ଭଦ୍ରକରେ ପ୍ରଥମକରି ଉଇକିପିଡ଼ିଆ କର୍ମଶାଳା ଆୟୋଜିତ

ଓଡ଼ିଆ ବାର୍ତ୍ତା/ ଭଦ୍ରକ: ଗୁଗୁଲ୍‌ରେ କୌଣସି ତଥ୍ୟ ଖୋଜିଲେ, ପ୍ରଥମେ ଯେଉଁ ୱେବ୍‌ସାଇଟ୍‌ଟି ପ୍ରଥମେ ଦେଖାଏ ତାହା ହେଉଛି ଉଇକିପିଡ଼ିଆ । ଇଂରାଜୀ ଉଇକିପିଡ଼ିଆ ବହୁତ ବଡ଼ ହୋଇଥିବା ବେଳେ ପ୍ରଥମ ଦକ୍ଷିଣ ଏସୀୟ ଉଇକିପିଡ଼ିଆ ଭାବରେ ଓଡ଼ିଆ ଉଇକିପିଡ଼ିଆ କିନ୍ତୁ ସେତେ ସମୃଦ୍ଧ ହୋଇପାରିନାହିଁ । ଓଡ଼ିଆ ଉଇକିପିଡ଼ିଆରେ ନିୟମିତ ଲେଖୁଥିବା ଉଇକିଆଳିଙ୍କ ସଂଖ୍ୟା କମ୍ ଆଉ ଏହି ସଂଖ୍ୟାକୁ ବଢ଼ାଇବା ଲକ୍ଷ୍ୟରେ ଭଦ୍ରକଠାରେ ପ୍ରଥମ କରି ଆୟୋଜିତ ହୋଇଥିଲା ଏକ କ୍ଷୁଦ୍ର କର୍ମଶାଳା । ସକ୍ରିୟ ଉଇକିଆଳି ସଂଗ୍ରାମ କେଶରୀ ସେନାପତିଙ୍କ ଉଦ୍ୟମରେ ୭ ଜଣ ଯୁବକଯୁବତୀମାନଙ୍କୁ ନେଇ ନାରୀବାଦ ଓ ଲୋକକଥା ଗଣ-ସମ୍ପାଦନା ଏବଂ କର୍ମଶାଳା ଡାହାଣୀଗଡ଼ିଆ ସ୍ଥିତ ଶୁଭପଲ୍ଲବ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଏହି କର୍ମଶାଳାରେ ଉଇକିପିଡ଼ିଆ ଓ ଖୋଲା ଜ୍ଞାନକୋଷ ବିଷୟରେ ସଭିଙ୍କୁ ସୂଚନା ଦେବା ସହିତ ଉଇକିପିଡ଼ିଆରେ କେମିତି ଯୋଗଦାନ କରିହେବ, ସେ ବିଷୟରେ ଆଲୋଚନା କରାଯାଇଥିଲା । ଯୋଗ ଦେଇଥିବା ସ୍ୱେଚ୍ଛାସେବୀମାନଙ୍କ ମଧ୍ୟରୁ ବିଚିତ୍ରାନନ୍ଦ ଜେନା, ମୋନାଲିସା ସାହୁ, ବର୍ଷାରାଣୀ ବେହେରା, ସସ୍ମିତା ସାହୁ, ଅରୂପାନନ୍ଦ ନାୟକ, ଅଂଶୁମାନ ସ୍ୱାଇଁ ଓ ଅଶକନ୍ଦ ପାଣିଗ୍ରାହୀ ଏହି ଗଣ-ସମ୍ପାଦନା ପାଇଁ ଗୋଟିଏ ଲେଖାଏଁ ପ୍ରସଙ୍ଗ ଇଂରାଜୀରୁ ଓଡ଼ିଆକୁ ଅନୁବାଦ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.