କାଦୁଅ ପଚପଚ ଲଙ୍ଗଳେଶ୍ୱର-ଘୋଡାପଡା ରାସ୍ତା, ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କଲେ ଜନପ୍ରତିନିଧି

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଦୀର୍ଘ ପାଞ୍ଚ ବର୍ଷ ଧରି ଠିକାଦାର ଅର୍ଦ୍ଧ ନିର୍ମିତ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ଲଙ୍ଗଳେଶ୍ୱର-ଘୋଡାପଡା ରାସ୍ତା ଛାଡି ଚାଲିଯିବା ପରେ ଏହି ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଥିବା ବେଳେ ପ୍ରାୟ ୬ ଖଣ୍ଡ ପଂଚାୟତ ବାସି ଯାତାୟାତ ପାଇଁ ନିର୍ଭର କରୁଥିବା ଲୋକମାନେ ସାମାନ୍ୟ ବର୍ଷାରେ ଲୋକମାନେ ପହଁରିବାକୁ ପଡୁଛି। ଉକ୍ତ ରାସ୍ତା ଉପରେ ପ୍ରାୟ ୫୦ ଖଣ୍ଡ ଗ୍ରାମବାସୀ ଯାତାୟାତ ପାଇଁ ନିର୍ଭର କରି ଚାଲନ୍ତି। ଏଣେ ଠିକାଦାର ୩କୋଟି ଟଙ୍କା ଧରି ଛୁ। କେବଳ ଭକୁଆ ହାଇଛନ୍ତି ଗ୍ରାମବାସୀ। ଏହି ରାସ୍ତାଟିକୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରି ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ବହୁବାର ଦାବି ହେବା ସାଙ୍ଗକୁ ଗଣମାଧ୍ୟମ ରେ ବାରମ୍ବାର ଦୃଷ୍ଟି ଆକର୍ଷଣ ପରେ ଉକ୍ତ ରାସ୍ତା ଯାତାୟାତ ସୁଗମ କରିବା ପାଇଁ ୫୧ ଲକ୍ଷ ଟଙ୍କା ଅନୁଦାନ ଆସିଥିବା ବେଳେ ଏ ପର୍ଯ୍ୟନ୍ତ ଏହି ମରାମତି କାମ କରିବା ପାଇଁ କୌଣସି ଠିକାଦାର ଟେଂଡର ଧରୁନାହାନ୍ତି। ଗଂଜାମ ଜିଲ୍ଲାପାଳଙ୍କ ଖଲ୍ଲିକୋଟ ବ୍ଲକ ସ୍ତରୀୟ ଜନଶୁଣାଣୀ ଶିବିରରେ ଏହି ରାସ୍ତାକୁ ଖୁବ ଶୀଘ୍ର ମରାମତି ପାଇଁ ଜିଲ୍ଲା ପରିଷଦ ସଭ୍ୟା ସୋନମ ପଲାଇ, ବିନାୟକ ଜଲ୍ଲି, ବ୍ଲକ ଉପାଧ୍ୟକ୍ଷା ଭାରତୀ ମହାରଣା, ଲଙ୍ଗଳେଶ୍ୱର ସରପଞ୍ଚ ରମେଶ ଚନ୍ଦ୍ର ସାହୁ, ବକୁଟୁ ଗାଁ ସରପଂଚ ଗଣେଶ ସାହୁ, ତେନ୍ତୁଳିଆପାଲ୍ଲୀ ସରପଂଚ ମିନତୀ ମଞ୍ଜରୀ ନାୟକ, ଆଇଟିପୁର ସରପଂଚ ଟ୍ୱିଙ୍କେଲ ତରାଇ ଖୋଜାପଲ୍ଲୀ ସରପଂଚ ମହେଶ୍ୱର ସ୍ୱାଇଁ, ବଡ଼ପଲି ସରପଂଚ ନିର୍ମଳ ସବର ସମିତି ସଭ୍ୟା ସରସ୍ବତୀ, ପିଙ୍କି ସ୍ୱାଇଁ ସରସ୍ବତୀ ପ୍ରଧାନ ସମିତି ସଭ୍ୟା ପଦ୍ମ ଦଳାଇ ସମାଜସେବୀ ଅଶୋକ ତ୍ରିପାଠୀ ସମେତ ଛଅ ଗୋଟି ପଂଚାୟତର ୱାର୍ଡ ସଭ୍ୟ ଗଂଜାମ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଥିବା ପ୍ରକାଶ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.