ମେରୁ ଯାତ୍ରାରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ମାସାନ୍ତ ମେରୁ ଉପଲକ୍ଷେ ଖଲ୍ଲିକୋଟ ବ୍ଲକର ଲଙ୍ଗଳେଶ୍ୱର ଓ ପଥରା ଦଣ୍ଡ କାଳୀଙ୍କ ପୀଠରେ ଶ୍ରଦ୍ଧାଳୁ ମାନଙ୍କ ଭିଡ ଦେଖିବାକୁ ମିଳିଛି l ପ୍ରଚଣ୍ଡ ରୌଦ୍ର ତାପକୁ ଖାତିର ନ କରି ଦଣ୍ଡ ବ୍ରତୀ ପୁରୁଷ ଓ ମହିଳା ମାନେ ଦିନ ତମାମ ଉପବାସ ରହି ଦଣ୍ଡ କାଳୀଙ୍କ ମନ୍ଦିର ନିକଟରେ ପ୍ରସାଦ ପାଇବା ପାଇଁ ଅପେକ୍ଷା କରି ଥାନ୍ତି l ଗତ ୨୪ ତାରିଖ ଠାରୁ ଭକ୍ତ ମାନେ ୧୩ ଦିନିଆ ଓ ୨୧ ଦିନିଆ ବ୍ରତ ପାଳନ କରିଥାନ୍ତି l ଏହି ସମୟରେ ଦଣ୍ଡ ଉପାସନା ପାଳନ କରୁଥିବା ଭକ୍ତ ମାନେ ନିରାମିଷ ସେବନ କରି ଖୁର କାର୍ଯ୍ୟକୁ ବଣ୍ଡ କରିବା ସହ ନିଷ୍ଠାର ସହ ଏକ ବକ୍ତା ଭୋଜନ କରାଯାଇ ଶିବ ଓ ଦଣ୍ଡକାଳୀକୁ ଦୁଇ ସପ୍ତାହ କିମ୍ବା ତିନି ସପ୍ତାହ ଧରି ବ୍ରତ ନିଷ୍କାମ ଭକ୍ତିରେ କାମନା ଦଣ୍ଡ ବ୍ରତକୁ ପାଳନ କରିଥାନ୍ତି l ଦଣ୍ଡ ଯାତ୍ରା ଦୀର୍ଘ ଦିନ ଧରି ଜନବସତି ପରିକ୍ରମା କରିବା ପରେ ସମସ୍ତ ତେର ଭକତିଆ ମାନେ ଦଣ୍ଡକାଳୀ ମନ୍ଦିରକୁ ଫେରିଥାନ୍ତି l ପାରମ୍ପରିକ ବିଧି ମୁତାବକ ଦଣ୍ଡ କଲି ମନ୍ଦିରରେ ପୂଜା ଅର୍ଚନା ଅନୁଷ୍ଠିତ ହେବା ସହ ପାଟ ଦଣ୍ଡୁଆକୁ ମନ୍ଦିରରୁ ତେର ଭକତିଆ ମାନେ ଫୁଲମାଳ ସିନ୍ଦୁର ଲଗାଇ ଆଗରୁ ପ୍ରସ୍ତୁତ ହୋଇଥିବା ମେରୁ ଖୁଣ୍ଟ ରେ ବାନ୍ଧି ବିବିଧ ନୀତି ଅନୁଯାଇ ହୁଳହୁଳି ,ଶଙ୍ଖ କାହାଳି ଓ ଘଣ୍ଟ ଘଣ୍ଟା ଶବ୍ଧରେ ପୂଜା ଅର୍ଚନା କରିବା ର ବିଧି ପାଳନ ହୋଇଥାଏ l ଦଣ୍ଡଯାତ୍ରାକୁ ସମାପନ ପରେ ଭକ୍ତ ମାନେ ପଂକ୍ତି ଭୋଜନ ସାରି ଘରକୁ ଫେରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.