5-T ଯୋଜନାରୁ ବଞ୍ଚିତ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ତୀବ୍ର ଅସନ୍ତୋଷ ପ୍ରକାଶ କଲେ ଅଞ୍ଚଳବାସୀ 

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲାର ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଜିଲ୍ଲାର ଅନ୍ୟତମ ପୂରାତନ ଡାକ୍ତରଖାନା ହୋଇଥିବାବେଳେ ବର୍ତ୍ତମାନ ଜନ ସାଧାରଣ ଏଠାରୁ ଉନ୍ନତ ମାନର ସ୍ବାସ୍ଥ୍ୟ ସେବା ପାଇପାରୁ ନାହାନ୍ତି। ବର୍ତ୍ତମାନ ଓଡ଼ିଶା ସରକାର ୫ଟି ଯୋଜନା ମାଧ୍ୟମରେ ବିଭିନ୍ନ ସରକାରୀ ଶିକ୍ଷାନୁଷ୍ଠାନ, ଚିକିତ୍ସାଳୟକୁ ଅନ୍ତର୍ଭୁକ୍ତ କରୁଥିବାଏ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏହି ସର୍ବୋତ୍ତମ ସେବାରୁ ବଞ୍ଚିତ ହୋଇଥିବା ସୂଚନା ମିଳିଛି। ଏହି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ  ୩୦ ଗୋଟି ଶଯ୍ୟା ରହିଛି। ଏହି ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ସ୍ଥାନୀୟ ଜୟପାଟଣା ଏବଂ ଆଖପାଖ ଅଞ୍ଚଳର ତିନି ଗୋଟି ବ୍ଳକ କଲମପୁର, କୋକସରା, ଏବଂ ଥୁଆମୁଲ ରାମପୁର ବ୍ଳକର ତୃଣମୂଳ ସ୍ତରରେ ବସବାସ କରୁଥିବା ନିରୀହ ଜନସାଧାରଣ ନିର୍ଭରଶୀଳ କରନ୍ତି। ଏହି ସ୍ବାସ୍ଥ୍ୟ କେନ୍ଦ୍ର ର ସ୍ଥିତି ବେସ ସୁଦୃଢ ଥିଲା। ଏହି ଠାରେ ମେଜର ଅପରେସନ କରାଯିବା ସହିତ ସ୍ତ୍ରୀ ରୋଗ ବିଶେଷଜ୍ଞ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଭେଷଜ ଡକ୍ଟର ଏବଂ ଆନୁଷଙ୍ଗିକ ରଞ୍ଜନ ରଶ୍ମୀ ଯନ୍ତ୍ରାଂଶ ସହ କର୍ମଚାରୀ ରହୁଥିଲେ। ବର୍ତ୍ତମାନ ଏହି ଚିକିତ୍ସାଳୟ ଡାକ୍ତର ଅଭାବ ସହିତ ଆବଶ୍ୟକୀୟ ବିଭିନ୍ନ ଯନ୍ତ୍ରପାତି ନ ଥିବାରୁ ରୋଗୀ ଦେଖିବାରେ ଅସୁବିଧା ହେଉଥିବା ଦେଖିବାକୁ ମିଳିଛି। ଯେକୌଣସି ରୋଗୀ ଏଠାକୁ ଚିକିତ୍ସା ପାଇଁ ଅତି ସାଧାରଣ ରୋଗ ନିରାକରଣ ପାଇଁ ଭବାନୀପାଟଣା ସଦର ମହକୁମା ମୁଖ୍ୟ ଚିକିତ୍ସାଳୟ ଉପରେ ନିର୍ଭର କରିବାକୁ ପଡୁଛି। ସଭ୍ୟତାର ଆଧୁନିକ କରଣ ସହିତ ମୋଳିକ ସମସ୍ୟା ର ବିକାଶ ପରିବର୍ତ୍ତେ ବିନାଶ ଘଟିବା ଅତ୍ୟନ୍ତ ଦୁଃଖଦାୟକ ଘଟଣା ବୋଲି ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏହିପରି ସ୍ଥଳେ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରାଜ୍ୟ ସରକାରଙ୍କ ସର୍ବୋତ୍ତମ ସେବା ୫ ଟି ରେ ସାମିଲ ନ କରାଯିବା ସ୍ଥାନୀୟ ଜନସାଧାରଣ ସହଜରେ ଗ୍ରହଣ କରି ପାରୁନାହାନ୍ତି। ଲାଞ୍ଜିଗଡ଼ ବିଧାୟକ ଜୟପାଟଣା ଅଞ୍ଚଳ ର ହୋଇଥିବା ସ଼୍ବତ୍ବେ କିଭଳି ଭାବରେ ୫ଟି ସେବା ରୁ ବଞ୍ଚିତ ହେଲା ତାହା ଆଲୋଚନା ପାଲଟିଛି

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.