ବିଶ୍ବ ଖୁସି ଦିବସରେ ବେଦାନ୍ତ ଆଲୁମିନିୟମ କର୍ମଚାରୀଙ୍କ ସୁସ୍ଥତା ଓ ଜୀବନଶୈଳୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛି

କର୍ପୋରେଟ ପ୍ଲେଲନେସ ଓ ଲାଇଫଷ୍ଟାଇଲ ପାର୍ଟନର ଭାବରେ ମନ୍ତ୍ରୀ କେୟାର ସହିତ କମ୍ପାନି ସହଭାଗିତା ଘୋଷଣା କରିଛି

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ବିଶ୍ଵ ଖୁସି ଦିବସରେ ଆଲୁମିନିୟମ ଭାରତର ସର୍ବବୃହତ ଉତ୍ପାଦକ ବେଦାନ୍ତ ଆଲୁମିନିୟମ କର୍ମଚାରୀ ଏବଂ ସେମାନଙ୍କ ପରିବାରର କଲ୍ୟାଣ ଓ ଜୀବନରେ ଉନ୍ନତି ଆଣିବା ପାଇଁ କର୍ମଚାରୀ ସୁସ୍ଥତା ଓ ଜୀବନଶୈଳୀ କାର୍ଯ୍ୟକ୍ରମ ଉମଙ୍ଗର ଶୁଭାରମ୍ଭ କରିଛି । ଏଥି ପାଇଁ ସ୍ୱାସ୍ଥ୍ୟ ଓ ପ୍ରଯୁକ୍ତିବିଦ୍ୟା ଓ କମ୍ପାନି ମରା କେୟାର ସହିତ କମ୍ପାନି ସହଭାଗିତା ଘୋଷଣା କରିଛି ।

Omkar Vasthu
Omkar Vasthu

ବେଦାନ୍ତ ଆଲୁମିନିୟମ ହେଉଛି ବିଶ୍ଵର ବୃହତ ଆଲୁମିନିୟମ କମ୍ପାନି ଯାହାର ଓଡ଼ିଶା ଓ ଛତିଶଗଡ଼ରେ କାର୍ଯ୍ୟ ଚାଲିଛି ଓ ଏହା ବିବିଧ କର୍ମଚାରୀଙ୍କୁ ନେଇ ପରିଚାଳିତ । କର୍ମଚାରୀମାନେ ସର୍ବଦା ଏକ ବଡ଼ ଆହ୍ୱାନକୁ ନେଇ କାମ କରି କମ୍ପାନିର ବିକାଶ ପାଇଁ ପ୍ରୟାସ କରନ୍ତି । ବେଦାନ୍ତ ଆଲୁମିନିୟମ ପକ୍ଷରୁ ବିଶ୍ବସ୍ତରୀୟ ଟାଉନଶିପ, ଖେଳପଡ଼ିଆ, ସୁଇମିଂ ପୁଲ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯାଇଛି ଯଦ୍ବାରା ଏହାର କର୍ମଚାରୀମାନେ ସୁସ୍ଥ ରହିବେ ।

Pearl dental clinic
Near Ashish Medical Store, Bhawanipatna

କମ୍ପାନି ସାସ୍ଥ୍ୟ ବିଭାଗ ଉପରେ ଗୁରୁତ୍ଵ ଦେଇଥାଏ ସେଥିପାଇଁ ବର୍ଷ ସାରା ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର ଆୟୋଜନ କରିଥାଏ। କର୍ମଚାରୀ ଓ ସେମାନଙ୍କ ପରିବାରର ସୁସ୍ଥତା ପ୍ରତି ଧ୍ୟାନ ଦେବା ସହ ଉମଙ୍ଗ କାର୍ଯ୍ୟକ୍ରମ ଅର୍ନ୍ତଗତ ଅନଲାଇନ ପରାମର୍ଶ, ଫିଜିଓଥେରାପି, ଯୋଗ , ଧ୍ୟାନ, ନିଶା ନିବାରଣ ଓ ଅନ୍ୟାନ୍ୟ ସେବା ପ୍ରଦାନ କରିଥାଏ ।

