ଜାମପଦର ପ୍ରାଥମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରାଜ୍ୟ ସରକାରଙ୍କ ଗାଇଡ଼ ଲାଇନ ଅନୁଯାୟୀ ଓଡ଼ିଶାର ପ୍ରତ୍ୟେକ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଅପ୍ରେଲ ୪ ରୁ ୧୧ ତାରିଖ ପର୍ଯ୍ୟନ୍ତ ପ୍ରଥମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଏଡମିଶନ କରାଯାଇ ପ୍ରବେଶ ଉତ୍ସବ ଅନୁଷ୍ଠିତ ହେଉଛି । ଏଥିପାଇଁ କୋମଳମତି ପ୍ରଥମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଉତ୍ସଵ ମାଧ୍ୟମରେ ଉତ୍ସାହିତ କରାଯିବା ସହ ସେମାନଙ୍କୁ ବିଦ୍ୟାଳୟକୁ ସ୍ୱଗାତ କରାଯାଉଛି । ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧିନସ୍ଥ ଜାମପଦର ପ୍ରାଥମିକ ବିଦ୍ୟାଳୟରେ ସୋମବାର ପ୍ରବେଶ ଉତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରେମଶିଳା ସେନାପତିଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ନାମ ଲେଖାଇ ପ୍ରବେଶ କରିଥିବା ୧୧ ଜଣ ଛାତ୍ରଛାତ୍ରୀ, ନୂତନ ଅଭିଭାବକ ମାନଙ୍କୁ ନେଇ ଏକ ସ୍ୱଗାତ ସମାରୋହ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ପ୍ରବେଶ ଦ୍ୱାରରେ ଛାତ୍ରଛାତ୍ରୀ ମାନେ କଳସ ସ୍ଥାପନା କରି ହାତରେ ବ୍ୟାନର ଧରି ପ୍ରଥମ ଶ୍ରେଣୀର ନୂତନ ୧୧ ଜଣ ଛାତ୍ରଛାତ୍ରୀ ଓ ନୂତନ ଅଭିଭାବକ ମାନଙ୍କୁ ସ୍ୱଗାତ କରିଥିଲେ । ବିଦ୍ୟାଦାୟକ ଶ୍ରୀ ଗଣେଶ ଓ ବୀଣାପାଣୀ ସରସ୍ୱତୀଙ୍କୁ ପୂଜନ କରାଯାଇ ପ୍ରାର୍ଥନା କରାଯାଇଥିଲା । ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ନାମ ଲେଖାଇ ପ୍ରବେଶ କରିଥିବା ଛାତ୍ରଛାତ୍ରୀ ଓ ନୂତନ ଅଭିଭାବକ ମାନଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱଗତ କରାଯିବା ସହ ବିଦ୍ୟାଳୟର ଶୃଙ୍ଖଳା ବିଷୟରେ ଅବଗତ କରାଯାଇଥିଲା । ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସେନାପତି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସହକାରୀ ଶିକ୍ଷକ ଓମ ପ୍ରକାଶ ନାଏକ ଏବଂ ବିଦ୍ୟାଳୟର ପାଚିକା ଦ୍ବୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.