ଏହି ଆପାର୍ଟମେଣ୍ଟର ରୁହନ୍ତି କେବଳ ଅପରାଧୀ

ସମସ୍ତଙ୍କର ଖଣ୍ଡେ ଭଲ ଘର କରିବାକୁ ସ୍ୱପ୍ନ ଥାଏ । ସେହି ଘରେ ସେ ଖୁସିରେ ଦିନ କାଟିବା ସହ ସୁରକ୍ଷିତ ବି ରହିପାରୁଥିବ । ଆଜି ଏମିତି ଏକ ଆପାର୍ଟମେଣ୍ଟ ବିଷୟରେ କହିବୁ ଯେଉଁଠି ଜଣେ ମଣିଷ ନିଜକୁ ସୁରକ୍ଷିତ ମନେ କରିବା ତ ଦୂରର କଥା,ପ୍ରତି ପାଦେ ପାଦେ ରହିଛି ଜୀବନ ପ୍ରତି ବିପଦ । ଏହି ଆପାର୍ଟମେଣ୍ଟଟି ରହିଛି ଲଣ୍ଡନରେ । ଏହା ହେଉଛି ପଶ୍ଚିମ ଲଣ୍ଡନର ୱିଲି ଟ୍ରି ଲେନ । ଏହା ଦୁନିଆର ସବୁଠାରୁ ବିପଜ୍ଜନକ ରିଏଲ ଇଷ୍ଟେଟ ଭାବେ ଗଣାଯାଏ । ଏହାର ଆଖପାଖରେ ରହୁଥିବା ଲୋକମାନେ ମଧ୍ୟ ଏହି ରାସ୍ତା ଦେଇ ଯିବାକୁ ଭୟ କରିଥାନ୍ତି । କାରଣ ଏହି ଆପାର୍ଟମେଣ୍ଟରେ କେବଳ ଅପରାଧୀ ହିଁ ରହିଥାନ୍ତି । ତିନି ମାସ ମଧ୍ୟରେ ଏହି ଅଞ୍ଚଳରେ ପ୍ରାୟ ୪୬୩ଟି ଅପରାଧ ଘଟିଛି । ଏହି ସମସ୍ତ ମାମଲା ଏହି ଆପାର୍ଟମେଣ୍ଟର ଚାରିପାଖରେ ଘଟିଛି । ଏବେ ଏହାର ଆଖପାଖରେ ରହୁଥିବା ଲୋକମାନେ ମଧ୍ୟ ନିଜକୁ ଅସୁରକ୍ଷିତ ମନେ କରିଛନ୍ତି । ଏହି ଗୋଟିଏ ଆପାର୍ଟମେଣ୍ଟ ଯୋଗୁ ସମଗ୍ର ଅଞ୍ଚଳ ଭୟର ବାତାବରଣ ଭିତରେ ରହିଛି । ଏଠାକାର ଲୋକଙ୍କ କହିବା କଥା, ଆମେ ଏହି ରାସ୍ତାରେ ଏକୁଟିଆ ଯିବାକୁ ଠିକ୍ ମନେ କରୁନାହୁଁ । ସନ୍ଧ୍ୟା ପରେ କେହି ଏହି ଅଞ୍ଚଳକୁ ଆସିବାକୁ ବି ଚାହୁଁ ନାହାନ୍ତି । ସେହିପରି ସ୍ଥାନୀୟ ଜଣେ ଦୋକାନୀ କହିଛନ୍ତି, ସେ ଏଠାରେ ବହୁ ବର୍ଷ ଧରି ଏକ ଦୋକାନ କରି ପରିବାର ଚଳାନ୍ତି । ଏବେ ଦୋକାନ ଖୋଲିବା ସମ୍ଭବ ନୁହେଁ । ଏହି ଆପାର୍ଟମେଣ୍ଟରେ ରହୁଥିବା ଅପରାଧୀମାନେ ଦୋକାନକୁ ଆସି ଧମକଚମକ ଦେଇ ମାଗଣା ସାମଗ୍ରୀ ନେଇଯାଉଛନ୍ତି । କେହି ଯଦିି ତାଙ୍କୁ ବିରୋଧ କରନ୍ତି ସେମାନେ ଜୀବନରୁ ମାରିଦେବା ପାଇଁ ଧମକ ବି ଦେଉଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.