ଲୋକଙ୍କ ଜୀବନରେ ନୂତନ ଫଗୁଣ ଭରିଦେବାର ପ୍ରୟାସ: ଆମପାଣି ବୁଢାରଜାଙ୍କ ପୀଠରେ କ୍ଷୁଦ୍ର ଚଳଚ୍ଚିତ୍ର ‘ଫଗୁନ’ର ଶୁଭ ମହୁରତ 

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣିର ଆରଧ୍ୟ ଦେବତା ପ୍ରଭୁ ବୁଢ଼ାରଜାଙ୍କ ପୀଠରୁ ବୁଧବାର କଳାହାଣ୍ଡିର କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା, ସଚେତନଧର୍ମି ସୁନ୍ଦର କ୍ଷୁଦ୍ର ଚଳଚ୍ଚିତ୍ର ‘ଫଗୁନ’ର ଶୁଭ ମହୁରତ ହୋଇଛି। କାରୁଣ୍ଡ ପ୍ରଡକ୍ସନ ନିବେଦିତ ଏହି କ୍ଷୁଦ୍ର ଚଳଚ୍ଚିତ୍ର ‘ଫଗୁନ’ ର ଚିତ୍ରନାଟ୍ୟ, ନିର୍ଦ୍ଦେଶନା ଓ ପ୍ରୟୋଜନା ପ୍ରଦୀପ ଡି. ମାଝୀ ରହିଥିବାବେଳେ କାହାଣୀ ଓ ସଂଳାପ ପ୍ରଶାନ୍ତ ମୁନି, ସହ ନିର୍ଦ୍ଦେଶକ ଭାବରେ କାହ୍ନୁ ଗୌଡ଼ ରହିଛନ୍ତି। ଏହି କ୍ଷୁଦ୍ର ଚଳଚ୍ଚିତ୍ରର ସଫଳ ହେବା ପାଇଁ କାରୁଣ୍ଡ ପ୍ରଡକ୍ସନର ସମସ୍ତ କର୍ମକର୍ତ୍ତା ଆରାଧ୍ୟ ଦେବତା ପ୍ରଭୁ ବୁଢ଼ାରଜାଙ୍କୁ ପୂଜାର୍ଚ୍ଚନା ଓ ପ୍ରାର୍ଥନା କରି ସମସ୍ତଙ୍କ ଆଶୀର୍ବାଦ କାମନା କରିଛନ୍ତି। ପୂଜାର୍ଚ୍ଚନା ପରେ ଆମପାଣି ସ୍ଥିତ ସାହାଜଖୋଳ ସଂରକ୍ଷିତ ଜଙ୍ଗଲ ପାଦଦେଶରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଜଙ୍ଗଲ ପରିବେଷ୍ଟିତ ‘କରକ’ ଜଳ ପ୍ରପାତରୁ ସୁଟିଂ କାର୍ଯ୍ୟ ଆରମ୍ଭ କରାଯାଇଛି। ଏବଂ ଏ ଅଞ୍ଚଳର ଅନେକ ସ୍ଥାନରେ ମଧ୍ୟ ସୁଟିଂ କରାଯାଇ ସେ ସ୍ଥାନ ଗୁଡିକୁ ଏହି କ୍ଷୁଦ୍ର ଚଳଚ୍ଚିତ୍ର ମାଧ୍ୟମରେ ଲୋକଲୋଚନକୁ ଆଣିବା ନେଇ ସୂଚନା ଦିଆଯାଇଛି। କାରୁଣ୍ଡ ପ୍ରଡକ୍ସନ ଦ୍ବାରା ୧୫ ରୁ ଉର୍ଦ୍ଧ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ ହୋଇଥିବାବେଳେ ଆମପାଣି ଅଞ୍ଚଳରେ ‘ଗନ୍ଦରୀ ପାଏନ ହାଏ ହାଏ, ‘ବଦନି’ ଭଲି ୪ ଗୋଟି କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ ହୋଇସାରିଥିବା ପ୍ରଯୋଜକ ଡି.ମାଝୀ କହିଛନ୍ତି । କ୍ଷୁଦ୍ର ଚଳଚ୍ଚିତ୍ର ‘ଫଗୁନ’ ଦ୍ବାରା ଲୋକଙ୍କ ଜୀବନରେ କିପରି ନୂତନ ଫଗୁଣ ଆସିବ, ଏବଂ ସମାଜକୁ ଏକ ସୁନ୍ଦର ବାର୍ତ୍ତା ଯିବା ସହିତ ଜୀବନରେ ପରିବର୍ତ୍ତନ ହେବ ସେ ଉପରେ ଏହି ଚଳଚ୍ଚିତ୍ର ରଚନା ହୋଇଥିବା କାହାଣୀର ଲେଖକ ପ୍ରଶାନ୍ତ ମୁନି କହିଛନ୍ତି। ଅଭିନୟରେ ଜଣାଶୁଣା ଅଭିନେତା ବିନୋଦ ସିଂ, କୁମୁଦ ପୁଝାରୀ, କୁନି କଳାକାର ପ୍ରିତୀ ରାଉତ, ଦୟାନିଧି ନାଏକ, ବୃହସ୍ପତି ସେଲମା ପ୍ରମୁଖ ରହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.