ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷଙ୍କ ଲୋକପ୍ରିୟତା; କୁହୁରା ସମିତିସଭ୍ୟା ଭାବେ ନିର୍ଦ୍ଵନ୍ଦରେ ନିର୍ବାଚିତ ହେଲେ ବ୍ଲକ ଅଧ୍ୟକ୍ଷଙ୍କ ଧର୍ମପତ୍ନୀ ମୀନା ମହାନନ୍ଦ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ବ୍ଳକ କୁହୁରା ପଞ୍ଚାୟତ ସମିତିସଭ୍ୟା ପଦବୀ ପାଇଁ ହୋଇଥିବା ଉପନିର୍ବାଚନରେ ମୀନା ମହାନନ୍ଦ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି। ଶ୍ରୀମତୀ ମହାନନ୍ଦ ହେଉଛନ୍ତି ବର୍ତ୍ତମାନର ବ୍ଳକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ଧର୍ମପତ୍ନୀ। କୁହୁରା ପଞ୍ଚାୟତର ପୂର୍ବତନ ସମିତିସଭ୍ୟା ମାଧୁରୀ ମହାନନ୍ଦଙ୍କ ମୃତ୍ୟୁ ପରେ ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ତ୍ରିସ୍ତରୀୟ ନିର୍ବାଚନର ବର୍ଷକ ପରେ ମଧ୍ୟ ନିଜ ପତ୍ନୀଙ୍କୁ ନିର୍ଦ୍ଵନ୍ଦରେ ନିର୍ବାଚିତ କରିବା ବିନ୍ଦୁ ମହାନନ୍ଦଙ୍କ ଲୋକପ୍ରିୟତାର ଏକ ପ୍ରମାଣ ବୋଲି ସ୍ୱଷ୍ଟ ବାରି ହୋଇପଡୁଛି। ଉପନିର୍ବାଚନ ଘୋଷଣା ହେବା ପରେ ମୀନା ମହାନନ୍ଦ କୁହୁରା ପଞ୍ଚାୟତରେ ଉପନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବା ଜାଣି ବିରୋଧୀ ଗୋଷ୍ଠୀ ଘନ ଘନ ବୈଠକ ପରେ ଜଣକୁ ପ୍ରାର୍ଥୀ କରାଇଥିଲେ। ତେବେ ବିରୋଧୀଙ୍କ ଚକ୍ରବ୍ୟୁହକୁ ଭେଦ କରି ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି ମୀନା ମହାନନ୍ଦ। ରାଜନୀତିରେ ପାଦ ଥାପି ମାତ୍ର ବର୍ଷେ ହୋଇଥିବାବେଳେ ବିନ୍ଦୁ ଜଣେ ଅଭିଜ୍ଞ ରାଜନେତା ଭଳି ବିରୋଧୀଙ୍କୁ ମନାଇବାରେ ସଫଳ ହୋଇଛନ୍ତି। ଏଥିପୂର୍ବରୁ ଶ୍ରୀମତୀ ମହାନନ୍ଦ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମାନଝରୀ ପଞ୍ଚାୟତରୁ ପ୍ରତିଦ୍ବନ୍ଦିତା କରି ୧୮୦୦ ଭୋଟ ପାଇ ମାତ୍ର ୮୦ ଭୋଟରେ ପୂର୍ବତନ ବ୍ଳକ ଅଧ୍ୟକ୍ଷ ତୁଳେଶ୍ଵର ନାଏକଙ୍କ ଠାରୁ ପରାଜିତ ହୋଇଥିଲେ। ଆଗାମୀ ଦିନରେ ନିଜ ସ୍ଵାମୀଙ୍କ ପଦାନୁସରଣ କରି ଜନସେବାକୁ ଅଗ୍ରାଧିକାର ଦେବେ ବୋଲି ଶ୍ରୀମତୀ ମହାନନ୍ଦ ପ୍ରକାଶ କରିଛନ୍ତି।

Omkar Vasthu
Omkar Vasthu

(ଇଂରାଜୀରେ ଏହି ଖବର ପଢ଼ବା ପାଇଁ ଏଠାରେ କ୍ଲିକ୍ କରନ୍ତୁ)

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.