ଠେମରା ଗ୍ରାମବାସୀ ଓ ଆଦିବାସୀ ସଂଘ ପକ୍ଷରୁ ବିହନ ଛିନା ଯାତ୍ରା: ଆଦି ସଂସ୍କୃତି ଉପରେ ଆଲୋକପାତ କଲେ ଅତିଥିବୃନ୍ଦ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କେସିଙ୍ଗା ବ୍ଲକ ଅନ୍ତର୍ଗତ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତର ଠେମରା ଗ୍ରାମ ଠାରେ କୃଷି ଭିତ୍ତିକ ପର୍ବ ବିହନ ଛିନା ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହେଉଛି । ଅପ୍ରେଲ ୧୭ରୁ ଆରମ୍ଭ ହୋଇଥିବା ଏହି ପାର୍ବଣ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଠେମରା ଗ୍ରାମବାସୀ ଓ ଆଦିବାସୀ ସଂଘ ଆନୁକୂଲ୍ୟରେରେ ଚାଲିଥିବା ଏହି ଯାତ୍ରାରେ  ପ୍ରତେକ ଦିନ ଡକା ବଜା ସହ ଗ୍ରାମ୍ୟ ଦେବାଦେବୀଙ୍କୁ ନେଇ ନଗର ପରିକ୍ରମା କରାଯାଉଛି । ଆଜି ଅପ୍ରେଲ ୧୮ ମଙ୍ଗଳବାର  ଦିନ ଗୌନ୍ତିଆ, ଜାନି, ଝାକର, ଗଣା, ନରିଆ ବରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏଥିରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଡିଷ୍ଟିକ ଆଦିବାସୀ ସଂଘ ସଭାପତି ପ୍ରକାଶ ମାଝୀ, ସମ୍ପାଦକ ଲକ୍ଷ୍ମଣ ଭୋଇ, ଆଦିସ୍କନ୍ଧ ସମାଜ ସଭାପତି କେସିଙ୍ଗା ବ୍ଲକ ରମେଶ ଚନ୍ଦ୍ର ମାଝୀ, ଆଦିବାସୀ ସଂଘ ସଭାପତି କେସିଙ୍ଗା ଶେଷଦେବ ମାଝୀ, ଶିକ୍ଷାବିତ ତଥା କନ୍ଧାନ କବି କ୍ଷିତିଶ ଚନ୍ଦ୍ର ମାଝୀ, ଯୁବ ଆଦିବାସୀ ଗବେଷକ ଅଜିତ ଭୋଇ, ଯୁବ ସଂଗଠକ ତଥା କେସିଙ୍ଗା ବ୍ଲକ ଆଦିବାସୀ ସଂଘ କୋଷାଧ୍ୟକ୍ଷ ଡୋଳାମଣି ମାଝୀ, ନର୍ଲା ଆଦିବାସୀ ସଂଘ ସଭାପତି ହରି ଶଙ୍କର ମାଝୀ, କେସିଙ୍ଗା ଏନଏସି ସଭାପତି ସଦା ମାଝୀ, ପାଷ୍ଟି କୁଡି ଗୌନ୍ତିଆ କୁମୁଦ ମାଝୀ ପ୍ରମୁଖ ଉପସ୍ଥିତ ରହି ବିହନ ଯାତ୍ରା ଓ ଧରନି ପୂଜା ଉପରେ ଆଲୋକପାତ କରିଥିଲେ । କ୍ଷିତିଶ ଚନ୍ଦ୍ର ମାଝୀ ଧରନି ଉପରେ ଆଲୋଚନା କରିଥିବା ବେଳେ ଅଜିତ ଭୋଇ ବିହନର ସୃଷ୍ଟି, ତା’ର ସଂରକ୍ଷଣ ଓ ବିହନ ଯାତ୍ରାର ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ । ଜିଲ୍ଲା ସଭାପତି ପ୍ରକାଶ ମାଝୀ ଆଦିବାସୀ ସଂସ୍କୃତି କିପରି ଆର୍ଯ୍ୟ ସଂସ୍କୃତି ଠାରୁ ଭିନ୍ନ ଓ ଆର୍ଯ୍ୟ ସଂସ୍କୃତି ପୂଜା ପାଠ ଆମ ପରମ୍ପରା ନୁହେଁ ବୋଲି ଉଦବୋଧନ ଦେଇଥିଲେ ।

Udyog Nursery
Udyogi Nursery

ଶେଷରେ ସମାଜ ପାଇଁ ସମର୍ପିତ ଦୁଇ ଜଣ ଯୁବ ପ୍ରତିଭା ପ୍ରଶାନ୍ତ ମାଝୀ ଓ ଦିବ୍ୟସିଂ ମାଝୀଙ୍କୁ ଅତିଥି ମାନେ ପୁଷ୍ପ ଗୁଚ୍ଛ ସହ ସମ୍ମାନୀତ କରିଥିଲେ । କେସିଙ୍ଗା ଉପସଭାପତି ଚଞ୍ଚଳ ମାଝୀ ଓ ଆଦିତ୍ୟ ଜାନି ମଞ୍ଚ ପରିଚାଳନା କରିଥିଲେ । ପ୍ରଶାନ୍ତ ମାଝୀ, ଦିବ୍ୟ ସିଂ ମାଝୀ, ଗୌନ୍ତିଆ ପୂର୍ଣ୍ଣଚନ୍ଦ୍ର ମାଝୀ, ଜାନି ଗଣେଶ୍ୱର ମାଝୀ, ପୀତବାସ ମାଝୀ, ଭୁଜ ଜାନି, କୁଳମଣି ଟାକ୍ରୀ, ଶମ୍ଭୁ କୁମାର, ଜିତେନ୍ଦ୍ର ଟାକ୍ରୀ, ଉଦେନାଥ କୁମାର, ରାଜୁ ଶବର, ଭଙ୍ଗା ଗୌଡ଼, ରଜନୀକାନ୍ତ ମେହେର, ବିଶି ମେହେର, ପୀତବାସ ମେହେର ଓ ଦୟାନିଧି ମେହେର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.