ନର୍ଲା ସାପ୍ତାହିକ ହାଟରେ ଭାରିଯାନ ଚଳାଚଳ ଯୋଗୁଁ ଟ୍ରାଫିକ ସମସ୍ୟା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରେ ପ୍ରତି ରବିବାର ଓ ଗୁରୁବାର ଦିନ ସାପ୍ତାହିକ ହାଟ ବସିଥାଏ । ହେଲେ ବିଡମ୍ବନା ଏଇୟା ଯେ ଉକ୍ତ ଦୁଇ ଗୋଟି ସାପ୍ତାହିକ ହାଟ ଭବାନୀପାଟଣା- ଭୁବନେଶ୍ୱର ରାଜ୍ୟ ରାଜପଥ ଉପରେ ସକାଳ ୬ ଘଣ୍ଟାରୁ ଦିନ ୨ ଟା ଯାଏଁ ବସିଥାଏ । ଫଳରେ ବଜାର ଭିଡକୁ ଭାରିଯାନ ଯିବା ଆସିବା ଯୋଗୁଁ ନାହିଁ ନଥିବା ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥାଏ । ଏହା ଆଜିକାର ସମସ୍ୟା ନୁହଁ । ଦୀର୍ଘ ୫୦ ବର୍ଷରୁ ଉର୍ଦ୍ଧ୍ବ ହୋଇଗଲାଣି ନର୍ଲାର ସାପ୍ତାହିକ ହାଟ ରବିବାର ଦିନ ନର୍ଲା ମୁଖ୍ୟ ରାଜରାସ୍ତା କଡରେ ଚାଲି ଆସୁଛି । ଏହି ସାପ୍ତହିକ ବଜାର ପାଇଁ କୌଣସୀ ନିର୍ଦ୍ଦିଷ୍ଟ ସ୍ଥାନ ନଥିବାରୁ ନର୍ଲା ସାପ୍ତାହିକ ହାଟ ମୁଖ୍ୟ ରାଜ ରାସ୍ତା କଡରେ ହୋଇ ଆସୁଛି । ଗତ ୨୦୦୭ ମସିହାରେ ତତ୍କାଳୀନ ବିଡିଓ ନିହାର ରଞ୍ଜନ ଦାସ ଏହି ସାପ୍ତାହିକ ହାଟରେ ଉପୁଜୁଥିବା ଟ୍ରାଫିକ ସମସ୍ୟାକୁ ଦେଖି ଏହି ହାଟକୁ ନର୍ଲା ହାଇସ୍କୁଲ ପଡିଆ ଓ କଲେଜ ରାସ୍ତାକୁ ଘୁଞ୍ଚାଇଥିଲେ । ହେଲେ ମାସଟେ ଏଭଳି ହାଇସ୍କୁଲ ପଡିଆରେ ଚାଲିବା ପରେ ଓ ଉକ୍ତ ବିଡିଓଙ୍କ ବଦଳୀ ପରେ ପୁଣି ନର୍ଲାର ସାପ୍ତାହିକ ରବିବାର ହାଟ ନର୍ଲା ମୁଖ୍ୟ ରାସ୍ତା କଡକୁ ଚାଲି ଆସିଥିଲା । ଏହି

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ରବିବାର ସାପ୍ତାହିକ ହାଟଟି ନର୍ଲା ପୋଲିସ ଷ୍ଟେସନ ସମ୍ମୁଖସ୍ଥ ରାଜ ରାସ୍ତା କଡରେ ବସି ଆସୁଥିଲେ ମଧ୍ୟ ପୋଲିସ୍ ଏଥିପାଇଁ କୌଣସୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବାରୁ ସାଧାରଣାରେ କ୍ଷୋଭ ପ୍ରକାଶ ପାଇଛି । କେବଳ ନର୍ଲା ସାପ୍ତାହିକ ବଜାର ବୋଲି ନୁହଁ ସପ୍ତାହ ବ୍ୟାପୀ ନର୍ଲା ମୁଖ୍ୟ ରାଜରାସ୍ତା କଡରେ ଆମିସ ବଜାର ( ମାଛ, ମାଂସ) ପ୍ରଭୃତି ବିକ୍ରୟ ହୋଇ ଆସୁଛି । ଏହି ରାସ୍ତା ଦେଇ ସ୍କୁଲ, କଲେଜ ଛାତ୍ରଛାତ୍ରୀ ମାନେ ପାଠପଢିବା ପାଇଁ ଯାଉଛନ୍ତି । ଏଣୁ ମୁଖ୍ୟ ରାସ୍ତା କଡରେ ମାଂସ କାଡିବା ଭଳି କାର୍ଯ୍ୟକୁ ତକ୍ରାଳୀନ ବିଡିଓ ଶ୍ରୀ ଦାସ୍ କଲେଜ ରାସ୍ତାକୁ ଘୁଞ୍ଚାଇଥିଲେ । ତାହା ମଧ୍ୟ ଅଳ୍ପ କେଇଦିନ ମଧ୍ୟରେ ପୁଣି ରାଜ ରାସ୍ତା କଡକୁ ଚାଲି ଆସିଥିଲା ।

Udyog Nursery
Udyogi Nursery

ଗତ ରବିବାର ସାପ୍ତାହିକ ହାଟରେ ପ୍ରବଳ ଜନସମାଗମ ରହିଥିବା ବେଳେ ମୁଖ୍ୟ ରାସ୍ତା ଦେଇ ହାଇୱା ଭଳି ଅନେକ ଭାରିଯାନ ଚଳ ପ୍ରଚଳ ଓ ବ୍ୟକ୍ତିଗତ ଚାରିଚକିଆ ଲଘୁ୍ ଯାନ ଗୁଡିକର ଗମନା ଗମନ ଯୋଗୁଁ ପ୍ରବଳ ଟ୍ରାଫିକ ସମସ୍ୟା ଦେଖା ଦେଇଥିଲା । ନର୍ଲାରେ ଗୁରୁବାର ସାପ୍ତାହିକ ହାଟ ଛୋଟ ହାଟ ହୋଇଥିବା ବେଳେ ରବିବାର ହାଟ ରେ କିନ୍ତୁ ପ୍ରବଳ ଜନ ଗହଳି ହୋଇଥାଏ । ଏଣୁ ହାଟ ଦିନ ସକାଳ ୬ ରୁ ୨ ଟା ଯାଏଁ ଯେଉଁ ଭଳି ଭାବରେ ଭାରିଯାନ ଗମନା ଗମନ ଯୋଗୁଁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି କେତେବେଳେ ଯେ ଅଘଟଣ ଘଟିବ ତାହା କହି ହେବନାହିଁ । ଏଣୁ ଏଥିପ୍ରତି ପୋଲିସ ପ୍ରଶାସନ ଗୁରୁତ୍ୱ ଦେଇ ଏହାର ସମାଧାନ କରିବା ପାଇଁ ସାଧାରଣରେ ଦାବୀ ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.