ଟ୍ରେନ୍ ବଗିରେ ଏଭଳି ନମ୍ବର କାହିଁକି ଲେଖାଯାଇଥାଏ କେବେ ଭାବିଛନ୍ତି କି ?

ଉପରୋକ୍ତ ଚିତ୍ର ଭଳି ଆପଣ ବି ଟ୍ରେନ୍‌ରେ ଯାତ୍ରାକଲା ବେଳେ ବଗିରେ ଏମିତି କିଛି ନମ୍ବର ଲେଖାଥିବା ଦେଖିବାକୁ ପାଇଥିବେ। ଏଭଳି ନମ୍ବର ଲେଖାଥିବା ଦେଖି ଏହା ପଛରେ କାରଣ ଜାଣିବାକୁ ମନରେ ଜିଜ୍ଞାସା ନିଶ୍ଚୟ ଜାଗ୍ରତ ହୋଇଥିବ। ଯଦି ଆପଣ ମନରେ ଏମିତି ଜିଜ୍ଞାସା ହୋଇଛି ତେବେ ଚିନ୍ତା କରନ୍ତୁନି ଆମେ ଆପଣଙ୍କୁ ଏହି ନମ୍ବର ବିଷୟରେ ସବୁ ଗୁରୁତ୍ୱ ପୂର୍ଣ୍ଣ କଥା କହିବୁ। ପ୍ରକୃତରେ ଟ୍ରେନ୍‌ରେ ଲେଖାଥିବା ଏହି ନମ୍ବରଗୁଡ଼ିକ ଟ୍ରେନ୍‌ର ନିର୍ମାଣ ତାରିଖ ଠାରୁ ଆରମ୍ଭ କରି ସ୍ଲିପର କୋଚ୍‌ ଓ ଜେନେରାଲ୍ କୋଚ ବିଷୟରେ ସୂଚନା ଦେଇଥାଏ। ଏହି ସଂଖ୍ୟା ଦେଖି ଆପଣ ଆପଣଙ୍କକ ବଗିକୁ ଚଢ଼ିପାରିବେ। ରେଳବାଇ ପକ୍ଷରୁ ସଂଖ୍ୟା ମାଧ୍ୟମରେ ଏହା ସୂଚନା ଦିଆଯାଇଥାଏ। ଉଦାହଣ ସ୍ୱରୁପ ଯଦି କୌଣସି ବଗିରେ ୦୮୪୩୭ ନମ୍ବର ଲେଖା ହୋଇଥିବ ତେବେ ଏହାର ପ୍ରଥମ ଦୁଇଟି ସଂଖ୍ୟା (୦୮) ଏହି ବଗିଟିରେ ନିର୍ମାଣ ବର୍ଷକୁ ବୁଝାଉଛି। ଅର୍ଥାତ୍ ଟ୍ରେନ୍‌ଟି ୨୦୦୮ରେ ନିର୍ମାଣ ହୋଇଛି। ସେହିପରି ବାକି ୪୩୭ ସଂଖ୍ୟା ବଗିରେ କ୍ୟାଟେଗୋରୀକୁ ଦର୍ଶାଉଛି। ଟ୍ରିନ୍‌ ବିଗି ଟି ସ୍ପିଲର ନା ଜେନେରାଲ ସେ ବିଷୟରେ ସୂଚନା ଦେଉଛି। ସୂଚନା ଥାଉକି ଟ୍ରେନ୍‌ ବଗିରେ ୧ ରୁ ୧୦୦ ସଂଖ୍ୟା ପର୍ଯ୍ୟନ୍ତ ଲେଖାଥିଲେ ଏହା ଏସି ବଗିକୁ ସୂଚିତ ବୁଝାଉଛି। ସେହିପରି ସ୍ଲିପର କୋଚ୍‌କୁ ଚିହ୍ନିତ କରିବା ପାଇଁ ୨୦୦ରୁ ୪୦୦ ମଧ୍ୟରେ ନମ୍ବର ଲେଖାଥିବ। ପୁଣି ୪୦୦ରୁ ୬୦୦ ମଧ୍ୟରେ ବ୍ୟବହୃତ ସଂଖ୍ୟା ଜେନେରାଲ୍ କୋଚ୍‌ ବୋଲି ସୂଚାଉଛି। ଏହା ବାଦ୍ ୬୦୦ରୁ ୮୦୦ କୋଚ୍‌ର ନମ୍ବର ଲଗେଜ୍‌ ବିଷୟରେ ସୂଚିତ କରୁଥିବା ବେଳେ ଯଦି ସଂଖ୍ୟା ୮୦୦ରୁ ଅଧିକ ରହିଛି ତେବେ ଏହା ପେଟ୍ରୀ କୋଚ୍ ବିଷୟରେ ସୂଚନା ଦେଇଥାଏ। ଆଶା କରୁଛୁ ଏବେ ଟ୍ରେନ୍‌ର ନମ୍ବର ନେଇ ଆପଣଙ୍କ ମନରେ ଥିବା ଦ୍ୱନ୍ଦ୍ୱ ନିଶ୍ଚୟ ଦୂର ହୋଇଥିବ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.