ଟିଟୁ ପଣ୍ଡା ହେଲେ ନୂଆପଡା ବଣିକ ସଂଘର ନୂତନ ସଭାପତି

ଓଡ଼ିଆ ବାର୍ତ୍ତା/ ନୂଆପଡା (ମହେନ୍ଦ୍ର ବାଗ): ସଦର ମହକୁମା ବଣିକ ସଂଘ ସଭାପତି ଭାବେ ହରିଶ ଚନ୍ଦ୍ର ପଣ୍ଡା (ଟିଟୁ ପଣ୍ଡା)ଙ୍କୁ ଚୟନ କରାଯାଇଛି | ଗତ କାଲି ନୂଆପଡା ଏନଏସି ନୂତନ କଲ୍ୟାଣ ମଣ୍ଡପ ଠାରେ ବଣିକ ସଂଘର ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଥିଲା | ଏହି ବୈଠକରେ ସର୍ବସମ୍ମତି କ୍ରମେ ଶ୍ରୀ ପଣ୍ଡାଙ୍କୁ ବଣିକ ସଂଘ ସଭାପତି ହେବା ପାଇଁ ସ୍ଥିର କରାଯାଇଥିଲା | ନୂତନ ସଦସ୍ୟତା, ସମସ୍ତ ସଦସ୍ୟଙ୍କ ପାଇଁ ଦୋକାନ ଘର ଓ ବଣିକ ସଂଘର ନୂତନ ପରିଚାଳନା କମିଟି ପ୍ରସ୍ତୁତ କରିବା ପାଇଁ ନୂତନ ବଣିକ ସଂଘର ନବ ନିର୍ବାଚିତ ସଭାପତି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି | ଏହି ବୈଠକରେ ଆଇନଜୀବି କ୍ଷିତୀଶ ବୋଧଙ୍କର, ସୁବାଷ ପଣ୍ଡା, ବିପ୍ର ରାଉତ ଓ ବଣିକ ସଂଘର ସଦସ୍ୟମାନେ ଉପସ୍ଥିତ ଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.