ଲାଞ୍ଜିଗଡ଼ ବିଜେଡ଼ିର ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ସ୍ଥିତ (ଭି ଆର ଓ) ଠାରେ ବିଜେଡ଼ି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ବିଧାୟକ ଶିବାଜୀ ମାଝୀଙ୍କ ନେତୃତ୍ବରେ ଅନୁଷ୍ଠିତ ବୈଠକରେ ବିଧାୟକ ପ୍ରତିନିଧି ପ୍ରଦୀପ ଘଡ଼େଇ, ବ୍ଳକ ଅଧ୍ୟକ୍ଷା କମଳା ପାତ୍ର, ଉପାଧ୍ୟକ୍ଷ ସଞ୍ଜିବ କୁମାର ନାଏକ, ଜୋନ ୧- ଜିଲ୍ଲାପରିଷଦ ସଦସ୍ୟା ଅଞ୍ଜଳି ମାଝୀ, ଯୁବ ବିଜେଡି ସଭାପତି ଡିଲେଶ କୁମାର ନାଗ, ଜୋନ ୧ ସଭାପତି ଚକ୍ରଶେଖର ମହାପାତ୍ର, ଜୋନ ୨ ସଭାପତି ଲକି ମାଝୀ, ମିଡିଆ ସେଲ ସଭାପତି ସନ୍ତୋଷ କୁମାର ତୁଳ, ଯୁବ ଉପସଭାପତି ମୁକେଶ ବେହେରା, ଭଟାଙ୍ଗପଦର ସମିତି ସଭ୍ୟ ରୁପେଦ୍ର ଛତ୍ରୀଆ,ବିଶ୍ଵନାଥପୁର ସରପଞ୍ଚ ସୁରଥ ମାଝୀ, ବିଜେଡ଼ି ନେତା ହିମାଦ୍ରୀ ପେସନିଆ,ତରୁଣ ଦାସ, ମନୋରଞ୍ଜନ ବିଶି, ଶ୍ରୀଧର ପେସନୀଆ, ସୁବାଷ ଅଗ୍ରୱାଲ, ପାତ୍ର ମାଝୀ, ମୁରଲୀଧର ନାୟକ, ଚଂଦ୍ର ପେସନିଆ, ଟଙ୍କଧର ମାଝୀ,କୁନା ପରିଡ଼ା,ବନ ଦଲେଇଙ୍କ ସମେତ ୨୪ ଗୋଟି ଗ୍ରାମ ପଞ୍ଚାୟତ ଅଞ୍ଚଳର ବିଜେଡ଼ି ନେତା ଓ କର୍ମୀ ଯୋଗଦେଇ ଆଗାମୀ ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ବୈଠକରେ ଆଲୋଚନା ହୋଇଥିଲା। ଏହି ବୈଠକରେ ବିଯୁଜନତା ଦଳର ସଙ୍ଘଠନ କେମିତି ସୁଦୃଢ ଓ ମଜବୁତ ରହିବ, ବିଜେଡ଼ି ସରକାରଙ୍କ ଜନହିତକର କାର୍ଯ୍ୟକ୍ରମ ସାଧାରଣ ଲୋକଙ୍କ ପାଖରେ କେମିତି ପହଞ୍ଚିବେ ଏନେଇ ବିଶେଷ ଆଲୋଚନା ହୋଇଥିଲା। ତେବେ ଆଗାମୀ ଦିନରେ ବ୍ଲକର ଦୁଇ ଗୋଟି ଜୋନ ଠାରେ ବୈଠକ ମାନ ଅନୁଷ୍ଠିତ ହେବାକୁ ଥିବା ବେଳେ ଜୋନ ୧-ଲାଞ୍ଜିଗଡରୋଡ ଏବଂ ଜୋନ୨- ର ଲାଞ୍ଜିଗଡ଼ (ଟାଙ୍ଗନକଣା) ଠାରେ ଅନୁଷ୍ଠିତ ହେବ ବୋଲି ଦଳ ପକ୍ଷରୁ ସୂଚନା ମିଳିଛି। ଏହି ବୈଠକୁ ପାହାଡପଦର ସମିତି ସଭ୍ୟ ଜଗଦିଶ ବେନିଆଁ ପରିଚାଳନା କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.