ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଖଲ୍ଲିକୋଟ ଓ ଆଖପାଖ ଅଞ୍ଚଳରେ ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ସମେତ ସଂକ୍ରାନ୍ତି ମେରୁ ମହାସମାରୋହରେ ପାଳିତ ହୋଇଯାଇଛି l ଖଲ୍ଲିକୋଟ ବ୍ଲକର ଦାନପୁର, ଚାନ୍ଦି ପୀଠ ଓ ତାଳପଡା ରମ୍ଭା, ଖୋଜାପଲ୍ଲୀ ପଭୂତି ସ୍ଥାନରେ ମେରୁ ସଂକ୍ରାନ୍ତି ପାଳନ ବେଳେ ପ୍ରବଳ ଜନସମାଗମ ହୋଇଥିବା ଦେଖିବାକୁ ମିଳିଛି l ପ୍ରଚଣ୍ଡ ରୌଦ୍ରତାପ ସତ୍ୱେ ଦଣ୍ଡ ଉପବାସ କରି ଶ୍ରଦ୍ଧାଳୁ ମାନଙ୍କ ଭିଡ ଜମିଥିଲା ଓ ମେରୁ ସ୍ଥଳରେ ପାଟ ଦଣ୍ଡୁଆକୁ ଭକ୍ତ ମାନେ ମେରୁ ଖୁଣ୍ଟରେ ବାନ୍ଧି ପୂଜା ଅର୍ଚନା କରାଯିବ ଦୃଶ୍ୟକୁ ବିଦେଶୀ ପର୍ଯ୍ୟଟକମାନେ କାମେରାରେ ଧରି ରଖିବା ସହ ଦଣ୍ଡ ଯାତ୍ରାକୁ ମନଭରି ଉପଭୋଗ କରିଥିଲେ । ଏହି ଇଟାଲୀୟ ବିଦେଶୀ ପର୍ଯ୍ୟଟକ ମାନେ ଆସିକାର କଳାସଂଧପୁର, ବାବନପୁର ଓ ଖଲ୍ଲିକୋଟର ଲଙ୍ଗଳେଶ୍ୱର,ପଥରାରେ ଅନୁଷ୍ଠିତ ମେରୁ ସ୍ଥଳ ବୁଲି ଦେଖିବା ସହ ନୟାଗଡର ଝାମୁଯାତ୍ରାରେ ଯୋଗ ଦେବା କଥା ପ୍ରକାଶ କରିରହିଲେ l ଉକ୍ତ ବିଦେଶୀ ପର୍ଯ୍ୟଟକ ମାନେ ପ୍ରବଳ ଉତ୍ସୁକତାର ସହ ଦଣ୍ଡଯାତ୍ରା ବୁଲି ଦେଖିଥିଲେ l ଖଲ୍ଲିକୋଟର ଜଗନ୍ନାଥ ମନ୍ଦିର, ରାମ ମନ୍ଦିର ପରିସରରେ ଭକ୍ତ ମାନେ ହନୁମାନ ଚାଳିଶ ଓ ଲକ୍ଷରଚନ କରିବା ସହ ବିଭିନ୍ନ ମନ୍ଦିର ଓ ଶୈବ ପୀଠ ମାନଙ୍କରେ ପଣା ପରିବେଷଣ କରାଯାଇଥିଲା l