ରାୟଗଡାର ୧୭୫ ଜଣ ଓକିଲ ଭୋଟ ଦେଲେ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଓଡିଶା ରାଜ୍ୟ ଆଇନଜୀବି ପରିଷଦ ନିର୍ବାଚନ ପାଇଁ ରାୟଗଡ଼ାର ୧୭୫ ଜଣ ଓକିଲ ନିଜ ମତ ସାବ୍ୟସ୍ତ କରିଛନ୍ତି । ମାନ୍ୟବର ଜିଲ୍ଲା ଦୌରା ଜଜ ବିକ୍ରମ କେଶରୀ ପଟ୍ଟନାୟକ ଦିନ ତମାମ ଭୋଟ କେନ୍ଦ୍ର ଓ କୋର୍ଟ ପରିସରରେ ରହି ଶାନ୍ତି ଶୃଙ୍ଖଳା କିପରି ରହିବ ତାହାର ତଦାରଖ କରିଥିଲେ ଏବଂ ବିଚାର ବିଭାଗୀୟ ପ୍ରଥମ ଶ୍ରେଣୀ ନ୍ୟାୟାଧିସ ଚନ୍ଦନ ଦେହୁରୀ ଭୋଟ କାର୍ଯ୍ୟ ତଦାରଖ କରିଥିବା ବେଳେ ରାୟଗଡ଼ାର ଆଇନଜୀବୀମାନେ ସମ୍ପୂର୍ଣ ସହଯୋଗ କରିଥଲେ। ରାୟଗଡ଼ାର ୨୦୧ ଗୋଟି ଭୋଟ ଥିବା ବେଳେ ୧୭୫ ଜଣ ଓକିଲ ନିଜ ମତ ସାବ୍ୟସ୍ତ କରିଥିଲେ। ରାୟଗଡ଼ା ଓକିଲ ସଂଘର ସଭାପତି ଦେବୀ ପ୍ରସାଦ ପଟ୍ଟନାୟକ, ଉପ ସଭାପତି ପଦ୍ମନାଭ ଦାସ, ସମ୍ପାଦକ ବିଶ୍ଵନାଥ ଗନ୍ତାୟତ, ସହ ସମ୍ପାଦକ ପାଲି ରାମକୃଷ୍ଣ, କୋଷାଧ୍ୟକ୍ଷ ଦମୟନ୍ତୀ ମହାନନ୍ଦିଆ, ବରିଷ୍ଠ ଓକିଲ ବିଷ୍ଟ୍ନୁ ପ୍ରସାଦ ପଣ୍ଡା, ରାମ ପ୍ରସାଦ ପାତ୍ର, ମଦନ ମୋହନ ପାଢ଼ି, ବ୍ରଜ ସୁନ୍ଦର ନାୟକ ସମେତ ଅନ୍ୟ ଓକିଲମାନେ ମଧ୍ୟ ଭୋଟ ଦେବା ସହିତ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ ବୋଲି ଜଣାଯାଏ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.