ଖଲ୍ଲିକୋଟରେ ପବିତ୍ର ରାମ ନବମୀ ପାଳିତ

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଚୈତ୍ର ମାସ ଶୁକ୍ଲପକ୍ଷ ଦିନ ଖଲ୍ଲିକୋଟର ରାମମନ୍ଦିରରେ ରାମ ନବମୀ ମହାସମାରୋହରେ ପାଳିତ ହୋଇଯାଇଛି l ମନ୍ଦିରରେ ରାମଭକ୍ତମାନେ ପ୍ରାତଃ କାଳରେ ରାମଚନ୍ଦ୍ରଙ୍କ ଜନ୍ମଦିନ ପାଳନ ପାଇଁ ରୁଣ୍ଡ ହୋଇଥିବା ବେଳେ ମନ୍ଦିର ପରିସରରେ ଲକ୍ଷରଚନ ଆରମ୍ଭ ହେବା ସହ ପ୍ରତିବର୍ଷ ଭଳି ଚଳିତ ବର୍ଷ ମନ୍ଦିରକୁ ଆଲୋକ ମାଳରେ ସଜ୍ଜିତ କରାଯାଇ ମଇଲମ, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା ନୀତି ପାଳନ ହୋଇଥିଲା l ନ’ ଦିନ ବ୍ୟାପି ଭଜନ କୀର୍ତନ ସାଙ୍ଗକୁ ପରାୟଣ କରାଯିବ l ଏ ଉପଲକ୍ଷେ ପ୍ରାୟ ୨୦୦୦ ଲୋକଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ତା ହୋଇଥିବା ବେଳେ ରମଭକ୍ତ ହନୁମାନଙ୍କୁ ମଧ୍ୟ ବିଭୂଷଣ କରାଯାଇ ପୂଜା ଅର୍ଚନା କରାଯାଇଥିଲା l ଶନିବାର ଦିନ ପୌରାଣିକ ନାଟକ ରାମାୟଣ ମଞ୍ଚସ୍ଥ କରାଯିବ ବୋଲି ମନ୍ଦିରର ମୁଖ୍ୟ ପରିଚାଳକ କ୍ୟାପଟେନ କିଶୋର ବିଷୋୟୀଙ୍କ ଠାରୁ ପ୍ରକାଶ l ରାମନବମୀ ଉପଲକ୍ଷେ ଖଲ୍ଲିକୋଟ ବଜରଙ୍ଗ ଦଳ ର କର୍ମକର୍ତା ମାନେ ନୃସିଂହ ମଠ ଠାରେ ଥିବା ହନୁମାନଙ୍କ ଠାରେ ପୂଜା କରି ଜୟ ଶ୍ରୀରାମ ଧ୍ୱନି ରେ ଏକ ଶୋଭାଯାତ୍ରା ରେ ସହର ପରିକ୍ରମା କରିବା ସହ ସହର ରେ ଏକ ଏକ ହନୁମାନ ପ୍ରତିମୁର୍ତି ସ୍ଥାପନ ପାଇଁ ଓ ଏକ ଗୋଶାଳା ନିର୍ମାଣ ପାଇଁ ଭୂମିପୂଜା କାର୍ଯ୍ୟକ୍ରମ ପାଳନ କରିଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.