ସହଦେବ ବୁଦ୍ଧିଆଙ୍କୁ ରାଜ୍ୟ କୃତୀ ଶିକ୍ଷକ ସମ୍ମାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଉତ୍କଳ ଦିବସ ଅବସରରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡିଙ୍କ ଅଧ୍ୟକ୍ଷତାରେ ଭବାନୀପାଟଣା ଟାଉନ ହଲରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ ଯୋଗଦାନ କରି କୃତୀ ଶିକ୍ଷକ ସମ୍ମାନ ପ୍ରଦାନ କରିଥିଲେ । ଉତ୍କଳ ଦିବସ ଅବସରରେ ରାଜ୍ୟର ୫୭ ଜଣ ଶିକ୍ଷକଙ୍କୁ ଏହି କୃତୀ ଶିକ୍ଷକ ସମ୍ମାନ ପ୍ରଦାନ କରାଯାଇଛି । ସେମାନଙ୍କ ମଧ୍ୟରୁ ୨୦୧୭ ମସିହା ର ରାଜ୍ୟ କୃତୀ ଶିକ୍ଷକ ସମ୍ମାନ (ରାଜ୍ୟପାଳ ପୁରସ୍କାର) ବୋରଗୁଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ସହଦେବ ବୁଦ୍ଧିଆଙ୍କୁ ପ୍ରଦାନ କରାଯାଇଛି। ଜଣେ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରି ଶିକ୍ଷା ଓ ଶିକ୍ଷାର୍ଥୀ ଙ୍କର ବିକାଶ ସଙ୍ଗେ ସଙ୍ଗେ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ପାଇଁ ସର୍ବଦା ଚେଷ୍ଟା କରି ଥିଲେ। ରାଜ୍ୟ ସ୍ତରରେ ସର୍ବ ଶ୍ରେଷ୍ଠ ବିଦ୍ୟାଳୟ ପରିଚାଳନା କମିଟି ପୁରସ୍କାର, ସ୍ୱଚ୍ଛ ବିଦ୍ୟାଳୟ ପୁରସ୍କାର ଓ ମୋ ସ୍କୁଲ ଅଭିଯାନ ରେ ମଧ୍ୟ ସେ ପୁରସ୍କୃତ ହୋଇଥିଲେ। ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରେଇବାରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଅବସରପ୍ରାପ୍ତ ଶ୍ରୀ ବୁଦ୍ଧିଆଙ୍କୁ ବୋରଗୁଡା ଅଞ୍ଚଳବାସୀଙ୍କ ସମେତ କଳାହାଣ୍ଡି ଜିଲ୍ଲା ଶିକ୍ଷାଧିକାରୀ ସୁଶାନ୍ତ କୁମାର ଚୋପଦାର, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଟେମଲାଲ ଦୁବେ, ନର୍ଲା ବ୍ଲକ ଶିକ୍ଷାଧିକାରୀ ତପିମଣି ଯାନୀ ପ୍ରମୁଖ ଶୁଭେଚ୍ଛା ଜଣାଇବା ସହ ଉତ୍ତୋରତ୍ତର ଉନ୍ନତି କାମନା କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.