ଇଟାଲୀ ଓ ସ୍ପେନିଶ ଭାଷାରେ ପୁଣି ଅନୁଦିତ ହେଲା ଡ଼. ଭବାନୀଶଙ୍କର ନିଆଲଙ୍କ କବିତା 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ପୁଣି ଇଟାଲୀ ଓ ସ୍ପେନିଶ ଭାଷାରେ ଅନୁଦିତ ହେଲା ଡ଼. ଭବାନୀ ଶଙ୍କର ନିଆଲଙ୍କ ବହୁଚର୍ଚ୍ଚିତ ଓଡ଼ିଆ କବିତା ‘କାଲି ଯାହା ସତ ଥିଲା ଆଜି ମିଛ’ । ଏହି କବିତାକୁ ଇଂରାଜୀରେ ଡ଼. ତପନ କୁମାର ରଥ ଅନୁଦିତ କରିଥିବା ବେଳେ ଇଟାଲୀ ଭାଷାରେ ଇମାନୁଏଲ ରିଜୋ ଏବଂ ସ୍ପେନିଶ ଭାଷାରେ ମାର୍କୋ ଆଣ୍ଟୋନିଓ ରୋଡ୍ରିଗୁଏଜ୍ ସେକ୍ୟୁଏରୋସ୍ ଅନୁଦିତ କରିଛନ୍ତି । ମାର୍କୋ ଆଣ୍ଟୋନିଓ ରୋଡ୍ରିଗୁଏଜ୍ ସେକ୍ୟୁଏରୋସ୍ ବୃତ୍ତି ଅନୁଯାୟୀ ଜଣେ ଅର୍ଥନୀତିଜ୍ଞ ଏବଂ ବଲିଭିଆର ଲେଖକ ଓ କବି । ସେ ବିଭିନ୍ନ ସାହିତ୍ୟ ପ୍ରତିଯୋଗିତା ଏବଂ ଆନ୍ଥୋଲୋଜିରେ ଅଂଶଗ୍ରହଣ କରିଥିଲେ । ମାସିକ ସମ୍ବାଦ ଚିଠି, ଆନ୍ଥୋଲୋଜି, ଆନ୍ତର୍ଜାତୀୟ ସାହିତ୍ୟ ଇଭେଣ୍ଟ ଏବଂ ସୋସିଆଲ୍ ନେଟୱାର୍କରେ ତାଙ୍କର କବିତା ପ୍ରକାଶିତ ହୋଇଛି । ସେ ରାଇଟର୍ସ କ୍ୟାପିଟାଲ୍ ଇଣ୍ଟରନ୍ୟାସନାଲ୍ ଫାଉଣ୍ଡେସନ୍ ର କାର୍ଯ୍ୟନିର୍ବାହୀ ସଦସ୍ୟ ଅଟନ୍ତି । କ୍ରମାଗତ ଭାବେ ଡ଼. ନିଆଲଙ୍କ କବିତା ଇଂରାଜୀ, ଇଟାଲୀ, ରୁଷ, ଫ୍ରାନ୍ସ, ଚୀନ, ଆର୍ବିକ, ଜର୍ମାନୀ, ପାର୍ସିଆ, ପୋଲିସ, ସ୍ପେନିସ, ଆଳବାନିୟନ, ଫିଲିପିନୋ, ଭିଏତନାମା, ଜାପାନ, କିର୍ଗିଜ୍, ହିବ୍ରୁ ଭଳି ୧୬ଟି ଆନ୍ତଃରାଷ୍ଟ୍ରୀୟ ଭାଷାରେ ଅନୁଦିତ ହୋଇଛି । ବର୍ତ୍ତମାନ କବି ଡ଼. ଭବାନୀ ନିଆଲଙ୍କ କବିତା ପୁଣି ଇଟାଲୀ ଓ ସ୍ପେନିଶ ଭାଷାରେ ଅନୁଦିତ ହେବା ଏକ ଗୌରବର ବିଷୟ ଅଟେ । ସୂଚନା ଯୋଗ୍ୟ ଯେ, ଡ଼. ଭବାନୀ ଶଙ୍କର ନିଆଲଙ୍କ ଇଂରାଜୀରେ ପ୍ରକାଶିତ ହୋଇଥିବା ‘ଲକଡାଉନ୍’ ପୁସ୍ତକ ସ୍ପେନିଶ ଭାଷାରେ ଅନୁଦିତ ହୋଇ ଉକି୍ୟୋଟୋ ପବ୍ଲିକେଶନ କାନାଡ଼ା ଦ୍ୱାରା ପ୍ରକାଶନ ହେବାକୁ ଯାଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.