ଲାଞ୍ଜିଗଡ଼ରୋଡ଼ ବୀର ହନୁମାନ ମନ୍ଦିରର ରତ୍ନମୁଦ ଓ ପ୍ରତିଷ୍ଠା ଉତ୍ସବ

ଶୁକ୍ରବାର ମନ୍ଦିର ପ୍ରବେଶ କରିବେ ବିଗ୍ରହ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୋଡ଼ ଠାରେ ଦୀର୍ଘ ୩ ଦିନ ଧରି ଅନୁଷ୍ଠିତ ହେଉଥିବା ବୀର ହନୁମାନଙ୍କ ମନ୍ଦିର ପ୍ରତିଷ୍ଠା ଓ ରତ୍ନମୁଦ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଗତକାଲି (ବୁଧବାର) ନିକଟସ୍ଥ ସାନ୍ଦୁଲ ନଦୀ କୁଳରୁ କଳସରେ ଜଳ ଅଣାଯାଇ ଶତାଧିକ ଶ୍ରଦ୍ଧାଳୁଙ୍କ ଗହଣରେ କଳସ ଶୋଭାଯାତ୍ରା କରାଯାଇ ଥିବା ବେଳେ ଆଜି (ଗୁରୁବାର) ସମସ୍ତ ରିତିକାନ୍ତି ଅନୁଷ୍ଠିତ ହେବା ସହ ଦୀକ୍ଷା ଗ୍ରହଣ, ଅଙ୍କୁରା ରୋପଣ, ଅଧିବାସ ଓ ଶାଳା ସଂସ୍କାର, ସୂର୍ଯ୍ୟପୂଜା, କାରୁଶାଳା କର୍ମ, ସ୍ନାନ, ହୋମ, ନଗର ପରିକ୍ରମା ସହ ରତ୍ନମୁଦ ସ୍ଥାପନ ଅନୁଷ୍ଠିତ ହୋଇଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସେହିପରି ଆସନ୍ତା କାଲି (ଶୁକ୍ରବାର) ତୃତୀୟ ଦିନରେ ବିଗ୍ରହଙ୍କ ମନ୍ଦିର ପ୍ରବେଶ ପୂର୍ଣାହୁତି, ପୁଷ୍ପାଞ୍ଜଳି ଓ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିବା ବୀର ହନୁମାନ ପରିଚାଳନା କମିଟି ତରଫରୁ ସୂଚନା ମିଳିଛି। ଏଥିରେ ନରସିଂହ ମହାପାତ୍ର ଓ ତାଙ୍କ ପତ୍ନୀ ସୈଦାମିନୀ କର୍ତ୍ତା, କର୍ତ୍ତୀ ଦାୟିତ୍ଵ ତୁଲାଉଥିବା ବେଳେ ଉକ୍ତ ମନ୍ଦିର ପ୍ରତିଷ୍ଠାର ସମସ୍ତ ପୂଜାବିଧି ପୂଜକ ମଧୁ ପାଢ଼ୀ, ଲମ୍ବୁ ପାଢ଼ୀ, ବୁଲୁ ରଥ, ଆଶୁତୋଷ ପାଢ଼ୀ, ନିରଞ୍ଜନ ପାଢ଼ୀ ତୁଲାଉଛନ୍ତି ।

Udyog Nursery
Udyogi Nursery

ଏହି ମନ୍ଦିର ପ୍ରତିଷ୍ଠା ଅବସରରେ ପୁରୁଷ ଓ ମହିଳା ସଂକୀର୍ତ୍ତନର ଆୟୋଜନ କରାଯାଇଥିବା ବେଳେ ସମ୍ପୂର୍ଣ୍ଣ ଭାବେ ଲାଞ୍ଜିଗଡ଼ରୋଡ଼ ଗ୍ରାମକୁ ପତାକାରେ ସୁସଜ୍ଜିତ କରାଯାଇଛି। ତେବେ ଆଜିର ଏହି ରତ୍ନମୁଦ ଉତ୍ସବରେ ଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ, ବିଧାୟକ ପ୍ରତିନିଧି ପ୍ରଦୀପ ଘଡ଼େଇ, ପୂର୍ବତନ କଳାହାଣ୍ଡି ସାଂସଦ ଅର୍କ କେଶରୀ ସିଂ ଦେଓ, ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଲାଞ୍ଜିଗଡ଼ରୋଡ଼ ସରପଞ୍ଚ ମମତା ଶବର, ପାହାଡ଼ପଦର ସମିତି ସଭ୍ୟ ଜଗଦିଶ ବେନିଆ, କାନକୁଟ୍ରୁ ସମିତି ସଭ୍ୟ ମନୋହର ହରପାଳ, ସମାଜସେବୀ ହରିଶଙ୍କର ପାତ୍ର, ଜୋନ ୧- ଜିଲ୍ଲାପରିଷଦ ପ୍ରତିନିଧି ବନମାଳୀ ମାଝୀ, ସିକେରକୁପା ଫାଣ୍ଡି ଅଧିକାରୀ ସୁବାଷ ଚନ୍ଦ୍ର ଗୁରୁ ପ୍ରମୁଖ ଯୋଗଦେଇ ମନ୍ଦିର ଶିଖରେ ରତ୍ନମୁଦ ସ୍ଥାପନ କରିଥିଲେ।

ଉକ୍ତ ପ୍ରତିଷ୍ଠା ଉତ୍ସବକୁ ହରିଶ୍ଚନ୍ଦ୍ର ପାଢ଼ୀ, ନାମା ଗହିର, ଭୋଲାନାଥ ଗଉଡ଼, ପବନ ଅଗ୍ରୱାଲ, ଚନ୍ଦ୍ର ଶେଖର ମହାପାତ୍ର, ଟି.ଆପଲା ରାଜୁ, ମଣ୍ଡଳ ମହାପାତ୍ର, ଟଙ୍କଧର ମାଝୀ, ଚକ୍ରଧର ମହାପାତ୍ର, ସମିର ମହାପାତ୍ର, ପ୍ରମୁଖ ପରିଚାଳନା ନେତୃତ୍ବ ନେଉଥିବା ବେଳେ ସିକେରକୁପା ଫାଣ୍ଡି କନେଷ୍ଟବଳ ଗୋକୁଳ ସାହୁ ଓ ବିଶ୍ଵନାଥ ମହଲା ତଥା ବୀର ହନୁମାନ ପରିଚାଳନା କମିଟିର ସମସ୍ତ ସଦସ୍ୟ ଏବଂ ଅଞ୍ଚଳର ସମସ୍ତ ଜନସାଧାରଣ ଉପସ୍ଥିତ ରହି ସହଯୋଗ କରୁଥିବା ବେଳେ ଲାଞ୍ଜିଗଡ଼ରୋଡ଼ ଗ୍ରାମ ପଞ୍ଚାୟତ ବିଭିନ୍ନ ଗାଁରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.