ଜିସିଡି ହାଇସ୍କୁଲ ପଡିଆରେ ଗାୟକ ଋିତୁରାଜ, ତେଜସ୍ୱି ପଡିଆରେ ଗାୟିକା ଦିପ୍ତୀରେଖା, ଅଶୋକ କଲ୍ୟାଣ ମଣ୍ଡପରେ ବିଷ୍ଣୁମୋହନ

ରାୟଗଡାରେ ଧୁମଧାମରେ ପାଳନ ହେଲା ମହାବିଷୁବ ପଣା ସଂକ୍ରାନ୍ତି

ଭଜନ ସମାରୋହ ଓ ଓଲିଉଡ୍ ଗାୟକଗାୟିକାଙ୍କ ଗୀତରେ ଝୁମିଲେ ଦର୍ଶକ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା ସଦର ମହକୁମାର ସ୍ଥାନୀୟ ଜିସିଡି ହାଇସ୍କୁଲ ପଡିଆ,ଅଶୋକ କଲ୍ୟାଣ ମଣ୍ଡପ ଏବଂ ହୋଟେଲ ତେଜସ୍ୱୀ ପଡିଆ ଠାରେ ବହୁ ଆଡମ୍ବର ସହ ଓଡିଆ ନବବର୍ଷ,ମହାବୀର ଜୟନ୍ତି ଓ ମହାବିଷୁବ ପଣା ସଂକ୍ରାନ୍ତି ପାଳନ କରାଯାଇଛି । ଅଶୋକ କଲ୍ୟାଣ ମଣ୍ଡପ ଠାରେ ମହା ବିଷୁବ ସଂକ୍ରାନ୍ତି କମିଟି ତରଫରୁ ଗତ ୧୩ ତାରିଖରୁ ୧୫ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଜିସିଡି ହାଇସ୍କୁଲ ପଡିଆ ଠାରେ ବିଷୁବ ବନ୍ଧୁମିଳନ ଉତ୍ସବ କମିଟି ତରଫରୁ ୧୪ ଓ ୧୫ତାରିଖ ୨ଦିନ ଏବଂ ହୋଟେଲ ତେଜସ୍ୱୀ ପଡିଆରେ ବିଷୁବ ମିଳନ ଉତ୍ସବ କମିଟି ତରଫରୁ କେବଳ ୧୪ ତାରିଖ ଗୋଟିଏ ଦିନର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ୧୩ ତାରିଖ ସଂଧ୍ୟାରେ ନାମଯଞ ସହ ଆରମ୍ଭ ହୋଇଥିଲା ମହା ବିଷୁବ ସଂକ୍ରାନ୍ତି କମିଟି ତରଫରୁ ଅଶୋକ କଲ୍ୟାଣ ମଣ୍ଡପ ଠାରେ ମହାବିଷୁବ ମିଳନ କାର୍ଯ୍ୟକ୍ରମ । ଆଜି ଆଧୁନିକ ସାଂସ୍କୃତିକ କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ବିଷ୍ଣୁମୋହନ କବି, ଶର୍ମିଷ୍ଠା ସରକାର, ପ୍ରଶାନ୍ତ ନାୟକ, ଆର.ରାଜ କୁମାର,ଜ୍ୟୋତି ବିଶି ଓ ସାଗରିକା ପ୍ରମୁଖ ଆଧୁନିକ ସଂଗୀତ ପରିବେଷଣ କରି ଦର୍ଶକଙ୍କୁ ମନୋରଂଜନ କରିଥିଲେ । ସେହିପରି ଗତକାଲି ମନ୍ମଥ ମିଶ୍ର, ଗୀତା ଦାସ, ଅଭିନ୍ନ ସୁନ୍ଦର, ରଂଜିତା ସାହୁ, ସଙ୍ଗୀତା ରାଉତ ଓ ପ୍ରାଚୀଙ୍କ ଭଳି ସୁନାମଧନ୍ୟ କଣ୍ଠଶିଳ୍ପୀଙ୍କ ଦ୍ୱାରା ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସମସ୍ତ ଗାୟକଗାୟିକାଙ୍କ ଦ୍ୱାରା ମହାପ୍ରଭୁ ଜଗନ୍ନାଥଙ୍କ ଅତି ସୁନ୍ଦର ଭଜନଗୁଡିକ ପରିବେଷଣ କରାଯାଇଥିଲା । ଜିସିଡି ହାଇସ୍କୁଲ ପଡିଆ ଠାରେ ମଧ୍ୟ ବିଷୁବ ବନ୍ଧୁମିଳନ ଉତ୍ସବ କମିଟି, ରାୟଗଡା ଜିଲ୍ଳା ଆନୁକୂଲ୍ୟରେ କମିଟି ସଭାପତି ଡଃ.ନିରଂଜନ ବକ୍ସିପାତ୍ରଙ୍କ ସଭାପତିତ୍ୱରେ ମହା ବିଷୁବ ସଂକ୍ରାନ୍ତି ଉତ୍ସବଟି ଦଳ, ମତ ନିର୍ବିଶେଷରେ ପାଳନ କରାଯାଇଥିଲା । ଗତକାଲି ଅପରାହ୍ନ ୩ଟାରେ ରାୟଗଡା ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀଙ୍କ ମନ୍ଦିର ଓ ଶ୍ରୀ ଜଗନ୍ନାଥ ମନ୍ଦିରରୁ ଆଞାମାଳ ଏକ ଶୋଭାଯାତ୍ରାରେ ଅଣାଯାଇ ସଭା ମଣ୍ଡପରେ ସ୍ଥାପନା କରାଯିବା ପରେ ପଂଜିକା ପଠନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଆଦିବାସୀ କଲ୍ୟାଣ ଓ ଆଇନ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା, ମୁଖ୍ୟ ବକ୍ତା ଭାବେ ପଣ୍ଡିତ ମାତୃ ପ୍ରସାଦ ମିଶ୍ର,ସମ୍ମାନୀତ ଅତିଥି