ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଗୁରୁବାର ଜୟ ଭାରତ ସତ୍ଯାଗ୍ରହ ଆୟୋଜିତ ହୋଇଛି । ଶତାଧୀକ ଦଳୀୟ ନେତା ଓ କର୍ମୀ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଏକତ୍ର ହୋଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଥିଲେ । କେନ୍ଦ୍ର ବିଜେପି ସରକାରଙ୍କ ନୀତି ବିରୋଧରେ ଉଦବୋଧନ ଦେଇ ଦେଶର ସମ୍ବିଧାନ ଏବଂ ଗଣତନ୍ତ୍ର ପାଇଁ ଏବେ ବିପଦ ସୁଷ୍ଟି ହୋଇଛି ବୋଲି କହିଥିଲେ କଂଗ୍ରେସ ନେତା । ଏଭଳି ପରିସ୍ଥିତିରେ ଲୋକତନ୍ତ୍ରକୁ ବଜାୟ ରଖିବା ପାଇଁ ଶେଷ ପର୍ଯ୍ୟନ୍ତ ଲଢିବାକୁ ଆହ୍ୱାନ ଦିଆଯାଇଥିଲା ।
ଜିଲ୍ଲା ସଭାପତି ଗୌରିଶ୍ୟାମ ପଣ୍ଡାଙ୍କ ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ବିନୋଦ ପାତ୍ର, ପିସିସି ସଭ୍ୟ ଜିତେନ୍ଦ୍ର ପଟ୍ଟନାୟକ, ଜିଲ୍ଲା ପରିଷଦ ସଭ୍ୟ ଲବ କୁମାର ସାହୁ, ଜିଲ୍ଲା ଉପସଭାପତି ରାଜଗୋପାଳ ପାଣିଗ୍ରାହୀ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସୂର୍ଯ୍ୟକାନ୍ତି ବାଗ, ଜିଲ୍ଲା କିଷାନ ସଭାପତି ନରେନ୍ଦ୍ର ପଣ୍ଡା, ଯୁବ କଂଗ୍ରେସ ସଭାପତି ପ୍ରିୟବ୍ରତ ସାହୁ, ସାଂଗଠନିକ ସଂପାଦକ ସୁଧୀର ପଣ୍ଡା, ବରିଷ୍ଠ ନେତା ମାଧବ କୁମ୍ଭାର, ରାଜେନ୍ଦ ମେହେର, ପ୍ରଦିପ ସେଠୀ, ସପ୍ନେଶ୍ୱର ପୁଷ୍ଟି, ସୁମନ୍ତ ସାହୁ, ଶେଷଦେବ ମେହେର, ରବିନ୍ଦ୍ର ହୋତାଙ୍କ ସମେତ ଶତାଧିକ କର୍ମୀ ଯୋଗ ଦେଇଥିଲେ ।