ଶ୍ରୀରାମ ନବମୀରେ କୋସଲି ହନୁମାନ ଚାଳିଶା ଉନ୍ମୋଚିତ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ପ୍ରମାଦ ସେଲମା): ଶ୍ରୀରାମ ନବମୀ ଅବସରରେ ମହନୀ କ୍ରିଏସନ ଓ ନିରୁ ମିଡିଆ ପ୍ରକାଶିତ କୋସଲି ହନୁମାନ ଚାଲିସା ବଲାଙ୍ଗିର ଡେର୍ଲିମାର୍କେଟ ସ୍ଥିତ ଶ୍ରୀରାମ ମନ୍ଦିର ଠାରେ ଉନ୍ମୋଚିତ ହୋଇଯାଇଛି । ଭଗବାନ ଶ୍ରୀରାମଙ୍କ  ପୂଜାର୍ଚ୍ଚନା ପରେ କୋସଲି ହନୁମାନ ଚାଲିସା ଉନ୍ମୋଚନ କରାଯାଇ ପାଠ କରାଯାଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ହନୁମାନ ଚାଲିସାର ମୂଳ ଲେଖା ତୁଳସି ଦାସ ଲେଖିଥିବା ବେଳେ ଏହାକୁ ଅନୁବାଦ କରିଛନ୍ତି କବି ଅକ୍ଷୟ ସରାଫ ଏହାକୁ ଅକ୍ଷରରେ ସଜାଇଛନ୍ତି ଶିବରାଜ କମ୍ପ ପ୍ରକାଶକ ଦାୟିତ୍ୱରେ ଅଛନ୍ତି ନିରୁ ମିଡିଆ ଏବଂ ମହନୀ କ୍ରିଏସନ ଏହାର ମୂଳ ଉଦ୍ଦେଶ୍ୟ ହେଲା ଆମ ଅଂଚଳର ଭାଷା, ସଂସ୍କୃତିକୁ ବିକଶିତ ଏବଂ ପ୍ରଚାର ପ୍ରସାର କରିବା ବୋଲି ମହନୀ କ୍ରିଏସନର ମୁଖ୍ୟ ବିନୋଦ କାଲସାଏ କହିଛନ୍ତି ।

Udyog Nursery
Udyogi Nursery

ଆଜିର ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଏକ୍ସନ କମିଟି ଆବାହକ ଗୋପାଳଜୀ ପାଣିଗ୍ରାହୀ, ଜିଲ୍ଲା ଲେଖକ ପରିଷଦ ସମ୍ପାଦକ କପିଳେଶ୍ୱର ଖମାରୀ, ନାଗରିକ କମିଟି ସମ୍ପାଦକ ମନରଞ୍ଜନ ସାହୁ, ୟୁଥ ଏକ୍ସନ କମିଟିର ଉପ ସଭାପତି ପିଙ୍କୁ ବନଛୋର, ରବି ଖମାରି, ସମ୍ପାଦକ ପ୍ରତାପ ତ୍ରିପାଠି, କୋସଲ ମୁକ୍ତି ମୋର୍ଚ୍ଚା ସଭାପତି ବିକାଶ ସା, ପଶ୍ଚିମ ଓଡିଶା ୟୁବା ମଂଚ କାର୍ଯ୍ୟକାରୀ ସଭାପତି ଅଭିଶେକ ଦାସ, ବିଶ୍ୱ ହିନ୍ଦୁ ପରିଷଦ ମାତୃଶକ୍ତି ଶ୍ରୀପଦା ଷଡଙ୍ଗି, କୋସଲି କବି ଅର୍ଜୁନ ସାହୁ, ଡା. ସୁଚିସ୍ମିତା ମହାନ୍ତି, କଣ୍ଠଶିଳ୍ପୀ ଶିବାନନ୍ଦ ତ୍ରିପାଠୀ, ଅଭନେତ୍ରି ମିଲି ବାରିକ, ବରଦା ରଞ୍ଜନ ମିଶ୍ର, ଶୁଶାନ୍ତ ତାଣ୍ଡି, ରୋଜିସ୍ମିତା ହୋତା, ସନ୍ତୋଷ ହୋତା, ସଞ୍ଜୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.