ଜଙ୍ଗଲ ନିଆଁକୁ ରୋକିବା ପାଇଁ ବନ ବିଭାଗ ଦ୍ବାରା ସାମିଲ୍ ହେଲେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): ଜଙ୍ଗଲ ନିଆଁକୁ କେମିତି ଆୟତ୍ତ କରିହେବ ଏବଂ ମୂଲ୍ୟବାନ ଗଛ ସହ ଜୀବ ଜନ୍ତୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବନ ବିଭାଗ ପକ୍ଷରୁ ସବୁ ବନଖଣ୍ଡରେ ସଚେତନତା କାଯ୍ୟକ୍ରମ ଜାରୀ ରହିଛି । ଏହାରି ଭିତରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅଧିନରେ ଥିବା କୋଟଗଡ଼ ବନାଞ୍ଚଳ ଅଧିକାରୀ ସୂର୍ଯ୍ୟକାନ୍ତ ବେହେରା କିଛି ନିଆରା ପଦକ୍ଷେପ ନେଇଥିବା ସାମ୍ନାକୁ ଆସିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପୂର୍ବରୁ କୋଟଗଡ଼ ବନାଞ୍ଚଳର ବିଭିନ୍ନ ସ୍ଥାନରେ ନାଚ, ଗୀତ ଓ ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନ ସଚେତନତା କାର୍ଯ୍ୟକ୍ରମ କରିଥିବା ବେଳେ ବର୍ତ୍ତମାନ ଅଞ୍ଚଳର ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ତୃଣମୂଳ ସ୍ତରରୁ ଜନ ସଚେତନତା କାର୍ଯ୍ୟକ୍ରମ କରି ଜଙ୍ଗଲ ନିଆଁର ଭୟାବହତା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ସହଯୋଗ ଲୋଡ଼ିଛନ୍ତି ।

Udyog Nursery
Udyogi Nursery

ଏନେଇ କୋଟଗଡ଼ ବ୍ଲକର ୧୦ଟି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ପ୍ରାୟ ୮୦ ମହିଳାଙ୍କୁ ନେଇ ବନାଞ୍ଚଳ ପକ୍ଷରୁ ଏକ ସ୍ବତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜଙ୍ଗଲରେ ନିଆଁ ଲାଗିବା ଦ୍ବାରା କଣ,କଣ କ୍ଷତି ଘଟୁଛି ଏବଂ ଜୀବଜଗତ ଉପରେ କଣ ପ୍ରଭାବ ପଡୁଛି ସେନେଇ ମା ମାନଙ୍କୁ ଅବଗତ କରାଇବା ସହ ପ୍ରତ୍ୟେକ ମା ମାନେ କେମିତି ନିଜ ନିଜର ସାହି, ୱାର୍ଡ ଓ ପଞ୍ଚାୟତରେ ସଭା ମାଧ୍ୟମରେ ଲୋକଙ୍କୁ କିଭଳି ବୁଝାଇବେ ଏବଂ ଜଙ୍ଗଲ ସୁରକ୍ଷା କିଭଳି କରାଯାଇପାରିବ ସେନେଇ କୋଟଗଡ଼ ବନାଞ୍ଚଳ ତରଫରୁ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ମା ମାନଙ୍କୁ ବିଭାଗ ପକ୍ଷରୁ ସହଯୋଗ ପାଇଁ ଅନୁରୋଧ କରାଯାଇଥିବା କହିଛନ୍ତି ବନାଞ୍ଚଳ ଅଧିକାରୀ ସୂର୍ଯ୍ୟକାନ୍ତ ବେହେରା ।

ଅନ୍ୟପଟେ ଗୋଷ୍ଠୀର ମା ମାନେ ବିଭାଗର ଅନୁରୋଧ କ୍ରମେ ଏଥିରେ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି । ଏହି କାର୍ଯ୍ୟକ୍ରମରେ ବନାଞ୍ଚଳର ସମସ୍ତ ବନପାଳ ଓ ସମସ୍ତ କର୍ମଚାରୀ ସାମିଲ୍ ହୋଇ କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.