ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଆଇଟିପୁର ପଂଚାୟତ ଓ ସମରଝୋଳ ଶଙ୍କର ଚଷୁ ଚିକିତ୍ସାଳୟର ମିଳିତ ସହଯୋଗରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ ଶିବିରକୁ ଆଇଟିପୁର ସରପଂଚ ଟ୍ୱିନକେଲ ପଳାଇ ଆନୁଷ୍ଠାନିକ ଭାବେ ଉଦଘଟାନ କରିଥିବା ବେଳେ ସମିତି ସଭ୍ୟ ଅହଲ୍ୟା ଦଳାଇ, ଜିଆରଏସ ବିକ୍ରମ ସାହୁ, ବିଏଫଟି ଶରତ ମହାରଣା, ସମାଜସେବୀ ଡାକ୍ତର ଦଳାଇ ପ୍ରମୁଖ ଉପସ୍ଥିତ ଥିଲେ । ଶଙ୍କର ଚକ୍ଷୁ ଚିକିତ୍ସା ଶିବିରର କ୍ୟାମ୍ପ ମ୍ୟାନେଜର ଚିତ୍ରସେନ ଗୌଡ଼, ଭାଗ୍ୟଲକ୍ଷ୍ମୀ ହରପ୍ରିୟା, ପାର୍ବତୀ ପ୍ରମୁଖ ୫୦ ଜଣ ଚକ୍ଷୁ ରୋଗୀଙ୍କୁ ପରୀକ୍ଷା କରି ୨୦ ଜଣକୁ ଚିହ୍ନଟ କରି ଅପରେସନ ପାଇଁ ସମରଝୋଳକୁ ପଠାଇଥିବା ଜଣାପଡିଛି ।