AOSCF ପକ୍ଷରୁ ମାସ ତମାମ ବାବାସାହେବଙ୍କ ଜନ୍ମ ଜୟନ୍ତୀ ମହୋତ୍ସବ; ସିର୍ଜାପାଲିରେ ପାଳିତ ହେଲା ଡ଼ଃ ଆମ୍ବେଦକରଙ୍କ ଜୟନ୍ତୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କେସିଙ୍ଗା ବ୍ଲକ ଅନ୍ତର୍ଗତ ସିର୍ଜାପାଲି ଗ୍ରାମପଞ୍ଚାୟତର ସିର୍ଜାପାଲି ଗ୍ରାମର ଆମ୍ବେଦକର ପଡା ଠାରେ ଆଜି ଫେବୃଆରୀ ୨୨ ଶନିବାର ଦିନ ଡ଼ଃ ଭୀମରାଓ ଆମ୍ବେଦକରଙ୍କ ୧୩୨ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଜୋନ ନମ୍ବର ୪ ତରଫରୁ ଆଜି ମହାସମାରୋହରେ ପାଳନ କରାଯାଇଛି। ଏଥିରେ ବେଲଖଣ୍ଡି ଗ୍ରାମପଞ୍ଚାୟତର ସରପଞ୍ଚ ସୁଶାନ୍ତ ବାଗ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବାବେଳେ କଣ୍ଟାବାଞ୍ଜି ମହିଳା ମହାବିଦ୍ୟାଳୟର ଅଧ୍ୟାପକ ଜିତେନ୍ଦ୍ର ସୁନା ଯୋଗଦାନ କରିଥିଲେ ଏବଂ ତାଙ୍କର ବକ୍ତବ୍ୟରେ ଡ଼ଃ. ଆମ୍ବେଦକରଙ୍କ ଜୀବନୀ ଓ ମାନବ ସମାଜ ଉପରେ ତାଙ୍କର ଅବଦାନ ଉପରେ ଆଲୋକପାତ କରିଥିଲେ | ସମ୍ମାନିତ ଅତିଥି ଭାବରେ ହାତୀଖୋଜ ଗ୍ରାମପଞ୍ଚାୟତର ସରପଞ୍ଚ ସୁନିତା କୁମାର, ସିର୍ଜାପାଲି ଆମ୍ବେଦକର ଗ୍ରାମ୍ୟ କମିଟିର ସଭାପତି ସାହେବ ତାଣ୍ଡି , କେସିଙ୍ଗା ଜୋନ ନମ୍ବର ୪ ର ଏ.ଓ.ଏସ୍.ସି.ଏଫ୍ ସଭାପତି କ୍ଷେତ୍ରମଣୀ ସେନାପତି, ଉପସଭାପତି ଗଣେଶ୍ୱର ତାଣ୍ଡି, ଜିଲ୍ଲା ଏ.ଓ.ଏସ୍.ସି.ଏଫ୍ ର ମହିଳା ସଭାନେତ୍ରୀ ବିଜୟ ଲକ୍ଷ୍ମୀ ସ୍ଵର୍ଣ୍ଣ, ସମାଜସେବୀ ସୌମ୍ୟରଞ୍ଜନ ତାଣ୍ଡି, ଏ.ଓ.ଏସ୍.ସି.ଏଫ୍ ସାମାଜିକ ଉପମୁଖ୍ୟ ଶିକ୍ଷାବିତ ଗିରିଜା ବେହେରା, ମାଇନର-ଏନଜିଓଆର୍ ର କାର୍ତ୍ତିକ ବାଗ, ଜେ.ଏନ୍.ୟୁ ସ୍ଵର୍ଣ ପଦକ ବିଜେତା ଟିକେମନ ଦୀପ, କେସିଙ୍ଗା ଜୋନ ୪ ର ଏ.ଓ.ଏସ୍.ସି.ଏଫ୍ ର ସହ ସମ୍ପାଦକ ସାଗର ଦୀପ, ସମ୍ପାଦକ ସୁଜନ ଛତ୍ରିଆ ଓ ଏ.ଓ.ଏସ୍.ସି.ଏଫ୍ ର କଳାହାଣ୍ଡି ଜିଲ୍ଲା ସମ୍ପାଦକ ଜୟପ୍ରକାଶ ଜାଲ ପ୍ରମୁଖ ଉପସ୍ଥିତ ରହି ସେହି ମହାନ ଆତ୍ମାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ। ଉକ୍ତ ଜନ୍ମ ଜୟନ୍ତୀ ଉତ୍ସବରେ ସିର୍ଜାପାଲି ଗ୍ରାମପଞ୍ଚାୟତ, ତୁଣ୍ଡଲା ଗ୍ରାମପଞ୍ଚାୟତ, ବେଲଖଣ୍ଡି ଗ୍ରାମପଞ୍ଚାୟତ ଏବଂ ହାତୀଖୋଜ ଗ୍ରାମପଞ୍ଚାୟତର ଅନୁସୂଚିତ ଜାତିର ଶତାଧିକ ମହିଳା ଓ ପୁରୁଷ ମାନେ ଯୋଗଦାନ କରିଥିଲେ | ଏଠାରେ ପ୍ରକାଶଯୋଗ୍ୟ ଯେ ଅଲ ଓଡ଼ିଆ ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ (ଏଓଏସସିଏଫ) ପକ୍ଷରୁ ବାବାସାହେବଙ୍କ ଜନ୍ମ ଜୟନ୍ତୀ ଠାରୁ ମାସ ତମାମ କଳାହାଣ୍ଡିର ବିଭିନ୍ନ ସ୍ଥାନରେ ଡ଼ଃ ଆମ୍ବେଦକରଙ୍କ ଜୟନ୍ତୀ ପାଳନ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.