୨ମାସ ହେବ ଅଙ୍ଗନୱାଡି କେନ୍ଦ୍ରରେ ପଡ଼ିଛି ତାଲା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା) : ମୋ’ ବାପା ଚୁକ୍ତି ନାମାରେ ଜମି ଦେଇଥିଲେ, ତେଣୁ ସରକାର ଅଙ୍ଗନବାଡ଼ି କେନ୍ଦ୍ର ସ୍ଥାପନ କରିଛନ୍ତି। ସେଠାରେ ମୁଁ ଅଙ୍ଗନବାଡ଼ି କର୍ମୀ ରହିଥିଲି, ଆଉ ଏବେ ଅବସର ନେଲାପରେ ମୁଁ ଚାଲିବା କଷ୍ଟ ହୋଇ ପଡ଼ିଛି। ଏମିତି କିଛି ଗାଁ ଲୋକଙ୍କ ଆଗରେ କହି ଦିର୍ଘ ଦୁଇ ମାସ ରୁ ଉର୍ଦ୍ଧ ହେବ ଜାଗା ଛାଡିବି ନାହିଁ ବୋଲି ଅଙ୍ଗନବାଡ଼ି କେନ୍ଦ୍ର କୁ ତାଲା ପକାଇ ଦେଇଛନ୍ତି ଅବସରପ୍ରାପ୍ତ ଅଙ୍ଗନବାଡ଼ି କର୍ମୀ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିନରେ ଥିବା ବଡ଼ପୋଡ଼ାଗୁଡ଼ା ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ର (୨) ରେ। ଏଠାରେ ଥିବା ପୁର୍ବତନ ଅଙ୍ଗନବାଡ଼ି କର୍ମୀ ପ୍ରମିଳା ପୁଝାରୀ ଚାକିରି ରୁ ଅବସର ନେବା ପର ଠାରୁ ଅଙ୍ଗନବାଡ଼ି କେନ୍ଦ୍ର କୁ ତାଲା ପକାଇ ରଖିଛନ୍ତି। ଦୀର୍ଘ ୨ମାସ ହେବ ଅଙ୍ଗନବାଡ଼ି କେନ୍ଦ୍ରରେ ତାଲା ଝୁଲୁଛି। ଯା’ ଫଲରେ କୋମଲ ମତି ଶିଶୁ ଓ ପ୍ରସୂତି ମହିଳାଙ୍କ ଉପରେ ସିଧା ସଳଖ ପ୍ରଭାବ ପଡିଛି। ପୁର୍ବତନ ଅଙ୍ଗନବାଡ଼ି କର୍ମୀ ଯୋର ଜବରଦସ୍ତ କେନ୍ଦ୍ର କୁ ତାଲା ପକାଇ ରଖିବାବେଳେ ଏହାକୁ ନେଇ ଗାଁ ରେ ଏକ ବୈଠକ ବସିଥିଲା। ସେଠାରେ ପୁର୍ବତନ ଅଙ୍ଗନବାଡ଼ି କର୍ମୀ ଜଣକ ମୋ ବାପା ଏଗ୍ରିମେଣ୍ଟ କରି ରେଜିଷ୍ଟ୍ରେସନ କରିଥିଲେ, ହେଲେ ମୁଁ ଅଙ୍ଗନବାଡ଼ି କର୍ମୀ ରୁ ଅବସର ନେଲା ପରେ ଚାଲିବା କଷ୍ଟ ହେବ ବୋଲି ମୋ ପୈତୃକ ଦେଇ ଥିବା ଜାଗା କୁ ଛାଡ଼ିବି ନାହିଁ, ତେଣୁ ତାଲା ପକାଇଛି ବୋଲି କହିଥିବା ଜଣାପଡିଛି। ତେବେ ଏଭଳି ଯୋର ଜବରଦସ୍ତ କେନ୍ଦ୍ର କୁ ତାଲା ପକାଇଥିବାରୁ କୋମଳମତି ଶିଶୁ ଓ ପ୍ରସୂତି ମହିଳାଙ୍କ ଉପରେ ସିଧା ପ୍ରଭାବ ପଡିଛି। ଏନେଇ ଗ୍ରାମବାସୀମାନେ କୋକସରା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିବା ଜଣାପଡିଛି। ତେବେ ପୁର୍ବତନ ଅଙ୍ଗନବାଡ଼ି କର୍ମୀ ଜଣକ କେନ୍ଦ୍ରକୁ ତାଲା ପକାଇ କୋମଳମତି ଶିଶୁ ମାନଙ୍କ ଭବିଷ୍ୟତ ଉପରେ ଖେଲ ଖେଲୁ ଥିବାରୁ ଗ୍ରାମବାସୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଏ ବିଷୟରେ କୋକସରା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ସରୋଜା ଦେବୀଙ୍କୁ ପଚାରିବାରୁ କେନ୍ଦ୍ରରେ ତାଲା ପକାଇ ଦେଇଥିବା ଅଭିଯୋଗ ଆସିଛି, ଆମେ ତଦନ୍ତ କରିବା ପାଇଁ ଗଲା ପରେ ଜଣାପଡ଼ିବ ବୋଲି କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.