ରେଙ୍ଗାଲପାଲି ୟୁପି ସ୍କୁଲରେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ରେଙ୍ଗାଲ ପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ୨୦୨୨-୨୩ ଶିକ୍ଷାବର୍ଷରେ ଉତ୍ତୀର୍ଣ୍ଣ ହୋଇଥିବା ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅଡିଟୋରିୟମ ପ୍ରକଳ୍ପ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରେଙ୍ଗାଲପାଲି ସରପଞ୍ଚ ଐଶ୍ୱର୍ଯ୍ୟ କୁମାର ଦାସ, ମୁଖ୍ୟ ବକ୍ତା ଭାବରେ ସିଆରସିସି ରମାକାନ୍ତ ମାଝୀ, ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ୍ୟ ଉମାଶଙ୍କର ଦୀପ ପ୍ରମୁଖ ମଞ୍ଚାସୀନ ଥିଲେ।

ଏଥିରେ ରୁକ୍ମିଣୀ ପୁଝାରୀ, ପୂର୍ଣ୍ଣମୀ ରାଉତ, ଚନ୍ଦ୍ରିକା ପୁଝାରୀ, ରୋହିଣୀ ପ୍ରଧାନୀ, ଶୁଶିଲ କୁମାର ସାହୁ, ଭଗବାନ ଦିଶାରୀ, ବୈଷ୍ଣବ ଦୁର୍ଗା ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ।  ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲଲିତ କୁମାର ନାଏକ ସମସ୍ତ କାର୍ଯ୍ୟକ୍ରମ ତତ୍ତ୍ଵାବଧାନ ସହ ପରିଚାଳନା କରିଥିଲେ। ସପ୍ତମ ଶ୍ରେଣୀ ଛାତ୍ର ଛାତ୍ରୀ ବିଦାୟ କାଳୀନ ସଙ୍ଗୀତ ଗାନ କରିଥିଲେ।୨୦୨୨-୨୩ ଶିକ୍ଷାବର୍ଷରେ ସମୁଦାୟ ୭୪ ଜଣ ଛାତ୍ର ଛାତ୍ରୀ ଉତ୍ତୀର୍ଣ୍ଣ ହୋଇ ଅଷ୍ଟମ ଶ୍ରେଣୀ ଉନ୍ନିତ ହେବେ।

ଆଜି ବାର୍ଷିକ ପରିକ୍ଷାର ଶେଷ ଦିନ ଥିଲା। ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ପରିଚାଳନା କମିଟି ଓ ଶିକ୍ଷକଙ୍କ ସମ୍ମନୟରେ ଅଭିନବ ବିଦାୟୀ ସଭା ‌ସହ କେକ୍ କାଟି ସ୍ମୁତି କୁ ଜିବନ୍ତ କରିଥିଲେ। ବିଦ୍ୟାଳୟର ସହକାରୀ ଶିକ୍ଷକ ଶଶିଭୂଷଣ ଦଳପତି, ସୁଜିତ୍ ସାହୁ, ଦେବାଶିଷ ମହାପାତ୍ର, ଭେଙ୍କଟ ରାଓ ଚିନ୍ମୟ ପ୍ରସାଦ ପ୍ରଧାନୀ, ଶୁଶିଲ ନାଏକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.