ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡା ଗ୍ରାମ ପଞ୍ଚାୟତର ନର୍ଲାରୋଡ ଜୟଦୁର୍ଗା ହାଇସ୍କୁଲ କୁ ପରିଦର୍ଶନ କରିଛନ୍ତି ରାଜ୍ୟ ପର୍ଯ୍ୟବେକ୍ଷକ ଦଳ (ଭିଡିଓ ଗ୍ରାଫି ଟିମ) । ଏହି ଦଳ ସ୍ୱତନ୍ତ୍ର ଭାବରେ ବିଦ୍ୟାଳୟର ସମସ୍ତ କକ୍ଷ, ପାରିପାର୍ଶ୍ବିକ ସ୍ଥିତି ସବୁକୁ ଭିଡିଓ ଗ୍ରାଫି ମାଧ୍ୟମରେ ୫ଟି ସଚିବଙ୍କ ପର୍ଯ୍ୟନ୍ତ ପହଞ୍ଚାଇବେ ବୋଲି ଜଣାପଡିଛି । ଏହି ରାଜ୍ୟ ସ୍ତରୀୟ ୨ ଜଣିଆ ଭିଡିଓଗ୍ରାଫି ଟିମ ସହ ଶଗଡା ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁକାନ୍ତ ସାହୁ ଓ କଳାହାଣ୍ଡି ମୋ ସ୍କୁଲ ସଂଯୋଜକ ପ୍ରଶାନ୍ତ କୁମାର ନନ୍ଦ ମଧ୍ୟ ନର୍ଲାରୋଡ ବିଦ୍ୟାଳୟକୁ ଆସି ବିଦୟାଳୟ ପରିଦର୍ଶନ କରି ଭିଡିଓଗ୍ରାଫି କରିଥିଲେ । ଏଠାରେ ପ୍ରକାଶ ଯୋଗ୍ୟ ଯେ କଳାହାଣ୍ଡି ଜିଲ୍ଲାର ୯୮ ଗୋଟି ୫ଟି ସ୍କୁଲ ମଧ୍ୟରୁ ନର୍ଲା ବ୍ଲକ ରେ ୧୨ ଗୋଟି ବିଦ୍ୟାଳକୁ ୫ଟି ସ୍କୁଲରେ ରୁପାନ୍ତିକରଣ କରାଯାଉଛି । ଅତ୍ୟାଧୁନିକ ଶ୍ରେଣୀ ଗୃହ, ଉତ୍ତମ ମାନର ବିଜ୍ଞାନ ଲେବ, କମ୍ପ୍ୟୁଟର କକ୍ଷ ଓ ନୁତନ ଜ୍ଞାନ କୌଶଳରେ ପାଠପଢାକୁ ଗୁରୁତ୍ୱ ଦେଇଛନ୍ତି ୫ଟି ସଚୀବ । ଏଣୁ ୫ଟି ନିୟମାବଳୀ ଅନୁଯାୟୀ ଯଦି ସମସ୍ତ ଗାଇଡଲାଇନ ହିସାବରେ ନର୍ଲାରୋଡ ଜୟଦୁର୍ଗା ହାଇସ୍କୁଲ ଜିଲ୍ଲାରେ ସ୍ୱତନ୍ତ୍ର ସ୍ଥାନ ରେ ରହିଛି । ଏଇଠି ପ୍ରୋଜେକ୍ଟର ଯୁକ୍ତ ଅତ୍ୟାଧୁନିକ ଶ୍ରେଣୀ ଗୃହ, ଉତ୍ତମ ମାନର ବିଜ୍ଞାନ ପ୍ରୟୋଗଶାଳା ଓ ସୁସଜ୍ଜିତ ତଥା କାର୍ଯ୍ୟକ୍ଷମ କମ୍ପ୍ୟୁଟର କକ୍ଷ ରହିଛି । ବାସ୍ତବରେ ଦେଖିବାକୁ ଗଲେ ୫ଟି ଅଧିନରେ ରହିଥିବା ନୂଆ କଳେବର ଯୁକ୍ତ ହାଇସ୍କୁଲ ମାନଙ୍କ ମଧ୍ୟରେ ନର୍ଲାରୋଡ ଜୟଦୁର୍ଗା ହାଇସ୍କୁଲ ଉଚ୍ଚ କୋଟୀର ହୋଇଛି । ବିଦ୍ୟାଳୟରେ ସମସ୍ତ ବିଭାଗର ବହୁ ଅନୁଭବୀ ଓ ଟ୍ୟାଲେଣ୍ଟେଡ଼ ଶିକ୍ଷକ ରହିଥିବା ବେଳେ ଏହି ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କର ଜାତୀୟ ସ୍ତରର ଯୁବ ବିଜ୍ଞାନୀ । ବିଜ୍ଞାନ ଶିକ୍ଷକ ଶ୍ରୀ କରଙ୍କ ଡିଜିଟାଲ ଡିସପ୍ଲେ ମାଧ୍ୟମରେ ଶିକ୍ଷାଦାନ, ଛାତ୍ରଛାତ୍ରୀ ଙ୍କୁ ନେଇ ଦୂରବୀକ୍ଷଣ ଯନ୍ତ୍ର ର ବ୍ୟବହାର ବିଷୟରେ ଶିକ୍ଷାଦାନ କୁ ଭିଡିଓ ଗ୍ରାଫି କରାଯାଇଥିଲା । ବିଜ୍ଞାନ ଶିକ୍ଷକ ଶ୍ରୀ କରଙ୍କ ଜ୍ଞାନ କୌଶଳ ପାଇଁ ଆଜି ନର୍ଲାରୋଡ ଜୟଦୁର୍ଗା ହାଇସ୍କୁଲ ସ୍ୱତନ୍ତ୍ର ପରିଚୟ ପାଇଥିବା ଆଲୋଚନା ହୁଏ । ପର୍ଯ୍ୟବେକ୍ଷକଙ୍କ ପରିଦର୍ଶନ ସମୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶ୍ବମ୍ବର ଭୋଇ, ସହକାରୀ ଶିକ୍ଷକ ସୁବାସ ଚନ୍ଦ୍ର ବରାଡ଼, ଚକ୍ରଧର ସା, କଂହେଇ ଗୌଡ଼, ପ୍ରେମାନନ୍ଦ, ପରିଚାଳନା କମିଟି ବିଧାୟକଙ୍କ ପ୍ରତିନିଧି ହମେଶ କୁମାର ଜୈନ, ସଦସ୍ୟ ଜାହରଲାଲ ବିଶ୍ୱାଳ, କୁମୁଦ ନାଏକ, ନନ୍ଦ ଜେନା, ଉଗ୍ରେସନ ଗୌଡ଼, ରାଜା ପରିଡା, ମୁକେଶ ଅଗ୍ରୱାଲ, ୫ଟି ସ୍କୁଲ ପାଇଁ କାମ ନେଇଥିବା ବିନାୟକ ମହନ୍ତ, ଅମର ରାଉତ, ନର୍ଲା ବ୍ଲକ କନିଷ୍ଠ ଯନ୍ତ୍ରୀ ଶ୍ରୀମତୀ ପାଣି ପ୍ରମୁଖ ଉପସ୍ଥିତ ଥିଲେ ।