ଜାଗା ମିଶନ ଉପଦେଷ୍ଟାଙ୍କ ରାୟଗଡା ଜିଲ୍ଲା ଗସ୍ତ

• ରାୟଗଡା ପୌରାଞ୍ଚଳ ଓ ଗୁଡାରୀ ବିଜ୍ଞାପିତ ଅଞ୍ଚଳ କଲେ ପରିଦର୍ଶନ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ସହରାଞ୍ଚଳ ବାସହରା ପରିବାରଙ୍କ ପାଇଁ ରାଜ୍ୟ ସରକାର କାର୍ଯ୍ୟକାରୀ କରିଛନ୍ତି ଜାଗା ମିଶନ । ଯୋଜନା ଅନ୍ତର୍ଗତ ପୌରାଞ୍ଚଳ ତଥା ସହରାଞ୍ଚଳବାସୀଙ୍କୁ ସରକାରୀ ଜାଗା ପଟ୍ଟା ପ୍ରଦାନ ସହ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ରାଜ୍ୟ ସରକାର ଆର୍ଥୀକ ସହାୟତା ପ୍ରଦାନ କରୁଛନ୍ତି । ସମ୍ପ୍ରତି ରାୟଗଡା ଜିଲ୍ଲାରେ ଯୋଜନା କିଭଳି କାର୍ଯ୍ୟକାରୀ ହେଉଛି, ତାହା ଜିଲ୍ଲା ଗସ୍ତରେ ଆସି ସମୀକ୍ଷା କରିଛନ୍ତି ଜାଗା ମିଶନ ଯୋଜନା ଉପଦେଷ୍ଟା ଶଙ୍କର ରାଉତ । ଶ୍ରୀ ରାଉତ ରାୟଗଡାରେ ପହଞ୍ଚି ରାୟଗଡ଼ା ପୌରପରିଷଦ ଅଧିନ ବିଭିନ୍ନ ୱାର୍ଡ ବୁଲି ଯୋଜନା କାର୍ଯ୍ୟକାରୀ ସମ୍ପର୍କରେ ତଦାରଖ କରିଛନ୍ତି । ଏଥିସିହିତ ହିତାଧିକାରୀଙ୍କ ସହ ମିଶି ସେମାନେ କିଭଳି ଭାବେ ଯୋଜନାରେ ଉପକୃତ ହୋଇଛନ୍ତି ସେନେଇ ଆଲୋଚନା କରିଛନ୍ତି । ଏହି ପରିପ୍ରେକ୍ଷୀରେ ରାୟଗଡ଼ା ପୌର ପାଳିକା ନିର୍ବାହୀ ଅଧିକାରୀ ୟାସୀର ବିଲାଲ ଅହମ୍ମଦଙ୍କ ସମେତ ପୋୖରାଧ୍ୟକ୍ଷ ମହେଶ ପଟ୍ଟନାୟକ, ପୋୖରା ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡା ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ସହ ଶ୍ରୀ ରାଉତ ୱାର୍ଡ ସଂଖ୍ୟା ୩,୧୧ ଓ ୨୦ ବୁଲି ଦେଖିଛନ୍ତି । ଏହି ଅବସରରେ ଜାଗା ମିଶନରେ ଅନ୍ତର୍ଭୁକ୍ତ ହୋଇ ନଥିବା ପରିବାର ଲୋକଙ୍କ ସହ ମିଶି ସେମାନଙ୍କ ସମସ୍ୟା ବୁଝିଥିଲେ । ଆସନ୍ତା ଦିନରେ କିଭଳି ଭାବେ ଏହି ଯୋଜନାରେ ହିତାଧିକାରୀ ହେବେ ସେନେଇ ଆଲୋଚନା କରିଛନ୍ତି । ତେବେ ଜାଗା ମିଶନ ଅଧିନ ପୌରାଞ୍ଚଳ ବାସହରା ପରିବାର ଚିହ୍ନଟ ହେବାରୁ ବଞ୍ଚିତ ହୋଇଥିବା ନେଇ ଅଭିଯୋଗ ହେବାରୁ ପରବର୍ତ୍ତି ମୁହୂର୍ତ୍ତରେ ପ୍ରକୃତ ହିତାଧିକାରୀ ସଠିକ ଭାବେ ଚିହ୍ନଟ କରିବାକୁ ଶ୍ରୀ ରାଉତ ପ୍ରତିଶୃତି ଦେଇଛନ୍ତି । ଏବଂ ଯୋଜନାରେ ଅନ୍ତଃର୍ଭୁକ୍ତ ହୋଇନଥିବା ପ୍ରକୃତ ହିତାଧିକାରୀଙ୍କ ରିପୋର୍ଟ ପୌର ନିର୍ବାହୀ ଅଧିକାରୀଙ୍କୁ ଖୁବଶିଘ୍ର ପ୍ରଦାନ କରିବାକୁ ଶ୍ରୀ ରାଉତ ନିର୍ଦ୍ଦେଶ ଦେଇଛନ୍ତି । ଅନୁରୂପ ଗୁଡ଼ାରୀ ବିଜ୍ଞପିତ ଅଞ୍ଚଳ ପରିଷଦ ଗସ୍ତ କରି ଶ୍ରୀ ରାଉତ ପରିଷଦ ଅଧ୍ୟକ୍ଷା ଶର୍ମିତା ଶବର ଓ ଉପାଧ୍ୟକ୍ଷ ବି.ଯୋଗେଶ୍ୱର ରାଓ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ସହ ଶ୍ରୀ ରାଉତ ଆଲୋଚନା କରିଛନ୍ତି । ଗୁଡାରୀ ବିଜ୍ଞପିତ ଅଞ୍ଚଳ ପରିଷଦର ୧୦ ଓ ୧୧ ନମ୍ବର ୱାର୍ଡ ବୁଲି ଲୋକଙ୍କ ସହ ଜାଗା ମିଶନର କାର‌୍ୟ୍ୟକାରୀ ସମ୍ବନ୍ଧରେ ଆଲୋଚନା କରିଛନ୍ତି । ଏଥିସହିତ ଅଞ୍ଚଳବାସୀଙ୍କ ମତାମତ ପଚାରି ବୁଝିଛନ୍ତି । ଜଗ ମିଶନରେ ଚିନ୍ହଟ ହୋଇନଥିବା ଘର ଗୁଡ଼ିକୁ ପୁନଃ ସାମିଲ ପାଇଁ ଲୋକଙ୍କ ତରଫରୁ ଉପଦେଷ୍ଟାଙ୍କୁ ଅନୁରୋଧ କରାଯାଇଥିଲା। ଏ ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ନିର୍ବାହୀ ଅଧିକାରୀ ତୁରନ୍ତ ପ୍ରଦାନ କରିବାକୁ ଶ୍ରୀ ରାଉତ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀ ରାଉତଙ୍କ ଏହି ଗସ୍ତ ବେଳେ ଜିଲ୍ଲା ବିଜୁ ଜନତା ଦଳ ଯୁବ ସଭାପତି ଦେବାଶିଷ ଖାଡଙ୍ଗା ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.