Udyog Nursery
Udyogi Nursery

ଏହି କାର୍ଯ୍ୟକ୍ରମ ବିଷୟରେ ବେଦାନ୍ତ ଲିମିଟେଡ-ଆଲୁମିନିୟମ ବ୍ୟବସାୟର,ସିଇଓ, ଶ୍ରୀ ରାହୁଲ ଶର୍ମା, କହିଛନ୍ତିଯେ ଆଲୁମିନିୟମରେ ଆମେ ବିଶ୍ଵରେ ଅଗ୍ରଣୀ ହେବା ପାଇଁ ଲକ୍ଷ୍ୟ ରଖିଛୁ ଓ ଏଥିପାଇଁ ଆମେ ସର୍ବଦା ଆମର କର୍ମଚାରୀଙ୍କ କଲ୍ୟାଣ ପ୍ରତି ଯତ୍ନବାନ ଅଛୁ। ଏଥିପାଇଁ ଆମେ ବିଭିନ୍ନ ପର୍ଯ୍ୟାୟରେ ଅନେକ କଲ୍ୟାଣକାରୀ ପଦକ୍ଷେପ ଗ୍ରହଣ କରିଛୁ । ଉମଙ୍ଗ କାର୍ଯ୍ୟକ୍ରମ ଦ୍ବାରା ସେମାନେ କାର୍ଯ୍ୟ କରିବାକୁ ମନୋବଳ ସଂଗ୍ରହ କରିବା ସହିତ ନିଜର ବୃତିଗତ ଜୀବନରେ ଉନ୍ନତି ଆଣିପାରିବେ ।

ଶ୍ରୀ ହିମାଂଶୁ ଜୈନ, ସିଇଓ ମନ୍ତ୍ରାକେୟାର ବେଦାନ୍ତ ଆଲୁମିନିୟମର ସହଭଭାଗୀ କହିଛନ୍ତିଯେ- ଭାରତର ଏକ ଅଗ୍ରଣୀ ସଂସ୍ଥା ବେଦାନ୍ତ ସହିତ ମିଶି କାର୍ଯ୍ୟକରୁଥିବାରୁ ଆମେ ଆନନ୍ଦିତ । ବେଦାନ୍ତରେ କର୍ମଚାରୀଙ୍କ ସୁସ୍ଥତା ଓ ଉପଯୁକ୍ତ ଜୀବନଶୈଳୀ ଏକ ପ୍ରମୁଖ ପ୍ରାଥମିକତା ଅଟେ । ସେମାନଙ୍କ ବ୍ୟକ୍ତିଗତ ଜୀବନରେ ପରିବର୍ତନ ଆଣିବା ଲାଗି ଆମେ ପ୍ରୟାସ କରିବୁ ।

ସହଯୋଗ ଏକ ବ୍ୟାପକ ସୁସ୍ଥତା କାର୍ଯ୍ୟକ୍ରମର ରୋଲ ଆଉଟ ହେବ ଯାହା ବେଦାନ୍ତ ଆଲୁମିନିୟମର କର୍ମଚାରୀଙ୍କ ଶାରୀରିକ, ମାନସିକ ଓ ବୌଦ୍ଧିକ ବିଷୟ ଉପରେ ଉନ୍ନତି ଆଣିବାରେ ସହାୟକ ହେବ । କମ୍ପାନି ପକ୍ଷରୁ ଏଥିପାଇଁ ପର୍ଯ୍ୟୟକ୍ରମେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କାଯିବାକୁ ଯୋଜନା ରହିଛି ।

ଏହାର କର୍ମଚାରୀମାନଙ୍କ ପାଇଁ ଏକ ଅନୁକୂଳ, ଅଭିବୃଦ୍ଧି ଭିତିକ କାର୍ଯ୍ୟ ପରିବେଶ ସୁନିଶ୍ଚିତ କରିବା ପାଇଁ କମ୍ପାନୀର ପଦକ୍ଷେପଗୁଡିକ ଅନେକ ଶ୍ରେଷ୍ଠ ଶିଳ୍ପ ମାନ୍ୟତା ପାଇଛି । ବିଜନେସ୍ ୱାର୍ଲ ସହ ମିଳିତ ଭାବରେ ହାପି+ ଦ୍ଵାରା ସମ୍ମାନଜନକ ‘ଦି ହାପିଷ୍ଟ ୱାର୍କପ୍ଲେସ୍ ଆୱାର୍ଡ ୨୦୨୨’ ପ୍ରଦାନ କରାଯାଇଛି ଏବଂ ଆର୍ଥିକବର୍ଷ ୨ ୩ ପାଇଁ ସମ୍ମାନଜନକ ‘କାର୍ଯ୍ୟ ସ୍ଥାନ’ ପ୍ରମାଣପତ୍ର ମଧ୍ୟ ପାଇଛି ।

ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୨ ରେ ୨.୨୭ ନିୟୁତ ଟନ୍ ଆଲୁମିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ବ୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୧ରେ ୨ୟ ବ୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମନକାରୀ ସଂସ୍ଥା । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ଵ ଶ୍ରେଣୀୟ ସ୍ମେଲ୍ଟର, ପାଓ୍ବାର ପାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.