ଓଡିଆ ଓ ତେଲୁଗୁ ଗୀତରେ ସମ୍ବଲପୁରୀ ତାଡକା ଲଗେଇ ଦେଲେ ଗାୟକ ବିଷ୍ଣୁମୋହନ କବି

ଅଶୋକ କଲ୍ୟାଣ ମଣ୍ଡପରେ ମଧ୍ୟରାତ୍ର ଯାଏଁ ନାଚିଲେ ଯୁବ ସଂଗୀତ ପ୍ରେମୀ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଆଧୁନିକ ଓଡିଆ,ତେଲୁଗୁ ଗୀତକୁ ସମ୍ବଲପୁରୀ ବାଦ୍ୟରେ ପରିବେଷଣ କରି ଯୁବଗୋଷ୍ଠୀକୁ ନଚେଇ ନଚେଇ କାର୍ଯ୍ୟକ୍ରମକୁ ଆହୁରି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ପରିବର୍ତନ କରିଦେଲେ କଣ୍ଠଶିଳ୍ପୀ ବିଷ୍ଣୁମୋହନ କବି । ସମ୍ବଲପୁରୀ ଗୀତ ଓ ବାଦ୍ୟର ତାଳେ ତାଳେ ମଧ୍ୟରାତ୍ର ଯାଏଁ ରାୟଗଡାର ଯୁବଗୋଷ୍ଠୀ ଧମାଲ୍ କରିଥିଲେ ଅଶୋକ କଲ୍ୟାଣ ମଣ୍ଡପରେ ଆୟୋଜିତ ବନ୍ଧୁ ମିଳନ ଉତ୍ସବ ସାଂସ୍କୃତିକ କାର୍ଯ୍ୟକ୍ରମରେ । କଲ୍ୟାଣ ମଣ୍ଡପର ଆରପଟେ ଜିସିଡି ହାଇସ୍କୁଲ ପଡିଆରେ କଣ୍ଠଶିଳ୍ପୀ ଋିତୁରାଜ ମହାନ୍ତି ଧୁମ ମଚେଇ ଥିବା ବେଳେ ଅଶୋକ କଲ୍ୟାଣ ମଣ୍ଡପ ମଂଚରେ ଦମଦାର ଆଧୁନିକ ଓ ସମ୍ବଲପୁରୀ ଗୀତ ପରିବେଷଣ କରି ମଧ୍ୟରାତ୍ର ଯାଏଁ ଯୁବଗୋଷ୍ଠୀଙ୍କୁ ନିଜ ଗୀତରେ ନଚେଇ ନଚେଇ କାର୍ଯ୍ୟକ୍ରମକୁ ଆହୁରି ଦ୍ୱିଗୁଣ ରଙ୍ଗାରଙ୍ଗ କରି ଦେଇଥିଲେ ଗାୟକ ବିଷ୍ଣୁମୋହନ ଓ ତାଙ୍କ ସାଥୀ ଟିମ୍ । ହଜାର ହଜାର ସଂଖ୍ୟକ ଦର୍ଶକ ତଥା ଶ୍ରୋତାମାନଙ୍କ ମଧ୍ୟରୁ ଯେଉଁ ସବୁ ଗୀତ ଗାଇବା ପାଇଁ ଅନୁରୋଧ ଆସୁଥିଲା ସେ ସବୁ ଗୀତକୁ ଦର୍ଶକଙ୍କ ମଧ୍ୟରେ ଯାଇ ଗାଇ ଆସୁଥିଲେ ବିଷ୍ଣୁମୋହନ । ଯାହାକୁ ନେଇ ଉପସ୍ଥିତ ସଂଗୀତ ପ୍ରେମୀ ଯୁବଗୋଷ୍ଠୀଙ୍କ ମଧ୍ୟରେ ଆହୁରି ଉତ୍ସାହ ଭରି ଦେଇଥିଲା । ମଣ୍ଡପ ପଡିଆରେ ଯୁବକମାନେ ନାଚୁଥିବା ବେଳେ କଳାକାରମାନଙ୍କ ସହ ମଂଚରେ କୁନି କୁନି ପିଲାମାନେ ନାଚ କରି ଦର୍ଶକଙ୍କୁ ମନୋରଂଜନ କରୁଥିଲେ ।

