ସମାଜସେବୀ ମହିପାଳଙ୍କ ନିଆରା କାର୍ଯ୍ୟ: ନିଜସ୍ବ ଉଦ୍ୟମରେ ଆରମ୍ଭ କଲେ ଜଳଛତ୍ର 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ପ୍ରଚଣ୍ଡ ଖରାରେ ଅସ୍ତବ୍ୟସ୍ତ ହୋଇଉଠିଛି ଜନଜୀବନ । ଡହ ଡହ ଖରାରେ ସିଝୁଛି କଳାହାଣ୍ଡି । ପାରଦ ୪୦° ଅତିକ୍ରମ କଲାଣି । ଏପଟେ ଜିଲ୍ଲାର ଅନେକ ସ୍ଥାନରେ ସରକାରୀ ଭାବେ ଖୋଳା ଯାଇନାହିଁ ଜଳଛତ୍ର । ହଇରାଣ ହରକତ ହେଉଛନ୍ତି ପଥଚାରୀ   ଏହାକୁ ଦୃଷ୍ଟିରେ ରଖି କେସିଙ୍ଗା ବ୍ଲକ ବାହାଦୁର ପଦର ଗ୍ରାମର ଯୁବ ସମାଜସେବୀ ମହିପାଳ ପୋଡ଼ ନିଜ ଖର୍ଚ୍ଚରେ ଜଳଛତ୍ର ଖୋଳିବା ଦେଖିବାକୁ ମିଳିଛି । ଆହୁରି ଅନେକ ଛକରେ ଜଳଛତ୍ର ଖୋଳିବାକୁ ସ୍ଥିର କରାଯାଇଛି ବୋଲି ଶ୍ରୀ ପୋଡ଼ ପ୍ରକାଶ କରିଛନ୍ତି । ତାଙ୍କର ଏହି ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.