ରୁପ୍ରାରୋଡରେ ଦେବସର ଧାମ ଦୁର୍ଗା ମନ୍ଦିର ପ୍ରତିଷ୍ଠା ଓ ଛପନ ପ୍ରହର ନାମଯଜ୍ଞ ପାଇଁ ଭବ୍ୟ କଳସ ଶୋଭାଯାତ୍ରା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁମିତ କୁମାର ଅଗ୍ରୱାଲ): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡଠାରେ ଦେବସର ଧାମ ଦୁର୍ଗା ମନ୍ଦିର ପ୍ରତିଷ୍ଠା ଓ ଛପନ ପ୍ରହର ନାମଯଜ୍ଞ ପାଇଁ ଆଜି (ରବିବାର) ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଆସନ୍ତାକାଲି (ସୋମବାର) ଛପନ ପ୍ରହର ନାମଯଜ୍ଞ ଆରମ୍ଭ ହେବ । ରୁପ୍ରାରୋଡ ନିବାସୀ ମୂଳଚନ୍ଦ ଅଗ୍ରୱାଲଙ୍କ ପରିବାର ଦ୍ୱାରା ନବ ନିର୍ମିତ ଦେବସର ମା ଦୁର୍ଗା ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇଯାଇଛି ଏବଂ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଏପ୍ରିଲ ୨୩ରେ ହେବାକୁ ଅଛି | ଏହି ନବ ନିର୍ମିତ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ହରିୟାଣା (ବିଭାଣି )ରୁ ଅଖଣ୍ଡ ଜ୍ୟୋତି ଏକ ସୁସଜିତ ରଥରେ ଗତ କାଲି ମନ୍ଦିର ପ୍ରାଙ୍ଗଣରେ ପହଞ୍ଚି ଯାଇଛି | ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ଆୟୋଜିତ ଥିବା ଛପନ ପ୍ରହର ଅଖଣ୍ଡ ନାମ ଯଜ୍ଞ ୧୭ ଏପ୍ରିଲରୁ ଆରମ୍ଭ ହୋଇ ୨୪ ଏପ୍ରିଲ ପର୍ଯନ୍ତ ଅନୁଷ୍ଠିତ ହେବ ।  ସାନ୍ଦୁଲ ନଦୀରୁ ୨୧୦୦ କଳସ ଧରି ମହିଳାମାନେ ଯଜ୍ଞ ମଣ୍ଡପକୁ ଆସିଥିଲେ । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ମୁତୟନ ହୋଇଥିଲେ । ରୁପ୍ରାରୋଡର ସ୍ଥାନେ ସ୍ଥାନେ ପାନୀୟଜଳ ଓ ଥଣ୍ଡା ପାନୀୟର ବ୍ୟବସ୍ଥା କରାଯାଇଥିଲା । ଏହି କଳସ ଶୋଭା ଯାତ୍ରାରେ ଲାଖଗୁଡା, ରୁପ୍ରାରୋଡ, ବଲବସପୁର, ବରଗାଁ, ବିଲାଟ, ଛତାମହୁଲ, ସମସ୍ତ ଗ୍ରାମରୁ ବହୁ ସଂଖ୍ୟାରେ ମହିଳାମାନେ ଯୋଗ ଦେଇଥିଲେ ‌। 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.