ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ରେଲୱେ ଷ୍ଟେସନ ଛକରେ ଥିବା ବାବାସାହେବ ଡ଼ଃ ବି.ଆର. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀକୁ ଅସମ୍ମାନ ପ୍ରଦର୍ଶନ ବିରୋଧରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡିର ସମସ୍ତ ଆମ୍ବେଦକରବାଦୀ ସଂଗଠନର ମିଳିତ ଆନୁକୂଲ୍ୟରେ ଭବାନୀପାଟଣା ଠାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅଲ୍ ଓଡିଶା ସିଡୁଲ୍ଡ କାଷ୍ଟ ଫେଡରେସନ ସଭାପତି ଧନଞ୍ଜୟ ଦୀପ, ସାଧାରଣ ସମ୍ପାଦକ ଯତୀନ୍ଦ୍ର କର, ଆଇନ ବିଭାଗ ମୁଖ୍ୟ ଛବିଲାଲା ନିଆଲ, ଯୁବ ମୁଖ୍ୟ ତେଜରାଜ ବେହେରା, ବିଏସପି ଜିଲ୍ଲା ସଭାପତି ଜଳନ୍ଧର ବେହେରା, ଜିଲ୍ଲା ପ୍ରଭାରୀ ଦାମୋଦର ଛତ୍ରୀଆ, ବିଏମପି ରାଜ୍ଯ ସଭାପତି ଗଙ୍ଗାଧର ଜାଲ, ଜିଲ୍ଲା ସଭାପତି ମହେନ୍ଦ୍ର ଧାଙ୍ଗଡାମାଝି, ମୁସଲିମ ସଂଗଠନ ରାଜ୍ଯ ସଭାପତି ମେହବୁବ ରଜାକ୍, ବାପସା ଟାଉନ ସଭାପତି ସଞ୍ଜୟ ନିଆଲ, ଆଦିବାସୀ ସଂଘ ଯୁବ ସଭାପତି ସଞ୍ଜୟ ଶବର, ଓବିସି ସେଲର ଟାଉନ ଉପସଭାପତି ଦିନବନ୍ଧୁ ଚଣ୍ଡି, ସୁବାସ ନାଗ, ଜୟ ପ୍ରକାଶ ଜାଲ, ବିଷ୍ନୁ ମଙ୍ଗରାଜ, ସନ୍ତୋଷ ମଙ୍ଗରାଜ, ନନ୍ଦ ରାଜ ନାଏକଙ୍କ ସମେତ ଅନେକ ବୁଦ୍ଧିଜୀବୀ ଏଥିରେ ଉପସ୍ଥିତ ରହି ଡ଼ଃ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀକୁ ଅସମ୍ମାନ ପ୍ରଦର୍ଶନ କରିଥିବା ବ୍ୟକ୍ତିଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ । ଏପରି ଅପକର୍ମ କରିଥିବା ଦୁର୍ବୃତ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ସହ ବାବାସାହେବ ଡ଼ଃ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ମାନଙ୍କରେ ସିସିଟିଭି ଖଞ୍ଜା ଯିବା ସହ ତାର ସୁରକ୍ଷା ଦେବା ପାଇଁ କଳାହାଣ୍ଡି ଜିଲ୍ଲାପାଳ ଓ ଏସପି କଳାହାଣ୍ଡିଙ୍କୁ ଆଇଆଇସି ସଦର ଥାନା ଜରିଆରେ ସ୍ମାରକ ପତ୍ର ଦିଆ ଯାଇଥିଲା । ପ୍ରଶାସନ ତୁରନ୍ତ ତଦନ୍ତ କରି ଦୋଷୀମାନଙ୍କୁ ଗିରଫ ନକଲେ କଳାହାଣ୍ଡି ବନ୍ଦ ଡାକରା ଦେବା ପାଇଁ ଉପସ୍ଥିତ ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଥିଲେ ।