ୟୁରୋପର ସର୍ବୋଚ୍ଚ ଶିଖରରେ ପ୍ରଶଂସକ ଉଡାଇଲେ ମୁମ୍ବାଇ ଇଣ୍ଡିଆନ୍ସ ପତାକା

ଓଡ଼ିଆ ବାର୍ତ୍ତା/ ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ଲୋକପ୍ରିୟତା ଓ ପ୍ରଶଂସକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ରୋହିତ ଶର୍ମା ନେତୃତ୍ୱାଧିନ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲର ଶ୍ରେଷ୍ଠ ସଫଳ ଟିମ ଭାବେ ପରିଗଣିତ । ଏହାର ପ୍ରଶଂସକ ଦେଶ ଏବଂ ବିଦେଶରେ ରହିଛନ୍ତି । ସୁଇଜରଲାଣ୍ଡର ଜଣେ ପ୍ରଶଂସକ ଏ ଭଳି ଏକ ଫଟୋ ଶେୟାର କରିଛନ୍ତି ଯାହା କି ଭାଇରାଲ ହେବାରେ ଲାଗିଛି । ଋଷି ପୋପାୱାଲା ନାମକ ଜଣେ ଯୁବକ ମୁମ୍ବାଇ ଇଣ୍ଡିଆନ୍ସ ପତାକା ୟୁରୋପର ସର୍ବୋଚ୍ଚ ଶିଖର ଜଙ୍ଗଫେରାଜେକରେ ଉଡାଇଛନ୍ତି । ସେ ଫଟୋ ଶେୟାର କରିବା ସହ ଟୁଇଟ କରିଛନ୍ତି ମୁଁ ରେକର୍ଡ କରିଛି ।

ଏହାର ଜବାବରେ ଟିମ ପକ୍ଷରୁ ଲେଖାଯାଇଛି, ଆମ ପରିବାର ନୂଆ ଉଚ୍ଚତାକୁ ଛୁଇଁଛି । ଯାହା ଆମ ପାଇଁ ଗର୍ବର ବିଷୟ । ଚଳିତ ଆଇପିଏଲ ଆରମ୍ଭରେ ଭଲ ପ୍ରଦର୍ଶନ କରିପାରି ନ ଥିବା ମୁମ୍ବାଇ ଦିଲ୍ଲୀ, ହାଇଦ୍ରାବାଦ ଓ କେକେଆରକୁ ପରାସ୍ତ କରି ବିଜୟଧାରାକୁ ଫେରିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.