ଦ୍ୱିତୀୟ ସଂଧ୍ୟାର ଏହି ରଙ୍ଗାରଙ୍ଗ ଆଧୁନିକ ସଂଗୀତ ପରିବେଷଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ ଯୋଗ ଦେଇ ଦର୍ଶକଙ୍କୁ ଉତ୍ସାହିତ କରିଥିଲେ । ଏପରି କାର୍ଯ୍ୟକ୍ରମ ଆୟୋଜନ ଦ୍ୱାରା କଳା, ସଂସ୍କୃତି ଓ ପରମ୍ପରାକୁ ଉଦଜୀବିତ ରଖାଯିବା ସହ ଯୁବପୀଢିଙ୍କୁ ମହା ବିଷୁବ ମିଳନରେ ଭାଇଚାରାର ନିବିଡି ସଂପର୍କ ବିଷୟରେ ଅବଗତ କରାଯାଇ ପାରୁଛି ବୋଲି କହିବା ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହାବିଷୁବ ସଂକ୍ରାନ୍ତି କମିଟିର ଏହିଭଳି ଆୟୋଜନକୁ ମୁଖ୍ୟ ଅତିଥି ଶ୍ରୀ ରାଓ ପ୍ରଶଂସା କରିଥିଲେ । ସେହିପରି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ରାୟଗଡା ପୈାରାଧ୍ୟକ୍ଷ ପି.ମହେଶ ପଟ୍ଟନାୟକ, ଗୁଣପୁର ପୈାରାଧ୍ୟକ୍ଷ ଶିବ ପ୍ରସାଦ ଗଉଡ, ମା ମଝିଘରିଆଣୀ ମନ୍ଦିର ଟ୍ରଷ୍ଟ ଅଧ୍ୟକ୍ଷ ରାଇସିଂ ବିଡିକାଙ୍କ ସମେତ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା, ରାୟଗଡା ଥାନା ଅଧିକାରୀ କେ.କେ.ବି.କେ.କହିଁର ପ୍ରମୁଖ ଏବଂ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ରହିଥିଲେ ।

ମହା ବିଷୁବ ସଂକ୍ରାନ୍ତି କମିଟି ଆବାହକ ଦେବାଶିଷ ପଣ୍ଡା, ଭବାନି ଶଙ୍କର ଜେନା, ଆଶିଷ ରଂଜନ ପଣ୍ଡା, ଶାନ୍ତୁନୁ ସୁବୁଦ୍ଧିଙ୍କ ସମେତ ଅନ୍ୟ ସଦସ୍ୟମାନଙ୍କ ମିଳିତ ସହଯୋଗରେ ସଫଳତାର ସହ ୨ଦିନର କାର୍ଯ୍ୟକ୍ରମକୁ ସୂଚାରୁରୂପେ ତୁଲାଇଥିଲେ । ଗତ ୧୩ ତାରିଖ ସଂଧ୍ୟାରେ ନାମଯଞ ସହ ଆରମ୍ଭ ହୋଇଥିଲା ମହା ବିଷୁବ ସଂକ୍ରାନ୍ତି କମିଟି ତରଫରୁ ଅଶୋକ କଲ୍ୟାଣ ମଣ୍ଡପ ଠାରେ ମହାବିଷୁବ ମିଳନ କାର୍ଯ୍ୟକ୍ରମ । ପ୍ରଥମ ସଂଧ୍ୟାରେ ଅନୁଷ୍ଠିତ ଭଜନ ସମାରୋହ କାର୍ଯ୍ୟକ୍ରମରେ ଗାୟକ ମନ୍ମଥ ମିଶ୍ର, ଗାୟିକା ଗୀତା ଦାସ, ଅଭିନ୍ନ ସୁନ୍ଦର, ରଂଜିତା ସାହୁ, ସଙ୍ଗୀତା ରାଉତ ଓ ପ୍ରାଚୀଙ୍କ ଭଳି ସୁନାମଧନ୍ୟ କଣ୍ଠଶିଳ୍ପୀଙ୍କ ଦ୍ୱାରା ମହାପ୍ରଭୁ ଜଗନ୍ନାଥଙ୍କ ଅତି ସୁନ୍ଦର ଭଜନଗୁଡିକ ପରିବେଷଣ କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.