲିସ ଅମୃତଲାଲଙ୍କୁ ଧରିବାକୁ ଯିବାବେଳେ ତାଙ୍କର ଚାଚା, ଡ୍ରାଇଭର ଏବଂ ଅନ୍ୟଜଣେ ବ୍ୟକ୍ତି ଖସି ପଳାଇଥିଲେ । ଜଳନ୍ଧରର ଗ୍ରାମୀଣ ଏସଏସପି ସ୍ୱର୍ଣ୍ଣଦୀପ ସିଂହ ଏହି ସୂଚନା ଦେଇଛନ୍ତି । ଉଭୟଙ୍କ ପାଖରୁ ପୁଲିସ ଏକ ମର୍ସିଡିଜ କାର୍ ମଧ୍ୟ ଜବତ କରିଛି। ଦାଦା ହରିଜିତ ସିଂହ ଅମ୍ରିତପାଲଙ୍କ ପରାମର୍ଶଦାତା।ଯେତେବେଳେ ପଞ୍ଜାବ ପୁଲିସ ତାଙ୍କ ପିଛା କରିଥିଲା ସେତେବେଳେ ସେ ଆଉ ଅମ୍ରିତପାଲ ଭିନ୍ନ ହୋଇଯାଇଥିଲେ। ପଞ୍ଜାବ ପୋଲିସ ରବିବାର ଅନେକ ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରି ଅମୃତପାଲଙ୍କୁ ଧରିବା ପାଇଁ ଅଭିଯାନ ଚଲାଇଥିଲା । ଇତି ମଧ୍ୟରେ ପୋଲିସ ଅମୃତପାଲର ୧୧୨ ଜଣ ସମର୍ଥକଙ୍କୁ ଗିରଫ କରିସାରିଲାଣି । ଅନ୍ୟପକ୍ଷେ ଅମୃତପାଲଙ୍କ ବାପା ତରସେମ ସିଂହ ଅଭିଯୋଗ କରିଛନ୍ତି, ପୋଲିସ ତାଙ୍କ ପୁଅକୁ ଗିରଫ କରିନେଇଛି । ଏବେ ତା ଜୀବନ ପ୍ରତି ବିପଦ ରହିଛି । କାରଣ ଗତ ରବିବାରଠାରୁ ପୁଅର କୌଣସି ସନ୍ଧାନ ମିଳୁ ନ  ଥିବା ବାପା ତରେସମ ସିଂହ କହିଛନ୍ତି । ଏବେ ପଞ୍ଜାବରେ ହାଇ ଆଲର୍ଟ ଜାରି କରାଯାଇଛି ।  ସୁରକ୍ଷା କର୍ମୀ ଫିରୋଜପୁର, ବଠିଣ୍ଡା, ରୂପନଗର, ଫରିଦକୋର୍ଟ, ବଟାଲା, ହୋଶିଆରପୁର, ଗୁରୁଦାସପୁର, ଜଳନ୍ଧର ସମେତ ଅନେକ ଅଞ୍ଚଳରେ ପୋଲିସ ଫ୍ଲାଗମାର୍ଚ୍ଚ କରୁଛି । ପଞ୍ଜାବ ସରକାର ମୋବାଇଲ, ଇଣ୍ଟରନେଟ ସେବା ବନ୍ଦ କରି ଦେଇଛନ୍ତି ।  ତେବେ ଏହି କଟକଣାରୁ ବ୍ୟାଙ୍କ ସେବାକୁ ବାଦ ଦିଆଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.