ରାୟଗଡା ଓକିଲ ସଙ୍ଘର ସଭାପତି ହେଲେ ଦେବୀ ପ୍ରସାଦ ପଟ୍ଟନାୟକ, ସମ୍ପାଦକ ହେଲେ ବିଶ୍ୱନାଥ ଗନ୍ତାୟତ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ) : ସମଗ୍ର ରାଜ୍ୟରେ ଆଜି ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି | ଏହି କ୍ରମରେ ଶାନ୍ତିଶୃଙ୍ଖଳା ସହ ରାୟଗଡା ଓକିଲ ସଙ୍ଘର ମଧ୍ୟ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଉକ୍ତ ନିର୍ବାଚନରେ ଆଇନଜୀବୀ ଦେବି ପ୍ରସାଦ ପଟ୍ଟନାୟକ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ବିଶ୍ୱନାଥ ଗନ୍ତାୟତ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି | ସଭାପତି ପଦବୀ ନିମନ୍ତେ ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକ, ଉମାକାନ୍ତ ମିଶ୍ର ଏବଂ ମୋହନ ନାଏକ ପ୍ରତିଦ୍ବନ୍ଦିତା କରିଥିବା ବେଳେ ନିର୍ବାଚନରେ ଶ୍ରୀ ପଟ୍ଟନାୟକ ୬୯ ଖଣ୍ଡ ଭୋଟ ପାଇଥିଲେ । ସେହିପରି ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଉମାକାନ୍ତ ମିଶ୍ର ୫୧ ଖଣ୍ଡ ଏବଂ ମୋହନ ନାଏକ ୨୮ ଖଣ୍ଡ ଭୋଟ ପାଇଥିଲେ । ଏଥିରେ ଉମାକାନ୍ତ ଓ ମୋହନଙ୍କୁ ପରାସ୍ତ କରି ଶ୍ରୀ ପଟ୍ଟନାୟକ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସେହିପରି ଭାବେ ଆଇନଜୀବୀ ପଦ୍ମନାଭ ଦାଶ ୮୭ ଖଣ୍ଡ ଭୋଟ ପାଇଁ ନିକଟତମ ପ୍ରତିଦ୍ୱନ୍ଦି ସୁରେନ୍ଦ୍ର କୁମାରଙ୍କୁ ୨୫ଖଣ୍ଡ ଭୋଟରେ ପରାସ୍ତ କରି ଉପସଭାପତି ପଦରେ ବିଜୟୀ ହୋଇଛନ୍ତି । ସମ୍ପାଦକ ପଦବୀ ନିର୍ବାଚନୀରେ ଆଇନଜୀବୀ ବିଶ୍ୱନାଥ ଗନ୍ତାୟତ ୯୫ ଖଣ୍ଡ ଭୋଟ ପାଇ ଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦୀ ମେଘନାଦ ନାୟକଙ୍କୁ ଚାଳିଶି ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରି ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ସେହିଭଳି ଯୁଗ୍ମ ସମ୍ପାଦକ ରୂପେ ପାଲି ରାମକ୍ରୀଷ୍ଣା ୮୫ ଖଣ୍ଡ ଭୋଟ ପାଇ ନିଜ ନିକଟତମ ପ୍ରତିଦ୍ବନ୍ଦୀ ଗୁରୁପ୍ରସାଦ ସାହୁଙ୍କୁ ୧୭ ଖଣ୍ଡ ଭୋଟ ବ୍ୟବଧାନ ରେ ପରାସ୍ତ କରି ଏବଂ କୋଷାଧ୍ୟକ୍ଷ ପଦବୀରେ ଦମୟନ୍ତି ମହାନନ୍ଦିଆ ୮୮ ଖଣ୍ଡ ଭୋଟ ପାଇ ଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦୀ ମାନସ ରଞ୍ଜନ ରଥଙ୍କୁ ୨୮ ଖଣ୍ଡ ଭୋଟ ବ୍ୟବଧାନ ରେ ପରାସ୍ତ କରି ନିର୍ବାଚିତ ହୋଇଥିବା ଜଣାପଡିଛି ।

Udyog Nursery
Udyogi Nursery

ଉକ୍ତ ନିର୍ବାଚନରେ ରାୟଗଡା ଓକିଲ ସଙ୍ଘର ୧୫୪ ଜଣ ସଦସ୍ୟଙ୍କ ମଧ୍ୟରୁ ୧୫୦ ଜଣ ଭୋଟଦାନ କରିଥିଲେ । ନିର୍ବାଚିତ ହୋଇଥିବା ସଙ୍ଘର ନୂତନ ସଭାପତି ଶ୍ରୀ ପଟ୍ଟନାୟକଙ୍କ ସମେତ ସମସ୍ତ ନିର୍ବାଚିତ କାର୍ଯ୍ୟକର୍ତ୍ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି । ଉକ୍ତ ନିର୍ବାଚନକୁ ଆଇନଜୀବୀ ଅରୁଣ ପାଣିଗ୍ରାହୀ, ରାଜେନ୍ଦ୍ର ସେନାପତି, ରମେଶ ପାଢୀ, ୱାଇ ଶ୍ରୀହରି ପ୍ରମୁଖ ପରିଚାଳନା କରିଥିଲେ । ରାୟଗଡା ଓକିଲ ସଂଘର ବରିଷ୍ଠ ଆଇନଜୀବୀ ବ୍ରଜସୁନ୍ଦର ନାୟକ, ଶୁଭ୍ର ପଣ୍ଡା, ପି. ମହେଶ ପଟ୍ଟନାୟକ, ଲାବଣ୍ୟ ମୋହନ ପଟ୍ଟନାୟକ, ପ୍ରଣତି ପାତ୍ର, ରାଧାକୃଷ୍ଣ ଦଳେଇଙ୍କ ସମେତ ଅନ୍ୟ ଆଇନଜୀବୀ ମାନେ ନିର୍ବାଚିତ ନୂତନ କାର୍ଯ୍ୟକର୍ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.