ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଖଲ୍ଲିକୋଟ ଓକିଲ ସଂଘର ନିର୍ବାଚନ ପରେ ମଙ୍ଗଳବାର ଦିନ ନବ ନିର୍ବାଚିତ ସଭାପତି, ଉପ – ସଭାପତି ଓ ସମ୍ପାଦକ ଓ ସେମିନାର ସମ୍ପାଦକ ପ୍ରମୁଖଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଯାଇଥିଲା l ଉକ୍ତ ଶପଥପାଠ ବୈଠକରେ ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରାଜର୍ଜ ଆଶୁତୋଷ ଦାଶ, ମାନ୍ୟବର ସହକାରୀ ଦୌରା ବିଚାରପତି ତଥା ବରିଷ୍ଠ ଦେୱାନୀ ବିଚାରପତି ଜୟପ୍ରକାଶ ନାୟକ ଓ ମାନ୍ୟବର ଅତିରିକ୍ତ କନିଷ୍ଠ ଦେୱାନୀ ବିଚାରପତି ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ ପ୍ରଭାତୀ ରଣାଙ୍କ ଅତିଥେୟତାରେ ବରିଷ୍ଠ ଆଇନଜୀବୀ ବିନାୟକ ସାହୁ ନିର୍ବାଚିତ ସଭାପତି ରାଜେନ୍ଦ୍ର ପ୍ରସାଦ ରଥ, ଉପ – ସଭାପତି ବିପ୍ର ଚରଣ ପଣ୍ଡା ଓ ସମ୍ପାଦକ ତଥା ଯୁବ ଆଇନଜୀବୀ ଜୟରାମ ଦାଶ, ସେମିନାର ସମ୍ପାଦକ ଯୁବ ଆଇନଜୀବୀ ସନ୍ତୋଷ କୁମାର ମିଶ୍ର ପ୍ରମୁଖ ଶପଥପାଠ କରାଇଥିଲେ l ଉକ୍ତ ଶପଥପାଠ କାର୍ଯ୍ୟକ୍ରମରେ ପ୍ରାକ୍ତନ ବାର ସଭାପତି ପ୍ରଶାନ୍ତ କୁମାର ପଣ୍ଡା ତାଙ୍କ ବକ୍ତବ୍ୟରେ ନିର୍ବାଚିତ ପ୍ରତିନିଧି ମାନେ ନିରପେକ୍ଷ ଓ ଶୃଙ୍ଖଳିତ ହେବାକୁ ପରାମର୍ଶ ଦେଇଥିଲେ l ଶପଥପାଠ ବେଳେ ବହୁ ଆଇନଜୀବୀ ଉପସ୍ଥିତ ଥିଲେ l