ଲଖନପୁର ଓ ତୁଳସୀପୁରରୁ ଜଙ୍ଗଲ ବିଭାଗ ଜବତ କଲା କାଠ ଓ କରତକଳ ଯନ୍ତ୍ରାଂଶ ସହ ଟ୍ରାକ୍ଟର

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା) : ଦୀର୍ଘଦିନ ହେଲା ଖଲ୍ଲିକୋଟ ଅଂଚଳରେ ବେଆଇନ କାଠ ବେପର ସାଙ୍ଗକୁ କରତକଳ ବୃଦ୍ଧି ପାଉଥିବା ଅଭିଯୋଗକୁ ଆଧାର କରି ଗୁରୁବାର ଦିନ ସ୍ଥାନୀୟ ବନ ବିଭାଗ ଅଧିକାରୀ ସିଦ୍ଧାର୍ଥ ଶଙ୍କର ସାହୁଙ୍କ ନିର୍ଦ୍ଦେଶ କ୍ରମେ ଖଲ୍ଲିକୋଟ ବନାଞ୍ଚଳ ଅଧିନସ୍ଥ ଲଖନପୁର ଠାକୁରାଣୀ ମନ୍ଦିର ପାଖରେ ଚାଲିଥିବା ଏକ ବେଆଇନ କରତକଳ ଯନ୍ତ୍ରାଂଶ ସହ କାଠ ଜବତ କରିଥିବା ବେଳେ ଏହି ବନାଞ୍ଚଳ ଅନ୍ତର୍ଗତ ତୁଳସୀପୁର ହାଇସ୍କୁଲ ପଛପଟେ ଏକ ବେଆଇନ କରତକଳ ଚାଲିଥିବା ସୂଚନା ପାଇ ଜଙ୍ଗଲ ବିଭାଗ କର୍ମଚାରୀମାନେ ଚଢ଼ାଉ କରି କାଠ ସହ କରତକଳର ସମ୍ପୂର୍ଣ୍ଣ ଯନ୍ତ୍ରାଂଶ ଜବତ କରିଥିବା ଜଣାପଡିଛି। ଦୁଇଗୋଟି କରତକଳରୁ ପ୍ରାୟ ୮୦ ଘନଫୁଟ କାଠ ଜବତ କରିଥିଲେ। ଚଢ଼ାଉରେ ବନପାଳ ବସନ୍ତ କୁମାର କାର୍ଜିଙ୍କ ସମେତ ରାଜେଶ୍ୱର ବେହେରା, ମନୋଜ ସେଠୀ, ବୁଲୁ ଜେନା, ସାଗର ବେହେରା, ବାପି ପଳାଇ, ପଦ୍ମଚରଣ ଦାସ ଜି କୃଷ୍ଣ ପ୍ରମୁଖ ବନ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.