ପ୍ରାକୃତିକ, ଐତିହାସିକ ଓ ଆଧ୍ୟାତ୍ମିକ କ୍ଷେତ୍ରର ତ୍ରିବେଣୀ ସଂଗମ: ଗୁଡହାଣ୍ଡି ଡୋକରୀଚଞ୍ଚରା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଗୁଡହାଣ୍ଡି ଡୋକରୀଚଞ୍ଚରା ମହୋତ୍ସବ-୨୦୨୩ ଅବସରରେ
ଆଧ୍ୟାତ୍ମିକ ପ୍ରବକ୍ତା, ସଂସ୍କୃତି ଗବେଷକ, କାଳୀକୃଷ୍ଣ ସଂଘ ପରିଚାଳକ ଶ୍ରୀ ଜଗଦାନନ୍ଦଜୀଙ୍କ ରାମକଥାରେ ଜୀବନଦର୍ଶନ ସଂପର୍କରେ ଦିବ୍ୟ ପ୍ରବଚନ କାର୍ଯ୍ୟକ୍ରମର ଦ୍ବିତୀୟ ଦିନ (ରବିବାର) ଅନୁଷ୍ଠିତ ହୋଇଯାଇଛି। ଆଜି ପୂଜ୍ୟଶ୍ରୀଙ୍କ ଜୀବନଦର୍ଶନ ଥିଲା: ମନୁଷ୍ୟ ଜୀବନରେ କେବଲ ପ୍ରଶ୍ନ:  ଗୋଟିଏ ସାଂସାରିକ ଓ ଅନ୍ୟଟି ଆଧ୍ୟାତ୍ମିକ, ଗୋଟିଏ ଶ୍ରେଷ୍ଠ ଜୀବ କିଏ ? ଅନ୍ୟଟି ଈଶ୍ୱର କେଉଁଠି ରହନ୍ତି ? ସୁଖ ଓ ଦୁଃଖ କାହିଁକି ପ୍ରାପ୍ତ ହୋଇଥାଏ ?

ଏହି ପ୍ରଶ୍ନର ଉତ୍ତର ପାଇବାକୁ ହେଲେ ମନୁଷ୍ୟକୁ ଦୁଇଟି କାର୍ଯ୍ୟ କରିବାକୁ ପଡିବ। ଗୋଟିଏ କାର୍ଯ୍ୟ ହେଲା ସ୍ବାଧ୍ୟାୟ, ଅନ୍ୟକାର୍ଯ୍ୟଟି ହେଲା ସଦଗୁରୁଙ୍କ ଶରଣ।ଏତେ ଶାସ୍ତ୍ର ଏତେ ମତ ଏତେ ପଥ ଅଛି ମନୁଷ୍ୟ ଅଧ୍ୟୟନ କରି କରି ଜୀବନ ଅତିବାହିତ ହେଲେ ମଧ୍ୟ ଉପରୋକ୍ତ ପ୍ରଶ୍ନର ଉତ୍ତର ପାଇ ପାରିବ ନାହିଁ।ସେଥିପାଇଁ କେବଳ ଗୋଟିଏ ଉପାୟ ଅଛି ସଦଗୁରୁଙ୍କ ଶରଣକୁ ଯିବା।ସଦଗୁରୁ ହିଁ  ବ୍ୟକ୍ତିର ସମସ୍ତ ପ୍ରଶ୍ନର ଉତ୍ତର ଯଥାର୍ଥ ଭାବରେ ଦେଇପାରିବେ।” ଗୁରୁ ବିନୁ ତରଇ ନ କୋଇ ଯୋ ବିରଞ୍ଚି ଶଙ୍କର ସମ ସୋ ହୋଇ”।(ତୁଳସୀଜୀ) ଏମିତି ରହସ୍ୟ, ବିସ୍ମୟ, ତାତ୍ତ୍ବିକ ପ୍ରଶ୍ନର ଉତ୍ତର ସରଳ ଭାବରେ ଉପସ୍ଥିତ ଶ୍ରଦ୍ଧାଳୁ, ଆଧ୍ୟାତ୍ମିକ ପ୍ରେମୀ ହୃଦୟସ୍ଥ, କଣସ୍ଥ ଓ ମୁଖସ୍ଥ କରିବାର ଅପୂର୍ବ ସୁଯୋଗ ପାଇ ଧନ୍ୟ ଧନ୍ୟ ହୋଇଥିଲେ। ଜଗଦାନନ୍ଦଜୀ କହିଥିଲେ ଗୁଡହାଣ୍ଡି ଡୋକରୀଚଞ୍ଚରା କ୍ଷେତ୍ର ଇକୋ ଟୁରିଜମ ପାଇଁ ପ୍ରଶସ୍ତ କ୍ଷେତ୍ର ଅଟେ।ଏଠାରେ ଉପସ୍ଥିତ ହେଲେ ନୈସର୍ଗିକ ଆନନ୍ଦ ପ୍ରାପ୍ତି ହେବ।ଏଥିପାଇଁ କତୃପକ୍ଷ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି।

ଏହି ଅବସରରେ ପୂଜ୍ୟଶ୍ରୀ ଜଗଦାନନ୍ଦଜୀଙ୍କୁ ଗୁଡହାଣ୍ଡି
ଡୋକରୀଚଞ୍ଚରା ଉନ୍ନୟନ କମିଟି ତରଫରୁ ସଭାପତି ଭଦ୍ରେଶର ପାତ୍ର, ଉପସଭାପତି ଅଈରୀ ନାଶନ ଚିନ୍ଦା, ଘନଶ୍ୟାମ ନାଏକ ଓ ହେମନ୍ତ ମାଝୀ କୃତଜ୍ଞତା ଜ୍ଞାପନ କରିଥିଲେ।  କଥାବାଚକ  ଶ୍ରୀଜଗଦାନନ୍ଦ ମହାରାଜ ଗୁଡହାଣ୍ଡି ଡୋକରୀଚଞ୍ଚରା ଉନ୍ନୟନ କମିଟି ଗୁଡହାଣ୍ଡି ଡୋକରୀଚଞ୍ଚରାର ଉନ୍ନତି ନିମନ୍ତେ ଦୀର୍ଘ ବର୍ଷ ଧରି କରୁଥିବା କାର୍ଯ୍ୟକୁ ପ୍ରଶଂସା କରିଥିଲେ।ମହୋତ୍ସବରେ ରାମକଥା ପରି ଅଭିନବ କାର୍ଯ୍ୟକ୍ରମ ରଖିଥିବାରୁ ସାଧୁବାଦ ଜଣାଇଥିଲେ।   କାର୍ଯ୍ୟକ୍ରମରେ କାଳୀକୃଷ୍ଣ ସଂଘର ଶ୍ରୀ ପ୍ରିୟାନନ୍ଦ, ଶ୍ରୀ ମାଧବାନନ୍ଦ, ଶ୍ରୀ ଗିରିଜାନନ୍ଦ, ଶ୍ରୀ ମୁକୁନ୍ଦାନନ୍ଦ, ଜିତେନ୍ଦ୍ର ପଣ୍ଡା, ଲକ୍ଷ୍ମୀକାନ୍ତ ଖମାରୀ, ସୁଜିତ ଠାକୁର, ତନୁକଲାଲ ନାଗ, ନବୀନ ରାଉତ ଉପସ୍ଥିତ ଥିଲାବେଳେ  ଗୁଡହାଣ୍ଡି ଡୋକରୀଚଞ୍ଚରା ଉନ୍ନୟନ କମିଟିର କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.