ଭାବେ ଜିଲ୍ଳା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତି ଅନୁସୂୟା ମାଝି, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଠା ସୁଧୀର ଦାସ,ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା, ପୈାରାଧ୍ୟକ୍ଷା ଶ୍ରମୀତି ଶୁଭ୍ରା ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଆପଲାସ୍ୱାମୀ କାଡ୍ରକା, ବସନ୍ତ ଉଲାକା,ଶିବ ପଟ୍ଟନାୟକ,ୟାଲା ଭେଙ୍କେଟେଶ୍ୱର ରାଓ ଉପସ୍ଥିତ ରହିଥିଲେ । ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ରାଜ୍ୟର ସୁନାମଧନ୍ୟ କଣ୍ଠଶୀଳ୍ପି କୁମାର ଦୀପୁନା, ଅନନ୍ୟା ସାହୁ, ଅଲିଭା ସ୍ମୃତି ରଥ, ରାଜ କିଶୋର ପ୍ରମୁଖ ଅତି ସୁନ୍ଦର ଭଜନ ଗାନ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିବା ବେଳେ ଆଜି ସଂଧ୍ୟାରେ ଅନୁଷ୍ଠିତ ଆଧୁନିକ ସଂଗୀତ ଓ ନୃତ୍ୟ ସନ୍ଧ୍ୟାରେ ବଲିଉଡ ତଥା ଓଲିଉଡ ଗାୟକ ଋିତୁରାଜ ମହାନ୍ତି, କଣ୍ଠଶିଳ୍ପୀ ସୋନମ୍ ଦାସ ନିଜର ସୁମଧୁର ସ୍ୱରରେ ଗୀତ ଗାଇ ଦର୍ଶକଙ୍କୁ ବାନ୍ଧି ରଖିଥିଲେ । ସେହିପରି କଳାକାର ଶୈଳେନ୍ଦ୍ର ସାମନ୍ତରାୟ ଓ ୱାନ ଏମ୍ କ୍ରିୀୟୁ ଟିମ୍ ପକ୍ଷରୁ ସୁନ୍ଦର ନୃତ୍ୟ ପରିବେଷଣ କରାଯାଇଥିଲା । କମିଟି ପକ୍ଷରୁ ପଣା ଓ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ସେହିପରି ହୋଟେଲ ତେଜସ୍ୱୀ ସମ୍ମୁଖ ପଡିଆ ଠାରେ ଗତକାଲି ବିଷୁବ ପଣା ସଂକ୍ରାନ୍ତି ପାଳନ ଅବସରରେ ବିଷୁବ ମିଳନ ଉତ୍ସବ କମିଟି ପକ୍ଷରୁ ୧୧ତମ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡିଆ ଭଜନ ଗାୟକ ରବି ନାରାୟଣ ଦାସ,ଗାୟିକା ମାନସୀ ପାତ୍ର ଭଜନ ଗୀତ ଗାଇ ଦର୍ଶକଙ୍କୁ ବିଭୋର କରିଥିବା ବେଳେ ଓଲିଉଡ୍ ଗାୟିକା ଦୀପ୍ତିରେଖା,ଗାୟକ ତାରିକ୍ ଅଜିଜ୍ ଓ ବଲିଉଡ୍ ଗାୟକ ଅର୍ଶ ମହମ୍ମଦଙ୍କ ଆଧୁନିକ ସଂଗୀତରେ ହଜାର ହଜାର ସଂଗୀତ ପ୍ରେମୀ ଝୁମିଉଠିଥିଲେ । ଏହି କାର୍ଯ୍ୟକ୍ରମରେ ଉତ୍ସବ ପାଳନ କମିଟି ଆବାହକ ରାଇସିଂ ବିଡିକାଙ୍କ ଆବାହକତ୍ୱରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ ଯୋଗ ଦେଇଥିବା ବେଳେ ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା, ବ୍ଳକ ଅଧ୍ୟକ୍ଷା ଟୁନି ହୁଇକା, ପୈାରାଧ୍ୟକ୍ଷ ପି.ମହେଶ ପଟ୍ଟନାୟକ, ବି.ତିରୁପତିଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିବା ବେଳେ କମିଟି ସଦସ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ ଏବଂ ଉପସ୍ଥିତ ହଜାର ହଜାର ଦର୍ଶକଙ୍କୁ ପଣା ଓ ପ୍ରସାଦ ସେବନ ବଂଟନର ବ୍ୟବସ୍ଥା କରାଇଥିଲେ । ରାୟଗଡା ସହରରେ ତିନୋଟି ବିଷୁବ ପଣା ସଂକ୍ରାନ୍ତି ପାଳନକୁ ଦୃଷ୍ଟିରେ ରଖି ଶୋଭାଯାତ୍ରା, ଟ୍ରାଫିକ୍ ନିୟନ୍ତ୍ରଣ ସହ ଆଇନ ଶୃଙ୍ଖଳା ବଜାୟ ରଖିବା ନିମନ୍ତେ ୩ ପ୍ଳାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.