ଯୁବ ଇଂରାଜୀ ଅଧ୍ୟାପକ ନିକୁଞ୍ଜ ଭୋଇଙ୍କ ପରଲୋକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଲାଞ୍ଜିଗଡ଼ରୋଡ଼ ଜୁନିୟର କଲେଜର ଇଂରାଜୀ ଅଧ୍ୟାପକ ନିକୁଞ୍ଜ ଭୋଇଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୦ ବର୍ଷ ବୟସ ହୋଇଥିଲା। ସେ ନର୍ଲା ବାସିନ୍ଦା ଥିବାବେଳେ ଦୀର୍ଘଦିନ ଧରି ମଧୁମୟ ରୋଗରେ ପୀଡିତ ଥିଲେ। ତାଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ପ୍ରଥମେ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରୁ ଭୁବନେଶ୍ବର ସ୍ଥାନାନ୍ତର କରିବା ସମୟରେ ଖୋର୍ଦ୍ଧା ପାଖରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ଇଂରାଜୀ ବିଭାଗରେ ତାଙ୍କର ଗଭୀର ଜ୍ଞାନ ଥିଲା। ସେ ଲାଞ୍ଜିଗଡ଼ ରୋଡ଼ ଜୁନିୟର କଲେଜ ସମେତ ମାଉଣ୍ଟେନ କିଡ୍ ସ୍କୁଲର ସମସ୍ତଙ୍କ ପ୍ରିୟପାତ୍ର ଥିଲେ। ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଲାଞ୍ଜିଗଡ଼ ରୋଡ଼ ଜୁନିୟର ମହାବିଦ୍ୟାଳୟରେ ଶୋକ ପାଳନ କରିବାସହ ଅଧ୍ୟକ୍ଷ ଜୟକୃଷ୍ଣ ପଧାନ, ଅଧ୍ୟାପକ ସରୋଜ କୁମାର ଜେନା, ଧର୍ମରାଜ ଭୋଇ, ନିରଞ୍ଜନ ପାଢି, ସନ୍ତୋଷ ଦାଶ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି। ଆଜି ନର୍ଲା ସ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଯାଇଛି। ନିକୁଞ୍ଜ ଭୋଇଙ୍କ ଅକାଳ ବିୟୋଗରେ ନର୍ଲା ବିଧାୟକ ଭୁପିନ୍ଦର ସିଂ, ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ନର୍ଲା ସରପଞ୍ଚ ତନୁଜା ହରପାଲ, ସର୍ଗିଗୁଡା ସମିତି ସଭ୍ୟ ଚିରଞ୍ଜିବୀ ଗୈାଡିଆ, ଯୁବନେତା ହମେଶ କୁମାର ଜୈନ, ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଲାଞ୍ଜିଗଡ଼ ରୋଡ଼ ସରପଞ୍ଚ ଶୁଶ୍ରୀ ମମତା ଶବର, ପିଇଡବ୍ଲୁ ମିଡ଼ିଆ ଏସୋସିଏସନର ସଭାପତି ନିଲେଶ କୁମାର ନାଗ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.