ଓଡ଼ିଶାର ବାପି ହାଁସଦା ହର୍ଡଲସରେ ବିଶ୍ୱରେ ଏକ ନମ୍ବର; ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଯେତେ ଘାତ ପ୍ରତିଘାତ ଥାଉ ଯଦି ଜଣଙ୍କର ନିଷ୍ଠା ଅଛି ତାହେଲେ ତାଙ୍କର ପ୍ରତିଷ୍ଠା ଆସିବା ଥୟ। ଆଜି ଏହା ପ୍ରମାଣିତ କରି ଦେଖାଇଛନ୍ତି ୧୮ ବର୍ଷରୁ କମ୍ ଦୌଡ଼ ପ୍ରତିଯୋଗିତାରେ ୪୦୦ ମିଟର ହର୍ଡଲସରେ ସ୍ୱର୍ଣ୍ଣ ପଦକ ଜିତିଥିବା ବାଲେଶ୍ୱରର ଆଥଲେଟ ବାପି ହାଁସଦା। ଯାହାଙ୍କୁ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ସହ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାପି ୫୧.୯୦ ସେକେଣ୍ଡରେ ଲକ୍ଷ୍ୟପଥରେ ପହଞ୍ଚି ବିଶ୍ୱ ରେକର୍ଡ କରିଥିଲେ। ବାପିଙ୍କ ନିଷ୍ଠା ଓ କଠିନ ପରିଶ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି। ଛୋଟ ବେଳୁ ନିଜ ବାପାକୁ ହରାଇଥିବା ବାପିଙ୍କର ଏହି ସଫଳତା ଯେତେ ପ୍ରଶଂସା କଲେ କମ୍ ହେବ। ନିଜ ପାଖରେ ଥିବା ନିଷ୍ଠା ପାଇଁ ସେ ବାଲେଶ୍ୱରରୁ ଯାଇ ବିଶ୍ବ ମଞ୍ଚରେ  ନିଜର ନାଁ କରିପାରିଛନ୍ତି। ୧୮ ବର୍ଷରୁ କମ୍ ବର୍ଗରେ ବିଶ୍ୱ ମାନ୍ୟତାରେ ବାପି ଏବେ ୧ ନମ୍ବରରେ ରହିଛନ୍ତି। ଏହି ସଫଳତା ଚଳିତ ବର୍ଷ ଏପ୍ରିଲରେ ଉଜବେକିସ୍ତାନରେ ହୋଇଥିବା ଏସୀୟ ଯୁବ ଦୌଡ଼କୁଦ ପ୍ରତିଯୋଗିତାରେ ବାପି ଯୋଗ୍ୟତା ଅର୍ଜନ କରିଥିଲେ। ୧୭ ବର୍ଷୀୟ ବାପି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ସମର୍ଥନ ଓ ସମ୍ବର୍ଦ୍ଧନା ପାଇଁ ଧନ୍ୟବାଦ ଜଣାଇଛନ୍ତି। ବାଲେଶ୍ୱରର ବାପି ପାଞ୍ଚ ଭାଇ ଭଉଣୀଙ୍କ ମଧ୍ୟରେ ସବୁଠାରୁ ସାନ ହୋଇଥିବା ବେଳେ ୨୦୦୮ ମସିହାରେ ବାପାଙ୍କୁ ହରାଇଥିଲେ। ଅନେକ ବ୍ୟକ୍ତିଗତ ସଙ୍ଘର୍ଷ ପରେ ସେ ଆଥଲେଟିକ୍ସ ପ୍ରତି ତାଙ୍କର ଆଗ୍ରହ ରଖିଥିଲେ ଏବଂ ଏଚପିସି ତାଙ୍କ ପ୍ରତିଭା ପାଇଁ ତାଙ୍କୁ ଚିହ୍ନଟ କରି ୨୦୧୯ରେ କଳିଙ୍ଗ ଷ୍ଟାଡିୟମରେ ସାମିଲ କରିଥିଲେ। ଅଳ୍ପ ସମୟ ମଧ୍ୟରେ ସେ ଅସାଧାରଣ ପ୍ରତିଭା ପ୍ରଦର୍ଶନ କରିଥିଲେ ଯାହା ପ୍ରଶିକ୍ଷକମାନଙ୍କୁ ପ୍ରଭାବିତ କରିଥିଲା। ସେବେଠାରୁ ସେ ଆଥଲେଟିକ୍ ହାଇ ପରଫରମାନ୍ସ ସେଣ୍ଟରରେ ‘ଏଣ୍ଡ୍ୟୁରାନ୍ସ’ ପ୍ରଶିକ୍ଷଣରେ ସାମିଲ ହୋଇଥିଲେ। ଏହା ପୂର୍ବରୁ ବାପି ଭାରତର କେତେକ ଶୀର୍ଷ ଅନ୍ତର୍ଜାତୀୟ ଆଥଲେଟସ ସହ ଉଟିରେ ପ୍ରଶିକ୍ଷଣ ନେବାର ସୁଯୋଗ ପାଇଥିଲେ। ମୁଖ୍ୟ ପ୍ରଶିକ୍ଷକ ମାର୍ଟିନ ଓ୍ବେନ୍ସଙ୍କ ତତ୍ତ୍ୱାବଧାନରେ ବାପି ଏଚପିସିରେ ପ୍ରଶିକ୍ଷଣ ଜାରି ରଖିବେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.