ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ବିଶ୍ଵବିଦ୍ୟାଳୟ ପରିସରରେ ଆଲ୍ଫିକ୍ସ ଟେକ୍ ପକ୍ଷରୁ ଓ ବିଶ୍ଵବିଦ୍ୟାଳୟର କମ୍ପ୍ୟୁଟର ବିଭାଗ ସହାୟତାରେ “ଡାଟା ସାଇନ୍ସ”ର ଦୁଇଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ, ସମ୍ମାନିତ ଅତିଥି ଭାବରେ ଆଲ୍ଫିକ୍ସ ଟେକ୍ ର ସି.ଇ.ଓ ସୌମ୍ୟ ରଞ୍ଜନ ବାରିକ, ସି.ଏଫ୍.ଓ ପ୍ରତ୍ୟୁଷ କୁମାର ଭୋଇ ଯୋଗଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ୫୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଆଲ୍ଫିକ୍ସ ଟେକ୍ ର ୟଶକାନ୍ତ ମିଶ୍ର, ରୁଦ୍ର ପ୍ରସାଦ ଶବର, ଅଭିଷେକ ସାହୁ, ସୌରଭ ପୁଝାରୀ, କଳାହାଣ୍ଡି ବିଶ୍ଵବିଦ୍ୟାଳୟର କମ୍ପ୍ୟୁଟର ବିଭାଗର ମୁଖ୍ୟ ଅଧ୍ଯାପକ ନକୁଳ ଚରଣ ମାଝୀ, ଅଧ୍ଯାପିକା ମୋନାଲିସା ସାହୁ, ପୂଜାଶ୍ରୀ ପାତ୍ର ଓ ନେହା ରଥ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।