ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭାରତର ସମ୍ବିଧାନ ପ୍ରଣେତା, ବିଶ୍ବର ଅନ୍ୟତମ ଶିକ୍ଷାବିତ୍, ଭାରତରତ୍ନ ବାବାସାହେବ ଡ଼ଃ ଭିମରାଓ ରାମଜୀ ଆମ୍ବେଦକରଙ୍କ ୧୩୨ତମ ଜନ୍ମ ଜୟନ୍ତୀ ଥୁଆମୂଲ ରାମପୁର ବ୍ଲକର ଗଦ୍ରାମସ୍କା ଗାଁରେ ମହାସମାରୋହରେ ପାଳିତ ହୋଇଯାଇଛି । ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଲ୍ ଓଡିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ ସଦସ୍ୟ ଜୟପ୍ରକାଶ ଜାଲ, ମୁଖ୍ୟବକ୍ତା ଭାବେ ଜିଲ୍ଲା ସରପଞ୍ଚ ସଂଘ ସମ୍ପାଦକ ଦିଗାମ୍ବର ଲୁହା, ଏଓଏସସିଏଫ ୟୁଥ୍ ସଭ୍ୟ ମାଧବ ସୁନାନୀ, ଅନ୍ୟତମ ଅତିଥି ଭାବେ ଆଦିତ୍ୟ ନାଏକ ଜିଲ୍ଲା ସରପଞ୍ଚ ସଂଘ ମିଡିଆ ସେଲ, ସନାତନ ମାଝୀ ବ୍ଳକ ଆଦିବାସୀ ସଭାପତି, ପରମାନନ୍ଦ ନାଏକ ଶିକ୍ଷାବିତ ଓ ଡମ୍ ସମାଜ ସଭାପତି, ଅନ୍ୟତମ ସହ ବକ୍ତା ମହେନ୍ଦ୍ର ମାଝୀ ସଭାପତି ଆଦିବାସୀ ସଂଘ, ମନୋରଞ୍ଜନ ନାଏକ ଆଇନଜୀବୀ ଓ ଏଓଏସସିଏଫ ସଭ୍ୟ, ପବିତ୍ର ନାଏକ ସମାଜସେବୀ ପ୍ରମୁଖ ମଞ୍ଚାସିନ ରହି ବାବା ସାହେବଙ୍କ ଜୀବନି ଓ ଆଦର୍ଶ ଉପରେ ଆଲୋକପାତ କରିଥିଲେ । ସଭା ପ୍ରାରମ୍ଭରେ ଏକ ବାଇକ୍ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ବୁଦ୍ଧ ବନ୍ଦନା ସହ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ ଶହଶହ ପୁରୁଷ, ମହିଳା ଓ ଜନସାଧାରଣ ଉପସ୍ଥିତ ହୋଇ ବାବାସାହେବଙ୍କ ଜୀବନର ଦର୍ଶନ ଓ ବିଚାର ସହ ସମାଜରୁ ଅନ୍ଧବିଶ୍ୱାସ, କୁସଂସ୍କାର ଦୂରିକରଣ ସହ ସମ୍ବିଧାନର ସାର୍ବଭୌମ ମୌଳିକ ଅଧିକାର ଉପରେ ଆଲୋକପାତ କରିଥିଲେ । ଆଦିବାସୀ, ଗିରିଜନ ଅଧ୍ୟୁଷିତ ବଣ ପାହାଡ ଘେରା ଅଞ୍ଚଳ ‘ଜୟ ଭୀମ’ ନାରାରେ ପ୍ରକମ୍ପିତ ହୋଇ ଉଠିଥିଲା ।





