କଳିଙ୍ଗ ଷ୍ଟାଡିୟମ ପରିସରରେ ଟେନିସ ସେଣ୍ଟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ରାଜଧାନୀ ସ୍ଥିତ କଳିଙ୍ଗ ଷ୍ଟାଡିୟମ ପରିସରରେ ଉଦଘାଟିତ ହୋଇଛି ଟେନିସ ସେଣ୍ଟର। ବୁଧବାର ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଟେନିସ ସେଣ୍ଟରର ଉଦଘାଟନ କରିଛନ୍ତି। ଏକା ସାଙ୍ଗରେ ୧୫ ଶହ ଦର୍ଶକ ଏକାଠି ବସି ଟେନିସ ମ୍ୟାଚର ମଜା ନେଇପାରିବେ।ଆସନ୍ତା ୪ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଆଇଟିଏଫର ୧୪ବର୍ଷ ରୁ କମ ଏସିଆ ଟେନିସ ଡେଭଲପମେଣ୍ଟ ଚମ୍ପିୟାନସିପ ଫାଇନାଲ ମ୍ୟାଚ ଖେଳାଯିବ। ଏହି ପ୍ରତିଯୋଗୀତାରେ ୧୫ ଟି ଦେଶର ଖେଳାଳି ଭାଗ ନେବେ। ଏହା ପୂର୍ବରୁ ଟେନିସ ସେଣ୍ଟରର ଉଦଘାଟନ ହୋଇଛି। ଏହି ପ୍ରତିଯୋଗିତାର ଲୋଗୋ ଓ ଜର୍ସିକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନ୍ମୋଚନ କରିଛନ୍ତି। ଏହି ଆଇଟିଏଫର ଡେଭିସ କପ୍ ଭଳି ଟର୍ଣ୍ଣମେଣ୍ଟ ଆୟୋଜନ ହୋଇପାରିବ। ଏହି ଟେନିସ୍ କେନ୍ଦ୍ରଟି ଆନ୍ତର୍ଜାତୀୟ ଟେନିସ୍ ଫେଡେରେସନ ଦ୍ୱାରା ସାର୍ଟିଫିକେଟ ପାଇଛି। ବାଙ୍ଗାଲୋର, ଦିଲ୍ଲୀ, କୋଲକାତା ଓ ହାଇଦ୍ରାବାଦ ସହରର ଥିବା ଭଳି ଏହି ସେଣ୍ଟର କୋର୍ଟରେ ଖେଳାଳି ଓ ରେଫରିଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଛି। ୨୫ କୋଟି ଟଙ୍କା ବ୍ୟୟରେ ଏହି ଟେନିସ୍ ସେଣ୍ଟରର ବିକାଶ କରାଯାଇଛି। ରାଜ୍ୟରେ ଟେନିସ୍ ଖେଳର ବିକାଶ ପାଇଁ ଓଡ଼ିଶା ଟେନିସ୍ ଆସୋସିଏସନ୍ ଓ କ୍ରୀଡ଼ା ବିଭାଗ ମିଳିତ ଭାବେ କାମ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଉଦଘାଟନୀ ଉତ୍ସବ ପୂର୍ବରୁ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ୪୫ ଜଣ କ୍ରୀଡ଼ାବିତଙ୍କୁ ନଗଦ ଅର୍ଥ ପୁରସ୍କାର ପ୍ରଦାନ କରିଥିଲେ। ଏହି ଉତ୍ସବରେ ମୁଖ୍ୟ ଶାସନ ସଚିବ ପି. କେ. ଜେନା ଉପସ୍ଥିତ ଥିଲେ। ଏହାବାଦ ଉନ୍ନୟନ କମିଶନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି. କେ. ପାଣ୍ଡିଆନ୍, କ୍ରୀଡ଼ା ଓ ଯୁବ ସେବା ସଚିବ ଭିନୀଲ କ୍ରିଷ୍ଣା ଓ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.