ଗୋଲାମୁଣ୍ଡା ସ୍ଥିତ ବିଜୟାନନ୍ଦ ପବ୍ଲିକ୍ ସ୍କୁଲରେ ୧୩୨ତମ ଆମ୍ବେଦକର ଜୟନ୍ତୀ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ସ୍ଥିତ ବିଜୟାନନ୍ଦ ପବ୍ଲିକ୍ ସ୍କୁଲରେ ୧୩୨ତମ ଆମ୍ବେଦକର ଜୟନ୍ତୀ ପାଳିତ ହୋଇଯାଇଛି । ସ୍କୁଲର ସଭାପତି ଇଞ୍ଜିନିୟର ପ୍ରିୟବ୍ରତ ସିପକାଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ଉପସ୍ଥିତ ସଭ୍ୟ ମାନେ ଆମ୍ବେଦକରଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ । ନିମନ୍ତ୍ରିତ ବକ୍ତା ଭାବେ ବରିଷ୍ଠ ସମାଜସେବୀ ମୁନିଆ ସିପକା ଯୋଗଦେଇ ଭାରତରତ୍ନ ଭୀମରାଓ ଆମ୍ବେଦକରଙ୍କ ମହନୀୟ ଗୁଣ ବିଷୟରେ ଆଲୋକପାତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରାଜେନ୍ଦ୍ର ସିପକା, ବିଜୟାନନ୍ଦ ସିପକା, ନବୀନ ସିପକା, ଚିନ୍ମୟ ସିପକା, ତନ୍ମୟ ସିପକା, ଅର୍ଜ୍ଜୁନ ଶବର, ଦେବେନ୍ଦ୍ର ନାଏକ, ଗଜାନନ ନିଆଲ୍, ରାଜେଶ ସା, ନରୋତ୍ତମ ଭାଟି, ସୁବାସ ଚନ୍ଦ୍ର ଦୁର୍ଗା, ଧନଞ୍ଜୟ ଦିପ, ସୁବାସ ଚନ୍ଦ୍ର ଦିପ ଓ ଶ୍ରୀରାମ ଛତ୍ରିଆ ପ୍ରମୁଖ ଉପସ୍ଥିତ ରହି ପ୍ରବାଦ ପୁରୁଷ ଆମ୍ବେଦକରଙ୍କ ଅବଦାନ ବିଷୟରେ ଆଲୋଚନା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.